ହେଲିକପ୍ଟରରେ ବୁଲିବା ଖର୍ଚ୍ଚ ପ୍ରସଙ୍ଗରେ ଜବାବ ରଖିଲେ ନବୀନ-ପାଣ୍ଡିଆନ୍‌

ଭୁବନେଶ୍ୱର:ତତ୍କାଳୀନ ୫ଟି ସଚିବ ଥିବା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟରରେ ବୁଲିବା ଖର୍ଚ୍ଚ ମାମଲାରେ କୋର୍ଟରେ ଜବାବ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ। ଖୋର୍ଦ୍ଧା ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଉଭୟ ନବୀନ ଏବଂ ପାଣ୍ଡିଆନ ନିଜର ଓକିଲଙ୍କ ମାଧ୍ୟମରେ ପୃଥକ୍‌ ଭାବେ ଜବାବ ଦାଖଲ କରିଛନ୍ତି। ଜୁଲାଇ ୧୫ତାରିଖ ସୁଦ୍ଧା ପକ୍ଷ ରଖିବାକୁ ଉଭୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଓକିଲ ସୁଧୀର ଚରଣ ମହାନ୍ତିଙ୍କ ଦ୍ୱାରା ଦାଏର ରିଭିଜନ ପିଟିଶନ ଆଧାରରେ ନବୀନ ଓ ପାଣ୍ଡିଆନଙ୍କୁ କୋର୍ଟ ସମନ ଜାରି କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୧ତାରିଖରେ ହେବ ବୋଲି ଜଣାପଡ଼ିଛି।
ନବୀନଙ୍କ ପକ୍ଷରୁ ଦାଖଲ ଜବାବରେ ତାଙ୍କ ଓକିଲ ଦର୍ଶାଯାଇଛନ୍ତି ଯେ, ଦୀର୍ଘ ୨୪ବର୍ଷ ଧରି ସେ କ୍ରମାଗତ ୫ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ସେବା କରିଛନ୍ତି। ଏବେ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି। ଅଭିଯୋଗକାରୀଙ୍କ ପିଟିଶନରେ ନବୀନ ପଟ୍ଟନାୟକଙ୍କ ବିରୋଧରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ କିମ୍ବା ତଥ୍ୟ ନାହିଁ, କେବଳ ସେ ‘ନିର୍ଦ୍ଦେଶ ଦେଇଥିଲେ’ ବୋଲି ଏକ ସାଧାରଣ ଅଭିଯୋଗ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ଏବଂ ତାଙ୍କର ସୁନାମ କ୍ଷୁଣ୍ଣ କରିବା ପାଇଁ ଏହି ମାମଲାରେ ତାଙ୍କ ନାମ ଯୋଡ଼ାଯାଉଛି ବୋଲି ଓକିଲ ସୀତାଂଶୁ ମୋହନ ଦ୍ୱିଦେବୀ କୋର୍ଟଙ୍କୁ ଜଣାଇଛନ୍ତି। ସେହିପରି ପାଣ୍ଡିଆନଙ୍କ ପକ୍ଷ ରଖି ଓକିଲ ଦ୍ୱିବେଦୀ ଦର୍ଶାଇଛନ୍ତି ଯେ, ତାଙ୍କ ମହକିଲ ଦୁଇ ଦଶନ୍ଧିରୁ ଅଧିକ ସମୟଧରି ଭାରତୀୟ ପ୍ରଶାସନିକ ସେବାରେ ନିଷ୍ଠାର ସହ କାର୍ଯ୍ୟ କରିବା ପରେ ଜନସେବା ପାଇଁ ବିଜେଡିରେ ଯୋଗ ଦେଇଥିଲେ। ଅଭିଯୋଗକାରୀ ନିଜ ଆବେଦନରେ ହେଲିକପ୍ଟର ଗସ୍ତର କୌଣସି ତାରିଖ, ସ୍ଥାନ କିମ୍ବା ଖର୍ଚ୍ଚ ବହନ କରିଥିବା କୌଣସି ସଂସ୍ଥାର ନାଁ ଦେଇପାରି ନାହାନ୍ତି। ପ୍ରତାରଣା, ଜାଲିଆତି କିମ୍ବା ବିଶ୍ୱାସଘାତକତା ଭଳି ଆଇନଗତ ଦଫାର କୌଣସି ଆଧାର ଏଠାରେ ଗ୍ରହଣଯୋଗ୍ୟ ନୁହେଁ।
ତେଣୁ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଆଦେଶ ସମ୍ପୂର୍ଣ୍ଣ ଆଇନସମ୍ମତ ଥିଲା ଓ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ ଅନୁସାରେ ଅସ୍ପଷ୍ଟ ଅଭିଯୋଗ ଉପରେ ପୋଲିସକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ତେଣୁ ସୁଧୀର ଚରଣ ମହାନ୍ତିଙ୍କ ଦ୍ୱାରା ଦାଖଲ ରିଭିଜନ ପିଟିଶନକୁ ସମ୍ପୂର୍ଣ୍ଣ ଭିତ୍ତିହୀନ, ଅସ୍ପଷ୍ଟ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଆଇନର ଅପବ୍ୟବହାର ବୋଲି ଦର୍ଶାଇ ଏହାକୁ ଖାରଜ କରିବା ପାଇଁ ଦ୍ୱିବେଦୀ କୋର୍ଟଙ୍କୁ ନିବେଦନ କରିଛନ୍ତି।
ଉଲ୍ଲେଖଯୋଗ୍ୟ,ପୂର୍ବରୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୋଗକୁ ସାଧାରଣ, ଅସ୍ପଷ୍ଟ ଓ କୌଣସି ପ୍ରାଥମିକ ପ୍ରମାଣ ନ ଥିବା ଦର୍ଶାଇ ପୋଲିସ ତଦନ୍ତ ପାଇଁ ଦିଆଯାଇଥିବା ଆବେଦନକୁ ୨୦୨୬ ମାର୍ଚ୍ଚ ୨୫ ତାରିଖରେ ଖାରଜ କରିଦେଇଥିଲେ। ଏସ୍‌ଡିଜେଏମ୍‌ କୋର୍ଟଙ୍କ ଏହି ରାୟ ବିରୋଧରେ ଅଭିଯୋଗକାରୀ ମହାନ୍ତି ଜିଲା ଜଜ୍‌ଙ୍କ ଅଦାଲତରେ ରିଭିଜନ ପିଟିଶନ ଦାଏର କରିଥିଲେ। ବିଜେଡି ଶାସନ ସମୟରେ ୨୦୨୩ରେ ପାଣ୍ଡିଆନ ପ୍ରାୟ ୩୦୦ଥର ହେଲିକପ୍ଟର ଗସ୍ତ କରିଥିଲେ ଏବଂ ଏହାର ଖର୍ଚ୍ଚ ଖଣି ମାଲିକ, ଜମି ମାଫିଆ ଓ ଅଣ ଠିକାଦାରମାନେ ବହନ କରିଥିଲେ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଗସ୍ତସବୁ ହୋଇଥିଲା ବୋଲି ଅଭିଯୋଗକାରୀ ମହାନ୍ତି ଦାବି କରିଥିଲେ।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ