୯ରେ ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର: ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଭେମ୍ବର ୯ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ୯ଟିରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହିତ ଅନୁମୋଦନ ହେବାକୁୁ ରହିଛି। ବୈଠକ ସଂକ୍ରାନ୍ତରେ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ମୁଖ୍ୟ ଶାସନ ସଚିବ ଗର୍ଗ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି, ୯ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଏଥିରେ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଅନୁରୋଧ କରୁଛି। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତିରାଜ, ପୂର୍ତ୍ତ, ଜଙ୍ଗଲ ଓ ପରିବେଶ, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ ଭଳି କେତେକ ବିଭାଗ ପକ୍ଷରୁ ପ୍ରସ୍ତାବମାନ ଆସିବାର ରହିଛି।

  • Related Posts

    ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ବର୍ଷା ନାହିଁ

    ଭୁବନେଶ୍ୱର: ମୁରାସୁ ବାତ୍ୟାର ଅବଶିଷ୍ଟାଂଶ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନଟ ଲଘୁଚାପ ହୋଇଛି । ରାତି ଭିତରେ ଆହୁରି ଦୁର୍ବଳ ହୋଇ ତେଲେଙ୍ଗାନା ଓ ଆନ୍ଧ୍ର ଉପକୂଳ ଅଞ୍ଚଳ ଉପରେ ରହିବ । ଏହା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବୁଧବାର…

    Continue reading
    ଶିଶୁଭବନ ଓଭରବ୍ରିଜ୍‌ରେ ଗୁଳି କରି ଯୁବକଙ୍କୁ ହତ୍ୟା

    ଭୁବନେଶ୍ୱର: ଅସୁରକ୍ଷିତ  ହୋଇପଡ଼ିଛି ରାଜଧାନୀ । ବୁଧବାର ରାତି ପ୍ରାୟ  ୧୨ଟାରେ କ୍ୟାପିଟାଲ୍‌ ଥାନା ଅଧୀନ ଶିଶୁଭବନ  ଓଭରବ୍ରିଜ୍‌ ଉପରେ ଆତତାୟୀଙ୍କ ଗୁଳିମାଡ଼ରେ ଟଳି ପଡ଼ିଛନ୍ତି ନିର୍ମାଣ ସଂସ୍ଥାର ଜଣେ କର୍ମଚାରୀ ।  ମୃତ ଯୁବକ ଜଣକ ହେଲେ ତପନ ନାୟକ …

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି