ଅଧଘଣ୍ଟା ବଢ଼ିଲା ବାଲିଯାତ୍ରା ସାଂସ୍କୃତିକ କାର୍ୟ୍ୟକ୍ରମ ଅବଧି

କଟକ: ବଢ଼ିଲା ବାଲିଯାତ୍ରା ସଂଧ୍ୟାକାଳୀନ ସାଂସ୍କୃତିକ କାର୍ୟ୍ୟକ୍ରମର ଅବଧି । ଏଣିକି ରାତି ୧୦ଟା ନୁହେଁ, ବରଂ ୧୦ଟା ୩୦ ମିନିଟ ପର୍ୟ୍ୟନ୍ତ ସଂସ୍କୃତିକ କାର୍ୟ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶନିବାର ରାତିରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଉଥିବା ବେଳେ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଥିବାରୁ ପୋଲିସ ପହଞ୍ଚି କାର୍ୟ୍ୟକ୍ରମ ବନ୍ଦ କରିବା ସହ ମଞ୍ଚ ଖାଲି କରିଥିଲା ।
ଶନିବାରର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସାଂସ୍କୃତିକ କାର୍ୟ୍ୟକ୍ରମରେ ବାଧା ନଉପୁଜିବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାପାଳ ଓ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳ ସ୍ୱରୂପ କଟକ ଜିଲ୍ଲାପାଳ ମାଜିଷ୍ଟ୍ରେଟ କ୍ଷମତା ପ୍ରୟୋଗ କରି ସାଂସ୍କୃତିକ କାର୍ୟ୍ୟକ୍ରମ ଅବଧିକୁ ଆଉ ଅଧ ଘଣ୍ଟା ବୃଦ୍ଧି କରିଛନ୍ତି । ଏଣିକି ରାତି ସାଢେ ୧୦ଟା ପର୍ୟ୍ୟନ୍ତ ଉଭୟ ମଞ୍ଚ ‘ଗଣକବି ବୈଷ୍ଣବ ପାଣି ମଞ୍ଚ’ ଓ ‘ଅକ୍ଷୟ ମହାନ୍ତି’ ମଞ୍ଚରେ ସଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବ । ଏହି ନିର୍ଦ୍ଦେଶ ଜାରି ହେବା ପରେ ଗତକାଲି (ରବିବାର) ସନ୍ଧ୍ୟାରେ ରାତି ସାଢେ ୧୦ଟା ପର୍ୟ୍ୟନ୍ତ ସଂସ୍କୃତିକ କାର୍ୟ୍ୟକ୍ରମ ଚାଲିଥିଲା । ସୁଫି ଗୀତରେ ଝୁମିଥିଲେ ହଜାର ହଜାର ଦର୍ଶକ ଓ ଅତିଥି । ‘ହମସୁଫି ବ୍ୟାଣ୍ଡ’ ପକ୍ଷରୁ କଣ୍ଠଶିଳ୍ପୀ କ୍ରିଷ୍ଣା ବିଭିନ୍ନ ସୁଫି ଗୀତ ପରିବେଷଣ କରି ଦର୍ଶକଙ୍କୁ ମତୁଆଲା କରିଥିଲେ ।
ଗତ ଶନିବାର(୧୬ ତାରିଖ) ଜଣାଶୁଣା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ମେଲୋଡି କାର୍ୟ୍ୟକ୍ରମ ଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ । ମାତ୍ର କୌଣସି କାରଣରୁ କାର୍ୟ୍ୟକ୍ରମ ବେଶ ବିଳମ୍ବରେ ଆରମ୍ଭ ହୋଇଥିଲା । ଅସୀମା ପଣ୍ଡା ସଙ୍ଗୀତ ପରିବେଷଣ ଆରମ୍ଭ କରିଥିବା ବେଳେ ପୋଲିସ ପହଞ୍ଚି କାର୍ୟ୍ୟକ୍ରମ ବନ୍ଦ କରିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ କରିଥିବାରୁ କାର୍ୟ୍ୟକ୍ରମକୁ ବନ୍ଦ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଆଲୋଚନା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳିନଥିଲା । କାର୍ୟ୍ୟକ୍ରମ ବନ୍ଦ ହେବା ପରେ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଏବେ ଏହି ଘଟଣା ପରେ କାର୍ୟ୍ୟକ୍ରମ ଅବଧି ବଢିଛି ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ