୧୪ରେ ସରିବ +୨ ପ୍ରଥମ ପର୍ୟ୍ୟାୟ ମୂଲ୍ୟାୟନ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଚାଲିଛି। ୨ରୁ ଆରମ୍ଭ ହୋଇଥିବା ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୧୪ରେ ସରିବ। ୧୫ରୁ ପୁନର୍ବାର ଦ୍ବିତୀୟ ପର୍ୟ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ। ସୂଚନା ଅନୁଯାୟୀ, ଚଳିତ ବର୍ଷ ମୋଟ ୩ ଲକ୍ଷ ୯୬ ହଜାର ୫୯୨ଜଣ ପରୀକ୍ଷା ଦେଇଛନ୍ତି।

ପ୍ରଥମ ପର୍ୟ୍ୟାୟ ଖାତା ଦେଖା ୧୪ରେ ଶେଷ ହେବ। ୧୫୧ ପରୀକ୍ଷା କେନ୍ଦ୍ରରେ ଖାତା ଦେଖାଯାଉଛି। ପ୍ରଥମ ପର୍ୟ୍ୟାୟରେ ୭୫ଟି ଇ-ମୂଲ୍ୟାୟନ କେନ୍ଦ୍ର ଓ ୭୬ ଅଫ୍‌ଲାଇନ୍‌ କେନ୍ଦ୍ରରେ ପାରମ୍ପରିକ ପଦ୍ଧତିରେ ଅଫଲାଇନ୍‌ ଖାତା ଦେଖା ଚାଲିଛି। ମୋଟ ୧୫୧ କେନ୍ଦ୍ରରେ ୮୨୫୮ ଅଧ୍ୟାପକ ଅଧ୍ୟାପିକା ଖାତା ଦେଖୁଛନ୍ତି। ଦ୍ବିତୀୟ ପର୍ୟ୍ୟାୟରେ ଚଳିତ ମାସ ୧୫ରୁ ୨୬ ପର୍ୟ୍ୟନ୍ତ ଖାତା ଦେଖାଯିବ। ୨ ଟି ପର୍ୟ୍ୟାୟରେ ମୋଟ ୧୬ ହଜାର ୪୯୪ ଅଧ୍ୟାପକ ଅଧ୍ୟାପିକା ଖାତା ଦେଖିବେ। ମୋଟ ୨୫ ଲକ୍ଷ ଖାତା ଦେଖାଯିବ। କେତେକ କେନ୍ଦ୍ରରେ ଦୁଇଟି ପର୍ୟ୍ୟାୟରେ ମୂଲ୍ୟାୟନ ହେଉଛି। ସକାଳ ୭ଟାରୁ ୧୨ଟା ଏବଂ ଅପରାହ୍ଣ ୧ଟାରୁ ୬ଟା ପର୍ୟ୍ୟନ୍ତ ମୂଲ୍ୟାୟନ ହେଉଛି। ମାତ୍ର କିଛି କେନ୍ଦ୍ରରେ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଗୋଟିଏ ପର୍ୟ୍ୟାୟରେ ମୂଲ୍ୟାୟନ କରାଯାଉଛି।
ମେ’ ତୃତୀୟ କିମ୍ବା ଚତୁର୍ଥ ସପ୍ତାହ‌େ‌ର ପରୀକ୍ଷା ଫଳ ପ୍ରକାଶ ପାଇବ। ମୂଲ୍ୟାୟନ ନେଇ ପରିଷଦ ପକ୍ଷରୁ ସ୍ବତନ୍ତ୍ର ନିୟମାବଳୀ ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରେ ପାନୀୟ ଜଳ, ଓଆରଏସ୍‌ ମହଜୁଦ ରଖିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଚଳିତ ବର୍ଷ ଆସନ୍ତା ମେ’ରେ ଏକକାଳୀନ ଭାବେ +୨ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପ୍ରକାଶ କରିବା ପାଇଁ ଯୋଜନା କରିଛି ପରିଷଦ।

  • Related Posts

    ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ

    ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ୟ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍…

    Continue reading
    ଭୁବନେଶ୍ୱରରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

    ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ କୋଭିଡ୍‌ ଆକ୍ରାନ୍ତ। ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ।ଏହି କୋଭିଡ୍‌ ଆକ୍ରାନ୍ତଙ୍କ ଘର ବରମୁଣ୍ଡା ଅଞ୍ଚଳରେ। ତାଙ୍କୁ ୫୦ ବର୍ଷ ହୋଇଛି। ଏହା ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ