୩୩ ଜଣ IPSଙ୍କୁ ଡିଜି-ରାଙ୍କ କେନ୍ଦ୍ରୀୟ ନିଯୁକ୍ତି ପାଇଁ ଅନୁମତି, ତାଲିକାରେ ଓଡ଼ିଶା କ୍ୟାଡର୍‌ ୨ IPS ଅଧିକାରୀ

ଭୁବନେଶ୍ବର: କ୍ୟାବିନେଟର ନିଯୁକ୍ତି କମିଟି (ACC) ଭାରତ ସରକାରଙ୍କର ପୋଲିସ ମହାନିର୍ଦ୍ଦେଶକ (DGP), DG ଇକ୍ୟୁଭାଲେଣ୍ଟ, ଅତିରିକ୍ତ ସଚିବ (AS) ଏବଂ AS ଇକ୍ୟୁଭାଲେଣ୍ଟ ସ୍ତରରେ ବରିଷ୍ଠ ପଦବୀରେ ନିଯୁକ୍ତି ପାଇଁ ୩୩ ଜଣ IPS ଅଧିକାରୀ ଏବଂ IRSEE, ICAS ଏବଂ IES ସେବାର ତିନି ଜଣ ଅଧିକାରୀ ସମେତ ୩୬ ଜଣ ବରିଷ୍ଠ ଅଧିକାରୀଙ୍କ ତାଲିକାଭୁକ୍ତ କରିବାକୁ ଅନୁମୋଦନ କରିଛି । ଏଥିରେ ଓଡିଶା କ୍ୟାଡ଼ର ୨ ବରିଷ୍ଠ IPS ଅଧିକାରୀ ରହିଛନ୍ତି ।
କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘କ୍ୟାବିନେଟର ନିଯୁକ୍ତି କମିଟି’ ତାଲିକା ପ୍ରକାଶ ପାଇଛି । ଦେଶର ୩୩ ଜଣ ବରିଷ୍ଠ ଭାରତୀୟ ପୋଲିସ ସେବା ବା ଆଇପିଏସ ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ ବା ଡିଜି ଓ ଡିଜି ସମକକ୍ଷ ପଦବୀ ପାଇଁ ଏସିସି ଏମ୍ପାନେଲ କରିଛନ୍ତି । ଏଥିରେ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ଥାନ ପାଇଛନ୍ତି । ଏମ୍ପାନେଲ୍ ହୋଇଥିବା ଓଡ଼ିଶା କ୍ୟାଡର ଅଧିକାରୀ ଦୁଇ ଜଣ ହେଲେ ୧୯୯୦ ବ୍ୟାଚର ଡଃ ସୁଧାଂଶୁ ଷଡ଼ଙ୍ଗୀ ଏବଂ ୧୯୯୫ ବ୍ୟାଚର ପିଏସ୍. ରଣପିସେ । ଏମ୍ପାନେଲମେଣ୍ଟ ପରେ ଉଭୟ ବରିଷ୍ଠ ଅଧିକାରୀ କେନ୍ଦ୍ର ସରକାରଙ୍କ ଅଧୀନରେ ଡିଜି ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

କେନ୍ଦ୍ରୀୟ ଡେପୁଟେସନ ପାଇଁ ଏହି ଏମ୍ପାନେଲମେଣ୍ଟକୁ ଜଣେ ଆଇପିଏସ ଅଧିକାରୀଙ୍କ କ୍ୟାରିୟରର ଏକ ବଡ଼ ମାଇଲଖୁଣ୍ଟ ବୋଲି ଧରାଯାଏ । ଏହା ମାଧ୍ୟମରେ ସିଆରପିଏଫ୍, ବିଏସଏଫ୍, ସିଆଇଏସଏଫ୍, ଆଇଟିବିପି ସମେତ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାରେ ଉଚ୍ଚପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିଥାଏ । ଓଡ଼ିଶା କ୍ୟାଡରର ଏହି ଦୁଇ ଅଧିକାରୀଙ୍କ ଚୟନ ରାଜ୍ୟ ପୋଲିସ ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । କାରଣ ଡ. ସୁଧାଂଶୁ ଷଡ଼ଙ୍ଗୀ ରାଜ୍ୟର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଦୌଡରେ ଅଛନ୍ତି ।
ଡ. ସୁଧାଂଶୁ ଷଡ଼ଙ୍ଗୀ:

ଡ. ସୁଧାଂଶୁ ଷଡ଼ଙ୍ଗୀ ମାଲକାନଗିରି ଏସପି ଭାବେ ପ୍ରଶାସନିକ ଜୀବନର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ସୁନ୍ଦରଗଡ଼, କେନ୍ଦୁଝର, ବ୍ରହ୍ମପୁର ଓ ବାଲେଶ୍ଵରର ଏସପି ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୫ ବର୍ଷର କ୍ୟାରିଅରରେ ସୁଧାଂଶୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ବର୍ତ୍ତମାନ ଡ. ସୁଧାଂଶୁ ଷଡ଼ଙ୍ଗୀ ଓଡିଶା ସରକାରଙ୍କ ଅଗ୍ନିଶମ ଏବଂ ହୋମଗାର୍ଡ ଡିଜି ଭାବରେ ୨୦୨୩ ମେ’ ୨୨ ତାରିଖରୁ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସେ ଟ୍ଵିନ ସିଟି ପୋଲିସ କମିଶନ ଭାବେ କାର୍ଯ୍ୟ କରିଛନ୍ତି ।
ପିଏସ୍. ରଣପିସେ:

ସେହିପରି ୧୯୯୫ ବ୍ୟାଚର ପିଏସ୍. ରଣପିସେ ସେଣ୍ଟ୍ରାଲ ଡେପ୍ୟୁଟେସନରେ ଅଛି । ସେ ସିଆଇଏସଏଫର ଅତିରିକ୍ତ ଡିଜି ଭାବେ କାର୍ଯ୍ୟରତ । ପୂର୍ବରୁ ସେ ରାଜ୍ୟ ସରକାରଙ୍କ ଅଧିନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି ।

  • Related Posts

    ଜେଲ ଗଲେ ମହାକାଳପଡ଼ା ସରପଞ୍ଚ

    ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…

    Continue reading
    ୮ ପିତୃମାତୃହୀନ ପିଲାଙ୍କୁ “ଗ୍ରୀନ ପ୍ୟାସଜ” ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚ ଶିକ୍ଷା

    କୋଭିଡ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ଵଭାବିକ କରIଯାଇଥିଲା I ଚଳିତ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ