
ଭୁବନେଶ୍ୱର: ୟୁଜିସି ନେଟ୍ ୨୦୨୬ ପରୀକ୍ଷା ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ । ୨୨ ତାରିଖରୁ ୩୦ ତାରିଖ ଯାଏ ପରୀକ୍ଷା ହେବ । ସିବିଟି ମୋଡ୍ରେ ପରୀକ୍ଷା ହେବ । ଏନେଇ ପରୀକ୍ଷା କାର୍ଯ୍ୟସୂଚୀ ଏନ୍ଟିଏ ପକ୍ଷରୁ ପ୍ରକାଶ କରାଯାଇଛି ।
ଏନ୍ଟିଏର ବିଜ୍ଞପ୍ତି ଅନୁଯାୟୀ, ୨ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅନୁଷ୍ଠିତ ହେବ । ଦ୍ୱିତୀୟ ସିଫ୍ଟ ପରୀକ୍ଷା ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ହେବ । ୨୨ ତାରିଖରେ ଭିଜୁଆଲ୍ ଆର୍ଟ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଆପ୍ଲିକେସନ, ପଞ୍ଚାବୀ, ତାମିଲ, ଜିଓଗ୍ରାଫି, ମରାଠୀ, ସାନ୍ତାଳୀ, ମ୍ୟୁଜିକ୍, ବଙ୍ଗାଳୀ, ହୋମ୍ ସାଇନ୍ସ ଆଦି ବିଷୟର ପରୀକ୍ଷା ହେବ ।
ସେହିପରି ୨୩ ତାରିଖରେ ପବ୍ଲିକ୍ ଆଡ୍ମିନିଷ୍ଟ୍ରେସନ୍, ମାସ୍ କମ୍ପ୍ୟୁନିକେସନ୍ ଆଣ୍ଡ ଜର୍ଣ୍ଣାଲିଜିମ୍, ଇଲେକ୍ଟ୍ରୋନିକ୍ସ ସାଇନ୍ସ, ୱେମେନ୍ ଷ୍ଟଡିଜ୍, ଆଇନ, ଦର୍ଶନଶାସ୍ତ୍ର, ଶିକ୍ଷା, ସୋସିଆଲ ୱାର୍କ, ଲାଇବ୍ରେରୀ ଆଣ୍ଡ ଇନ୍ଫର୍ମମେସନ୍ ସାଇନ୍ସ ଭଳି ବିଷୟରେ ପରୀକ୍ଷା ହେବ । ୨୪ରେ ରାଜନୀତି ବିଜ୍ଞାନ, ବାଣିଜ୍ୟ, ଲିଙ୍ଗ୍ୟୁଷ୍ଟିକ୍, ଇଣ୍ଡିଆନ୍ କଲଚର ଆଦି ବିଷୟରେ ପରୀକ୍ଷା ହେବ । ୨୫ରେ ଇଂରାଜୀ, ଇତିହାସ ଆଦି ବିଷୟରେ ପରୀକ୍ଷା ହେବ ।
୨୯ରେ ଫିଜିକାଲ ଏଜୁକେସନ୍, ଆୟୁର୍ବେଦ ସାଇନ୍ସ, ବିପର୍ଯ୍ୟୟ ପରିଚାଳନା ଏବଂ ୩୦ ତାରିଖରେ ପରିବେଶ ବିଜ୍ଞାନ, ଆନ୍ଥ୍ରୋପୋଲୋଜି, ଅର୍ଥନୀତି, ଯୋଗ, ସୋସିଓଲୋଜି, ସୋସିଆଲ୍ ସାଇନ୍ସ ଆଣ୍ଡ କମ୍ୟୁନିଟି ମେଡିସିନ୍ ଆଣ୍ଡ କମ୍ୟୁନିଟି ହେଲ୍ଥ, ପରିସଂଖ୍ୟାନ, ଫରେଷ୍ଟ୍ରି ଆଦି ବିଷୟରେ ପରୀକ୍ଷା ହେବ । ଏନେଇ ସମସ୍ତ ସୂଚନା ଏନ୍ଟିଏ ୱେବ୍ସାଇଟ୍ https://nta.ac.in/ରେ ଉପଲବ୍ଧ ରହିଛି ।


