୩ ନୌସେନା ଅଧିକାରୀ ଗିରଫ, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ

ଭୁବନେଶ୍ୱର: ଖୋର୍ଦ୍ଧା ପୋଲିସ ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ଏକ ବିରାଟ ଠକେଇର ପର୍ଦ୍ଦାଫାଶ କରିଛି। ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତିନି ନୌସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି।ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୂର୍ବତନ ନୌସେନା ଅଧିକାରୀ ଏବଂ ଅନ୍ୟ ଦୁଇଜଣ ବର୍ତ୍ତମାନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆଇଏନଏସ କେସରୀ ଏବଂ ଆଇଏନଏସ ଚିଲକାରେ କାର୍ୟ୍ୟରତ ଅଛନ୍ତି। ବାଲୁଗାଁ ଥାନାରେ ଏପ୍ରିଲ ୧୯ରେ ଏକ ଏଫଆଇଆର ପଞ୍ଜୀକୃତ ହେବା ପରେ ଏହି ଗିରଫଦାରୀ କରାଯାଇଛି।ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଚାକିରୀ ଆଶାୟୀଙ୍କଠାରୁ ନୌସେନାରେ ସ୍ଥାନ ନିଶ୍ଚିତ କରିବାର ମିଛ ଆଶ୍ୱାସନ ଦେଇ ବହୁ ଟଙ୍କା ସଂଗ୍ରହ କରୁଥିଲେ। ଏହି ଠକେଇର ବ୍ୟାପକତା ଏବଂ ଆଉ କେତେ ବ୍ୟକ୍ତି ଏଥିରେ ଜଡ଼ିତ ଅଛନ୍ତି ତାହାର ତଦନ୍ତ ପୋଲିସ କରୁଛି।“ନଭେମ୍ବର ୨୦୨୪ରେ ଅନୁଷ୍ଠିତ ପରୀକ୍ଷାରେ ଉପସ୍ଥିତ ହୋଇଥିବା ଅଗ୍ନିବୀର ଆଶାୟୀଙ୍କଠାରୁ ପୋଲିସ ଯାଞ୍ଚ, ଶାରୀରିକ ପରୀକ୍ଷା ଏବଂ ଚାକିରୀ ନିଶ୍ଚିତ କରିବାର ପ୍ରତିଶ୍ରୁତି ଦେଇ ସେମାନେ ବିପୁଳ ପରିମାଣର ଟଙ୍କା ହଡ଼ପ କରିଥବା ଖୋର୍ଦ୍ଧା ଏସପି ସାଗରିକା ନାଥ ଗଣମାଧ୍ୟମକୁ କହିଛନ୍ତି।“ତଦନ୍ତ ସମୟରେ ପୋଲିସ ଅନେକ ଲେଣଦେଣର ପ୍ରମାଣ ଏବଂ ବ୍ୟାଙ୍କ ଦଲିଲ ଜବତ କରିଛି। ଏପର୍ୟ୍ୟନ୍ତ ଏହି ଠକେଇ ସହ ଜଡ଼ିତ ତିନି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ନୌସେନା ଅଧିକାରୀ ଏବଂ ଉତ୍ତର ପ୍ରଦେଶର ବାସିନ୍ଦା। ଦ୍ୱିତୀୟ ଅଭିଯୁକ୍ତ ବର୍ତ୍ତମାନ ଇଏପି-୫ ପଦବୀରେ ଅଛନ୍ତି ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆଇଏନଏସ କେସରୀରେ କାର୍ୟ୍ୟରତ। ତୃତୀୟ ଅଭିଯୁକ୍ତ ଆଇଏନଏସ ଚିଲକାରେ କାର୍ୟ୍ୟରତ ଅଛନ୍ତି,” ଏସପି ନାଥ ସୂଚନା ଦେଇଛନ୍ତି।ଏସପି ନାଥ ଆହୁରି ପ୍ରକାଶ କରିଛନ୍ତି ଯେ, ଗୋଇନ୍ଦା ସୂଚନା ଅନୁଯାୟୀ, ଏହି ଠକେଇ ରାକେଟରେ ଆଉ ଦୁଇ ବ୍ୟକ୍ତି ଜଡ଼ିତ ଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ୟ୍ୟନ୍ତ, ପୋଲିସ ଠକେଇ କାର୍ୟ୍ୟକଳାପ ସହ ଜଡ଼ିତ ୧୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଛି। ତଦନ୍ତ ଜାରି ରହିଛି, ସେ ଯୋଗ କରିଛନ୍ତି।

  • Related Posts

    ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲେ

    ହିଞ୍ଜିଳିକାଟୁ: ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଖଣ୍ଡର ଛକରେ ଘଟିଛି ଅଭାବନୀୟ ଘଟଣା ଗୁରୁତର ଯୁବକ ହେଲେ ଉଦ୍ଧବ ପାଢୀ। ଉଦ୍ଧବ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଲିଫ୍ଟ ମାଗିଥିଲେ।…

    Continue reading
    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ