
ଭୁବନେଶ୍ୱର: ୧୧ରୁ କମିବ ଖରାର ପ୍ରକୋପ। ଖସିବ ତାପାମାତ୍ରା। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ପ୍ରକୋପ ଦେଖାଇବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶା ରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ୫୦ ରୁ ୬୦ ଓ ଝଟକା ପବନ ୭୦ ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ସମ୍ଭାବନା
ଆଜି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ବାଲେଶ୍ୱର ,ଭଦ୍ରକରେ କାଳବୈଶାଖୀ ପ୍ରଭାବ କମ ରହିବ । କାଁ ବାଁ ପବନ ବର୍ଷା ସମ୍ଭାବନା । ବର୍ତ୍ତମାନ ବଢିଥିବା ତାତି ଓ ଅତ୍ୟଧିକ ଜଲୀୟବାଷ୍ପ ଯୋଗୁଁ କାଳବୈଶାଖୀ ଗତ ଏକ ସପ୍ତାହ ହେଲା ଭୀଷଣ ରୂପ ନେଇ ଥିଲା ।
ଆଜିଠାରୁ କାଳବୈଶାଖୀର ପ୍ରଭାବ କମିବ ଓ ରାଜ୍ୟରେ ପବନ ୪୦ ରୁ ୫୦ କିଲୋମିଟର ଘଣ୍ଟାପ୍ରତି ସମୁଦ୍ର ଆଡୁ ବୋହିବା ଆରମ୍ଭ କରୁଥିବାରୁ କାଳବୈଶାଖୀ ଦୁର୍ବଳ ରହିବ । ବର୍ଷା ହେବ କିନ୍ତୁ ପୂର୍ବ ଭଳି ତୀବ୍ର ରୂପ ହେବନି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ୧୪ ରୁ ୧୭ ଭିତରେ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବ। ଏହା ପ୍ରଭାବ ରାଜ୍ୟର ଅନେକ ସ୍ଥାନରେ ତୁହାକୁ ତୁହା ବର୍ଷା ହେବ ।ରଜରେ ଭିଜିବ ଓଡ଼ିଶା ।


