୩୪ ଲକ୍ଷ ଟଙ୍କାର କଫ ସିରପ୍ ଜବତ

କଟକ: ଦ୍ବୈତନଗରୀକୁ ଛୁଇଁଲାଣି ନିଷିଦ୍ଧ କଫ୍‌ ସିରପ୍‌ ଲିଙ୍କ୍‌। କଟକରୁ ଆଜି ବିପୁଳ ପରିମାଣର କୋଡାଇନ୍ ମିଶ୍ରିତ କଫ୍‌ ସିରପ୍ ଜବତ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ବାଦାମବାଡ଼ିର ନ୍ୟୁ ଏଲ୍‌ଆଇସି କଲୋନିରେ ଏକ କୋରିଅର୍ ସଂସ୍ଥାରେ ଚଢ଼ଉ କରି ପାଖାପାଖି ୩୪ ଲକ୍ଷ ଟଙ୍କାର କଫ ସିରପ୍ ଜବତ କରିଛି। ଏହି ଘଟଣାରେ ଜଣେ କୋରିଅର୍ ସଂସ୍ଥାର କର୍ମଚାରୀଙ୍କୁ ଉଠାଇ ନିଆଯାଇଛି। ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶରେ ଵିନ୍‌ସେରେକ୍ସ କଫ୍‌ ସିରପ୍ ନାଁରେ କୋଡାଇନ୍ ମିଶ୍ରିତ କଫ୍‌ ସିରପ୍ ପ୍ରସ୍ତୁତ ହେଉଥିଲା। ଏହି କଫ୍‌ ସିରପ୍‌କୁ କଟକର ଏକ ଭୂତ ଔଷଧ ଏଜେନ୍ସି ନ୍ୟୁ ଏଲ୍‌ଆଇସି କଲୋନିରେ ଥିବା ଏକ କୋରିଅର ସଂସ୍ଥା ମାଧ୍ୟମରେ ଆମଦାନୀ କରୁଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ଏହି ଖବର ଆଧାରରେ ଏସ୍‌ଟିଏଫ୍ ଟିମ୍ ପାର୍ସଲକୁ ଟ୍ରାକ୍ କରିଥିଲା। ପାର୍ସଲ ନ୍ୟୁ ଏଲ୍‌ଆଇସି କଲୋନିର କାର୍ୟ୍ୟାଳୟରେ ପହଞ୍ଚିବା ପରେ ଏସ୍‌ଟିଏଫ୍ କଟକ ଜିଲ୍ଲା ପ୍ରଶାସନ, ବାଦାମବାଡ଼ି ଥାନା ପୁଲିସ, ଡ୍ରଗସ୍‌ କଣ୍ଟ୍ରୋଲ ବ୍ୟୁରୋର ମିଳିତ ସହଯୋଗରେ ଗୁରୁବାର ସନ୍ଧ୍ୟାରେ ଚଢ଼ଉ କରିଥିଲା। ମୋଟ ୫୬ ପେଟି ପାର୍ସଲ୍‌ ଜବତ ହୋଇଛି। ପ୍ରତି ପେଟିରେ ପ୍ରାୟ ୩୦୦ ବୋତଲ ରହିଛି। ଅର୍ଥାତ୍‌ ପ୍ରାୟ ୧୭ ହଜାର ବୋତଲ ରହିଛି। ପ୍ରତି ବୋତଲରେ ୧୯୯ ଟଙ୍କା ମୂଲ୍ୟ ଉଲ୍ଲେଖ ରହିଛି। କୋଡାଇନ୍ ମିଶ୍ରିତ ଏହି କଫ ସିରପ୍ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଥିବା ବେଳେ କଟକର ଏକ ଭୂତ ଔଷଧ ଏଜେନ୍ସି ଏହାକୁ ଏଭଳି ଢଙ୍ଗରେ କାରବାର କରିବା ପଛର ରହସ୍ୟକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏହାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ବି ଚଢ଼ଉ କରିଛି।

  • Related Posts

    ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

    ମାଲକାନଗିରି : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ କାଞ୍ଚଲୱାଡା ଗ୍ରାମରେ ପାରିବାରିକ କଳହରୁ ହତ୍ୟା ହୋଇଛି। ସ୍ୱାମୀ ବୁଦୁରା ମାଢିଙ୍କ ଟାଙ୍ଗିଆ ଆକ୍ରମଣରେ ସ୍ତ୍ରୀ ଦେବେ ମାଢିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମାଲକାନଗିରି ଆଦର୍ଶ…

    Continue reading
    ସର୍କିଟ ହାଉସରୁ ବନ୍ଧୁକ ଜବତ, ୨ଗିରଫ

    ରାଉରକେଲା: ପାନପୋଷ ସର୍କିଟ ହାଉସରୁ ରଘୁନାଥପାଲି ପୁଲିସ ବନ୍ଧୁକ ଜବତ କରିଛିl ଏହି ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି l ଜଣେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ଓ ଅନ୍ୟ ଜଣେ ବ୍ରହ୍ମପୁରର l ସହର ଜଣେ ଯୁବ ବିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ