୬୮ ଅଭିଯୋଗର ଶୁଣାଣୀ କଲେ କେନ୍ଦୁଝର ଜିଲ୍ଲାପାଳ

ଯୋଡା,୧୧/୫ (ରମେଶମହାପାତ୍ର) କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ସଭାଗୃହ ପରିସରରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୋଡ଼ା ବ୍ଲକର ବିଭିନ୍ନ ଗ୍ରାମ ଓ ସହରାଞ୍ଚଳରେ ଥିବା ମୌଳିକ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଗ୍ରାମରୁ ଆସିଥିବା ଅଭିଯୋଗର ଶୁଣାଣୀ ହୋଇଛି। ଗୁଆଲୀ ଗ୍ରାମ ପଞ୍ଚାୟତ ନୂଆଗାଁ (ୱାର୍ଡନଂ ୩)ରେ ଭାଙ୍ଗିଯାଇଥିବା ଚେକ ଡ୍ୟାମ ଜର୍ଜରିତ ଅବସ୍ଥାରେ ରହିଥିବା ଏହି ଚେକ ଡ୍ୟାମର ପୁନଃ ନିର୍ମାଣ ପାଇଁ ଅଭିଯୋଗ ହୋଇଥିଲା । ଏଥିସହ ନୂଆଗାଁ ପରମାସାହି ରାସ୍ତା ଦୀର୍ଘଦିନ ଧରି ଖରାପ ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବର୍ଷା ଦିନରେ ରାସ୍ତାର ଅବସ୍ଥା ସାଂଘାତିକ ହୋଇ ପଡୁଥିବା ବେଳେ କାଦୁଅ ଭର୍ତ୍ତି ରାସ୍ତାରେ ଗମନା ଗମନରେ ବାଧା ଉପୁଜିବା ସହ ସ୍କୁଲ ପିଲାମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଛନ୍ତି । ଗୁରୁତୁଆଁ ଗ୍ରାମରେ ଚେକ ଡ୍ୟାମ ନିର୍ମାଣ ପାଇଁ ଗୋଟିଏ ବର୍ଷରୁ ଉର୍ଦ୍ଧ୍ବ ହେବ ଆବେଦନ କରାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଇନାହିଁ । ଫଳରେ ଚାଷୀମାନେ ପାଣି ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଏନେଇ ସ୍ଥାନୀୟ ଗ୍ରାମବାସୀ ମିଥୁନ ନାଏକ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି । ଲୋଇଡାପଦା ପଞ୍ଚାୟତ କାଟେସାହି ଗ୍ରାମରେ ବିଭିନ୍ନ ପର୍ବପର୍ବାଣୀ ଆୟୋଜନ ନିମନ୍ତେ ଏକ କ୍ଲବ ଗୃହ ନଥିବାରୁ ବହୁ ଅସୁବିଧା ସୃଷ୍ଟି ହେଉଛି । ବଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିପାଳନ ନିମନ୍ତେ ଏକ କ୍ଲବ ଗୃହ ନିର୍ମାଣ ପାଇଂ ସ୍ଥାନୀୟ ଗ୍ରାମର ଯୁବପିଢୀ ଅଭିଯୋଗ କରିଛନ୍ତି । ସର୍ବମୋଟ ୬୮ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ଅଭିଯୋଗ ହୋଇଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସହିତ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରି ଉପଯୁକ୍ତ ନିରାକରଣ ଉପରେ ଆଲୋଚନା କରିଥିଲେ। ଏହି ଅଭିଯୋଗ ଶୁଣାଣୀରେ ଖଣି ବିଭାଗ, କୃଷି ବିଭାଗ, ଶିକ୍ଷା ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଯୋଗାଣ ବିଭାଗ ସହ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଶୁଣାଣୀ ଶିବିରରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ପ୍ରଧାନ,ପିଡି କୁମାର ନାଗଭୂଷଣ,ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା,ସିଡିଏମଓ ଧନେଶ୍ୱର ସେଠୀ,କେନ୍ଦୁଝର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭା ଧନ,ବଡବିଲ ତହସିଲଦାର ରାକେଶ ପଣ୍ଡା,ଯୋଡା ବିଡିଓ ଡେନିସ ବେହେରା,ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକ ଉପସ୍ଥିତ ରହିଥିଲେ ।

  • Related Posts

    ଚିନି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

    ନୂଆଦିଲ୍ଲୀ: ଦେଶର ଚିନି ଯୋଗାଣ ବଜାୟ ରଖିବା ପାଇଁ ସରକାର ତୁରନ୍ତ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ବଳବତ୍ତର ରହିବ। ଦେଶରେ ଚିନି ଯୋଗାଣ…

    Continue reading
    ନିମାପଡାରେ ନିୟମର ଧଜ୍ଜିଆ ଉଡାଉଛନ୍ତି ସରକାରୀ ବାବୁ ଓ ବାବୁଆଣି

    ଅଫିସ ସକାଳୁଆ ,ଆସୁଛନ୍ତି ୧୦ଟା ପରେ ନିମାପଡ଼ା ରୁ ବସନ୍ତ ନାୟକ, ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ସକାଳୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାର ଙ୍କ ଏହି ଆଦେଶ କୁ ନିମାପଡ଼ାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ