୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ହୋଇଛନ୍ତି ।
ଅପରପକ୍ଷରେ ପ୍ରଫେସର ସଞ୍ଜୟ କୁମାର ପାତ୍ରଙ୍କୁ ଧରଣୀଧର ବିଶ୍ୱବିଦ୍ୟାଳୟ, ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ପ୍ରଫେସର ଅସୀମା ସାହୁଙ୍କୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି । ସେହିପରି ପ୍ରଫେସର ପବନ କୁମାର ଅଗ୍ରୱାଲଙ୍କୁ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ଭାବେ, ପ୍ରଫେସର ଶିବରାମ ତ୍ରିପାଠୀଙ୍କୁ ମଧୁସୂଦନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି ।
ଏତଦବ୍ୟତୀତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ବିଭୂତି ଭୂଷର ମଲ୍ଲିକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଜ୍ୟୋସ୍ନା କେବି ରାଉତ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଓ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ହୃଷିକେଶ ସେନାପତିଙ୍କୁ ନିଯୁକ୍ତି ମିଳିଛି । ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ହୋଇଛନ୍ତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ।
ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ
ଭୁବନେଶ୍ୱର: ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ (RI) ସୁରଜବାଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା…




