
ଆଳି: ୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଏତଲା ଦାୟର କରାଯାଇଛି। ଆଳି ଥାନାରେ ୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଏତଲା ଦାୟର କଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)। ଅର୍ଗଳ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ଅଭିଯୋଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଏତଲା ଦାୟର କରିଛନ୍ତି। ୭ ମାସର ଭତ୍ତା ଟଙ୍କା ଫେରାଇବା ସହ କାର୍ୟ୍ୟାନୁଷ୍ଠାନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟର କରିଥିବା ଏତଲାରେ ଦର୍ଶାଇଛନ୍ତି। ଭୋଟର ଆଇଡି ଓ ଆଧାର କାର୍ଡ ଜାଲିଆତି କରି ଭତ୍ତା ହାତେଇଥିବା ସୂଚନା ମିଳିଛି।




