୨ ହେଲିକପ୍ଟର ଧକ୍କା, ଜଣେ ମୃତ

କାଠମାଣ୍ଡୁ : ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ଭୟଙ୍କର ଦୁର୍ଘଟଣା । ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା । ଏହି ଦୁର୍ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଫିସଟେଲ୍ ଏୟାର ଏବଂ ଏୟାର ଡାଇନେଷ୍ଟି କମ୍ପାନୀର ଦୁଇଟି ହେଲିକପ୍ଟର ଧକ୍କା ହୋଇଥିବା ନେପାଳ ପୁଲିସ ଅଧିକାରୀ ମୌସମ୍ ତମାଙ୍ଗ ସୂଚନା ଦେଇଛନ୍ତି ।

ପ୍ରାଥମିକ ସୂଚନା ଅଣୁଯାୟୀ, ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ୧୧ରେ ଲ୍ୟାଣ୍ଡିଂ କରିବା ସମୟରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଛନ୍ତି । ସୋଲୁଖୁମ୍ବୁ ଜିଲ୍ଲାର ଖୁମ୍ବୁ ପାସାଙ୍ଗ ଲାମୁ ପୌରପାଳିକାର ୪ ନମ୍ଵର ୱାର୍ଡ ସ୍ଥିତ ଫେରେଚେରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ମୃତକ ଜଣଙ୍କ ହେଲେ ବଳରାମରାମାଡୁର ବସନ୍ତ କୁମାର । ସେ ଫିସଟେଲ୍ ଏୟାର ହେଲିକପ୍ଟରରେ ସବାର ଥିଲେ । ସେହିପରି ଗୁରୁତର ଆହତ ଜଣଙ୍କ ହେଲେ ୪୯ ବର୍ଷୀୟ ଶୈଳେଶ କୃଷ୍ଣ ପଟେଲ । ତାଙ୍କୁ ଏୟାରଲିଫ୍ଟ କରାଯାଇ କାଠମାଣ୍ଡୁର ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣାରେ ନେପାଳୀ ପାଇଲଟ ରବୀନ୍ଦ୍ର ପ୍ରଜାପତି ଏବଂ ପ୍ରଜ୍ଵଳ କେସି ମଧ୍ୟ ଆହତ ହୋଇଛନ୍ତି । ଦୁହିଁଙ୍କୁ ଚିକିତ୍ସା ପାଇଁ କାଠମାଣ୍ଡୁ ନିଆଯାଇଛି । ଦୁର୍ଘଟଣା ଘଟିଥିବା ଦୁଇ ହେଲିକପ୍ଟରରେ କେତେଜଣ ଯାତ୍ରୀ ଥିଲେ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

  • Related Posts

    ନୋରା ଫତେହିଙ୍କୁ ପୁଣି ଥରେ ସମନ୍

    ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ଥରେ ସମନ୍ । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କାର ମନିଲଣ୍ଡେରିଂ ମାମଲାରେ ସୋମବାର ଦିଲ୍ଲୀର ରାଉଳ ଏଭିନ୍ୟୁ କୋକ୍ଟରେ ହାଜର ହୋବାର ଥିଲା । ସମନ ସ୍ବତ୍ତେ ଅଭିନେତ୍ରୀ କୋର୍ଟ ପହଞ୍ଚି…

    Continue reading
    ୟୁକ୍ରେନ ଉପରେ ରୁଷର ଆକ୍ରମଣ ; ୨୬ ମୃତ

    କିଭ୍ : ରୁଷ ଦକ୍ଷିଣ ୟୁକ୍ରେନରେ ଏକ ସହାୟତା ବଣ୍ଟନ କେନ୍ଦ୍ର ଏବଂ ନିକଟବର୍ତ୍ତୀ ଆଶ୍ରୟସ୍ଥଳ ଉପରେ ବୋମା ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଟ୍ୱିଟରରେ ଏକ ପୋଷ୍ଟରେ ଏହା ଘୋଷଣା କରିଛନ୍ତି। ଜେଲେନ୍ସକି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି