ଡିସେମ୍ବର-ଜାନୁଆରୀ ମଧ୍ୟରେ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ବର: ପକ୍ଷୀବିହାର ଚିଲିକା ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଆସିବା ଆରମ୍ଭ କଲେଣି ବିଦେଶୀ ପକ୍ଷୀ । ପ୍ରତ୍ୟେକ ବର୍ଷ ଶୀତ ଋତୁରେ ବିଭିନ୍ନ ଦେଶରୁ ହଜାର ହଜାର କିଲୋମିଟର ଦୂରରୁ ବିଭିନ୍ନ ପ୍ରଜାତିର ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥାଆନ୍ତି । ତେବେ କେବଳ ଚିଲିକା ନୁହେଁ, ହୀରାକୁଦ, ଭିତରକନିକା ଆଦି ଅଞ୍ଚଳକୁ ପୂର୍ବ ବର୍ଷଗୁଡିକ ପରି ବିଦେଶୀ ପକ୍ଷୀଙ୍କ ଆଗମନ ହେବାରେ ଲାଗିଲାଣି । ଭ୍ରମଣକାରୀ ପକ୍ଷୀଙ୍କ ଓ ସେମାନଙ୍କ ଶାବକଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ଏକାଧିକ ପଦକ୍ଷେପ ଗ୍ରହଣ କରୁଛି । ତେବେ ଆସନ୍ତାମାସ (ଡିସେମ୍ବର)ରୁ ଶେଷରୁ ଜାନୁଆରୀ ପ୍ରାରମ୍ଭ ମଧ୍ୟରେ ରାଜ୍ୟରେ ପକ୍ଷୀ ଗଣନା କରିବାକୁ ବନ ବିଭାଗ ସ୍ଥିର କରିଛି ।ଏନେଇ ସିସିଏଫ୍ ବିକାଶ ରଞ୍ଜନ ଦାଶ କହିଛନ୍ତି, ଚିଲିକାକୁ ଆସିଥିବା ବିଦେଶ ପକ୍ଷୀଙ୍କ ଖୁବଶୀଘ୍ର ଗଣନା ଆରମ୍ଭ ହେବ । ଡିସେମ୍ବର ଶେଷ ଏଵଂ ଜାନୁଆରୀ ଆରମ୍ଭ ମଧ୍ୟରେ ଚିଲିକାରେ ପକ୍ଷୀ ଗଣନା ହେବ । କେତେ ସଂଖ୍ୟାରେ ଓ କେତେ ପ୍ରଜାତିର ବିଦେଶୀ ପକ୍ଷୀ ଆସିଛନ୍ତି ସେନେଇ ସର୍ଭେ କରାଯିବ । ଚିଲିକାକୁ ପକ୍ଷୀ ଆସିବା ପରେ ପକ୍ଷୀଙ୍କ ସୁରକ୍ଷାରେ ବନ ବିଭାଗ ପଦକ୍ଷେପ ଗ୍ରହଣ କରିଛି ।ସେମାନଙ୍କ ସୁରକ୍ଷା, ଶିକାରୀଙ୍କ ଉପରେ ନଜର ଏବଂ ଚିଲିକାର ମୁଖ୍ୟ ଅଞ୍ଚଳଗୁଡିକରେ ରହିଥିବା ସ୍ଥାନ ଉପରେ ବନ ବିଭାଗର ନଜର ରହିଛି ।”ଶୀତଋତୁରେ ସୁଦୂର ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ରୁଷିଆ, କାଜାଖସ୍ତାନ, ଇରାନ, ଇରାକ, ମଙ୍ଗୋଲିଆ ଆଦି ଅଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଆସିଥାନ୍ତି । ଏହା ସହ ପାଖାପାଖି ସାଇବେରିଆରୁ ଅଧିକ ପ୍ରଜାତିର ପକ୍ଷୀମାନେ ଚିଲିକାକୁ ପସନ୍ଦ କରିଥାନ୍ତି । ଏଠାକୁ ଆସି ଅଣ୍ଡା ଦେଇଥାନ୍ତି । ବିଶେଷ ଭାବରେ ଏହି ପକ୍ଷୀମାନେ ପ୍ରଜନନ, ସେମାନଙ୍କ ଶାବକମାନଙ୍କୁ ଖାଦ୍ୟ ଏବଂ ନିଜେ ବଞ୍ଚିବାକୁ ଏକ ସର୍ବୋତ୍ତମ ପରିବେଶ ଏବଂ ବାସସ୍ଥାନ ଖୋଜିବା ପାଇଁ ହଜାର ହଜାର ମାଇଲ ଆସି ଓଡିଶାର ଏକାଧିକ ସ୍ଥାନରେ ବସା ବାନ୍ଧିଥାଆନ୍ତି ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ