୧୭ରେ ହୋଇପାରେ ସଂସଦର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନରେ ଅଚଳାବସ୍ଥା ଲାଗି ରହିଥିବାବେଳେ ସରକାର ଅଗଷ୍ଟ ୧୭ରେ ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଯୋଜନା କରୁଛନ୍ତି। ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ଗୃହୀତ କରାଇବା ଲକ୍ଷ୍ୟରେ ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇବେ। ଚଳିତ ମୌସୁମି ଅଧିବେଶନର କାର୍ଯ୍ୟକାଳ ଅଗଷ୍ଟ ୧୩ରେ ଶେଷ ହେବ। ମୌସୁମି ଅଧିବେଶନ ଶେଷ ହେବା ପରେ କମ୍ ସମୟ ବ୍ୟବଧାନରେ ସ୍ବତନ୍ତ୍ର ଅଧିବେଶନ ଡକାଇବା ସାଂସଦମାନଙ୍କ ପକ୍ଷେ କଷ୍ଟକର ହୋଇପାରେ। ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ଗୃହୀତ କରାଇବା ଲାଗି ଗତ ଏପ୍ରିଲ୍‌ରେ ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇଥିଲେ। ମାତ୍ର ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଅଭାବରୁ ଏହି ବିଲ୍‌ ପାସ୍‌ ହୋଇପାରି ନଥିଲା। ତେବେ ଏପ୍ରିଲ ମାସ ତୁଳନାରେ ଏବେ ଲୋକସଭାରେ ଏନଡିଏର ସ୍ଥିତି ଦୃଢ ରହିଛି। ଟିଏମ୍‌ସି ଓ ଶିବସେନା ୟୁବିଟି ସାଂସଦମାନେ ଦଳ ପରିବର୍ତ୍ତନ କରିବା ପରେ ଲୋକସଭାରେ ଏନଡିଏ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାର ନିକଟତର ହୋଇଛି। ସେହିପରି କଂଗ୍ରେସ ସହିତ ଡିଏମ୍‌କେର ତିକ୍ତତା କାରଣରୁ ବିରୋଧୀ ଇଣ୍ଡି ମେଣ୍ଟର ଶକ୍ତି ହ୍ରାସ ପାଇଛି।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ