୬୦ ଲକ୍ଷ ଟଙ୍କାର ଗଛ ଜବତ: ଘର ଭିତରେ ଗଞ୍ଜେଇ ଚାଷ

ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ପୁଲିସ। ତାଙ୍କ ନାଁ ରାହୁଲ ଚୌଧୁରୀ (୪୬)। ତାଙ୍କ ଘରୁ ୮୦ଟି ଗଞ୍ଚେଇ ଗଛ ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ତା’ ସହିତ ତାଙ୍କ ଘରୁ ଗଞ୍ଜେଇ ମଞ୍ଜି, ସାର ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଗ୍ରେଟର ନୋଏଡା ପୁଲିସ ପକ୍ଷରୁ କୁହାଯାଇଛି ଯେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପାର୍ଶ୍ୱନାଥ ପାନୋରମା ସୋସାଇଟିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ରାହୁଲ ଚୌଧୁରୀ ତାଙ୍କ ଘରେ ଫୁଲ କୁଣ୍ଡରେ ଗଞ୍ଜେଇ ଚାଷ କରିଥିବା ଦେଖିବାକୁ ମିଳିଥିଲା। ପୂରା କିଚେନ୍ ଗାର୍ଡେନ ଶୈଳୀରେ ସେ ଗଞ୍ଜେଇ ଚାଷ କରିଥିଲେ। ଅଭିଯୁକ୍ତ ଗଞ୍ଜେଇ ଗଛ ପିଛା ୫ରୁ ୬ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଯୋଜନା ବଦ୍ଧ ଭାବେ ଫ୍ଲାଟ୍‌ରେ ଗଞ୍ଜେଇ ଚାଷ କରିଥିଲେ ରାହୁଲ। ଗଞ୍ଜେଇ ଗଛଗୁଡ଼ିକ ଯେପରି ସଠିକ୍ ତାପାମାତ୍ରାରେ ବଢ଼ିବେ, ସେଥିପାଇଁ ସେ ଏସି ଲଗାଇଥିଲେ, ଯାହା ଦିନରାତି ୨୪ ଘଣ୍ଟା ଚାଲୁଥିଲା। ଯେହେତୁ ଗଞ୍ଜେଇ ଚାଷ ବେଆଇନ, ତେଣୁ ସେ ଘରର କବାଟ ଓ ଝରକା ଖୋଲିପାରୁ ନଥିଲେ। କେହି ଦେଖିଦେଲେ ପୁଲିସ ପାଖକୁ ସୂଚନା ପଳାଇବାର ଭୟ ରହିଥିଲା। ଗଞ୍ଜେଇ ଗଛଗୁଡ଼ିକ ସିଧାସଳଖ ସୂର୍ଯ୍ୟାଲୋକ ପାଇବାରୁ ବଞ୍ଚିତ ହେଉଥିବାରୁ ରାହୁଲ ସେଥିପାଇଁ କୃତ୍ରିମ ଆଲୋକ ବ୍ୟବସ୍ଥା କରିଥିଲେ।

 

ପୁଲିସ କହିଛି, ରାହୁଲ ମୀରଟ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପୂର୍ବରୁ ତାଙ୍କର ଏକ ହୋଟେଲ ଥିଲା। କିନ୍ତୁ କୋଭିଡ ସମୟରେ ଏହା ବିପୁଳ କ୍ଷତି ସହିଥିଲା। ତା’ପରେ ଚିନ୍ତିତ ରହୁଥିଲେ ରାହୁଲ। ପ୍ରାୟ ସବୁ ବେଳେ ନିଶା ସେବନ କରୁଥିଲେ ଓ ଡିପ୍ରେସନକୁ ଚାଲି ଯାଇଥିଲେ। ନିଶା କାରବାର ନେଇ ସେ ବିଭିନ୍ନ ଓଟିଟି ସିରିଜରୁ ଜ୍ଞାନ ପାଇଥିଲେ। ତାଙ୍କୁ କେହି ଜଣେ ବିଦେଶରୁ ଗଞ୍ଜେଇ ମଞ୍ଜି ମଗାଇବାକୁ କହିଥିଲେ। ରାହୁଲ ଏକ ବିଦେଶୀ ୱେବ୍ ସାଇଟ୍ ଜରିଆରେ ଗଞ୍ଜେଇ ମଞ୍ଜି କିଣିଥିଲେ, ଯାହାର ନାଁ ସିଡ୍‌ସମ୍ୟାନ। ସେ ଗଞ୍ଜେଇ ମଞ୍ଜିକୁ ଭିନ୍ନ ଭିନ୍ନ ସ୍ଥାନରୁ ଗ୍ରହଣ କରୁଥିଲେ। PayPal ଜରିଆରେ ପୂରା ନେଣଦେଣ ହୋଇଥିଲା। ସେ ଗଞ୍ଜେଇ ଚାଷ ସଂପର୍କରେ ତାଙ୍କ ପତ୍ନୀ ଓ ଛୁଆମାନଙ୍କୁ କିଛି କହି ନଥିଲେ। ଓଲଟି ସେ ଅର୍ଗାନିକ ଫାର୍ମିଂ କରୁଛନ୍ତି ବୋଲି କହିଥିଲେ। ଦୁଇ ବର୍ଷ ତଳେ ରାହୁଲ ଘରେ ପ୍ରଥମ ଥର ପାଇଁ ଦୁଇଟି ଫୁଲ କୁଣ୍ଡରେ ଗଞ୍ଜେଇ ଗଛ ଲଗାଇଥିଲେ। ପ୍ରଥମେ ପ୍ରଥମେ ସେ ନିଜ ପାଇଁ ଏହିଭଳି ଗୋଟିଏ ଦୁଇଟି କୁଣ୍ଡରେ ଗଞ୍ଜେଇ ଗଛ ଲଗାଉଥିଲେ। ପରେ ପରେ ସେ ଏହି ସଂଖ୍ୟା ବଢ଼ାଇଥିଲେ। ଅନ୍‌ଲାଇନ୍‌ରେ ଗ୍ରାହକ ମଧ୍ୟ ଯୋଗାଡ଼ କରୁଥିଲେ। ଏଇ ଚାରି ମାସ ହେଲା ସେ ଅଧିକ ପରିମାଣରେ ଗଞ୍ଜେଇ ବ୍ୟବସାୟ କରିବାକୁ ଚାହଁଥିଲେ ଓ ନିଜ ଘର ଭିତରେ ୮୦ଟି ଫୁଲ କୁଣ୍ଡରେ ଗଞ୍ଜେଇ ମଞ୍ଜି ଲଗାଇଥିଲେ। କିଛି ଦିନ ତଳେ ବେଙ୍ଗାଲୁରୁର ଏକ ଦମ୍ପତିଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ନିଜ ଘରେ ଗଞ୍ଜେଇ ଚାଷ କରିଥିଲେ। ଆଉ ମହିଳା ଜଣଙ୍କ ଫେସ୍‌ବୁକ୍‌ରେ ଏ ସଂପର୍କିତ ଏକ ପୋଷ୍ଟ କରିବା ପରେ ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା।

  • Related Posts

    ବିଶ୍ୱ ଜଳବାୟୁ ଦିବସ ଅବସରରେ ରାଇକିଆରେ ସ୍ୱତନ୍ତ୍ର ପଲ୍ଲିସଭା

    “ସ୍ୱଚ୍ଛ ରାଇକିଆ, ସବୁଜ ରାଇକିଆ” ଗଠନ ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଇକିଆ: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ ଗୃହ ପରିସରରେ ଏକ ସ୍ୱତନ୍ତ୍ର ପଲ୍ଲିସଭା ଆୟୋଜିତ ହୋଇଥିଲା। ବଦଳୁଥିବା ଜଳବାୟୁ ପରିସ୍ଥିତି, ପରିବେଶ…

    Continue reading
    ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

    ଭଦ୍ରକ: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ଏକ ସାର୍ଟିଫିକେଟ ଦେବାକୁ ୧୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍। ଧରାପଡ଼ିବା ପରେ ଶ୍ରୀକାନ୍ତଙ୍କ ଘର ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ