ଅଜଣା ଗାଡ଼ି ଧକ୍କାରେ ବାପା-ପୁଅ ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅଜଣା ଗାଡ଼ି ଧକ୍କାରେ ବାପା-ପୁଅଙ୍କର ମୃତ୍ୟୁ ହୋଇଛି । ରବିବାର ବିଳମ୍ବିତ ରାତିରେ ବାଲିଗୁଡ଼ା ଥାନା ସିର୍ଶୀପାଙ୍ଗା ଗାଁର ହେମ କହଁର (ବାପା) ଓ ନୀଳକଣ୍ଠ କହଁର (ପୁଅ) ବାଇକ୍‌ ଯୋଗେ ରାଇପଙ୍ଗା ଗାଁକୁ ଯାଉଥିଲେ । ସେଠାରୁ ଘରକୁ ଫେରୁଥିବା ବେଳେ ଗାଲୀଗୁରା ଘାଟି ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଯାହାଫଳରେ ବାପା ହେମ କହଁରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ପୁଅ ନୀଳକଣ୍ଠକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟପଟେ ଫୁଲବାଣୀ ଟାଉନ୍‌ ଥାନା ପୋଲିସ ଏବଂ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଦୁର୍ଘଟଣା ପରେ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିବାରୁ ଦୁଇ ନୀରିହଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

  • Related Posts

    ରାଜଧାନୀରେ ବୋମାମାଡ଼, ପୁଲିସର ଛାନ୍‌ଭିନ୍

    ଭୁବନେଶ୍ୱର: ରାଜଧାନୀରେ ମାଟି ମାଫିଆଙ୍କ ଆତଙ୍କ। ଜମିରୁ ଜୋରଜବରଦସ୍ତି ମାଟି ଉଠାଣକୁ ବିରୋଧ କରିବାରୁ ଜମି ମାଲିକଙ୍କ ଘର ଉପରକୁ ବୋମାମାଡ଼ । ଏଭଳି ଘଟଣା ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଶନିବାର ପାଇକରାପୁର ଅଞ୍ଚଳରେ…

    Continue reading
    ନାଗ ସହ ରିଲ୍ସ, ଗଲା ଜୀବନ

    ପୁରୀ: ବିଷାକ୍ତ ସାପକୁ ସହଜରେ କାବୁ କରିନେଉଥିଲେ । ଯାହା ଘରେ ସାପ ପଶୁଥିଲା ସେଠାରେ ପହଞ୍ଚି ଧରୁଥିଲେ । ସାପ ସହ ରିଲ୍ସ କରୁଥିଲେ । ସାପ ସହ ଖେଳୁଥିବାରୁ ଦୃଶ୍ୟର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରୁଥିବା ସାପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ