ଅଦିନିଆ ରଥଯାତ୍ରା ବିବାଦ : ପୁନର୍ବିଚାର ଆବେଦନ ଖାରଜ କଲା ଇସ୍କନ

ଭୁବନେଶ୍ୱର:ବିଦେଶରେ ଆୟୋଜିତ ଅଦିନିଆ ରଥଯାତ୍ରାକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି । ପୁନର୍ବିଚାର ପାଇଁ କରାଯାଇଥିବା ଆବେଦନକୁ ଇସ୍କନ ପକ୍ଷରୁ ଖାରଜ କରାଯାଇଥିବା ସୂଚନା ମିଳିଛି । ଏନେଇ ଗଜପତି ମହାରାଜା ସୂଚନା ଦେଇଛନ୍ତି । ଇସ୍କନ ଜିବିସି ଅଧ୍ୟକ୍ଷଙ୍କ ପକ୍ଷରୁ ଏକ ଇ-ମେଲ୍ ମାଧ୍ୟମରେ ଏହି ଜବାବ ଦିଆଯାଇଥିବା କୁହାଯାଇଛି । ଇସ୍କନ ପକ୍ଷରୁ କୁହାଯାଇଛି ଯେ, ଏହି ବିଷୟରେ ଆଉ କୌଣସି ପଦକ୍ଷେପ ନିଆଯିବା ସମ୍ଭବ ନୁହେଁ । ଆଲୋଚନାକୁ ସମ୍ମାନର ସହ ଶେଷ କରାଯାଉଛି ବୋଲି ଇସ୍କନ ପକ୍ଷରୁ ଜଣାଇ ଦିଆଯାଇଛି ।

ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ପରମ୍ପରା ଓ ତିଥିକୁ ନେଇ ଓଡ଼ିଶାରେ ଦୀର୍ଘଦିନ ଧରି ଆପତ୍ତି ଉଠିଆସୁଛି । ବିଶେଷକରି ବିଦେଶରେ ନିର୍ଦ୍ଧାରିତ ସମୟ ବାହାରେ ରଥଯାତ୍ରା ଆୟୋଜନକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ନେଇ ଆଲୋଚନା ଓ ଅନୁରୋଧ ପରେ ମଧ୍ୟ ଇସ୍କନ ପକ୍ଷରୁ ଏବେ ନିଜର ନିଷ୍ପତ୍ତି ସ୍ପଷ୍ଟ କରାଯାଇଛି । ଆଗକୁ ଏହି ପ୍ରସଙ୍ଗ କେଉଁ ଦିଗକୁ ଯିବ, ତାହା ଉପରେ ନଜର ରହିଛି ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ