ଅବସର ନେଲେ ରୋହନ ବୋପନ୍ନା

ନୂଆଦିଲ୍ଲୀ: ଅବସର ନେଲେ ଭାରତୀୟ ଟେନିସ୍ କିମ୍ବଦନ୍ତୀ ରୋହନ ବୋପନ୍ନା। ଆଜି ଷ୍ଟାର ଟେନିସ୍ ଖେଳାଳି ନିଜର ଅବସର ଘୋଷଣା କରିଛନ୍ତି। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ, ବୋପନ୍ନା ଏବଂ ଏନ. ଶ୍ରୀରାମ ବାଲାଜୀଙ୍କ ଦଳ, ପୁରୁଷ ଡବଲ୍ସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୭-୫, ୬-୨ରେ ପରାସ୍ତ ହୋଇଥିଲା। ରୋହନ ବୋପନ୍ନା ଏବେ ନିଶ୍ଚିତ କରିଛନ୍ତି ଯେ, ତାହା ତାଙ୍କ କ୍ୟାରିଅରର ଶେଷ ମ୍ୟାଚ୍ ଥିଲା। ୨୨ବର୍ଷ ଧରି ବୋପନ୍ନା ଅନ୍ତର୍ଜାତୀୟ ଟେନିସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ଏବେ ସେ ତାଙ୍କ ଐତିହାସକ କ୍ୟାରିଅରରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ବିଷୟରେ ଘୋଷଣା କରି ସେ ପୋଷ୍ଟ କରିଛନ୍ତି ଯେ, “ଏହା ମୋ ଟେନିସ୍ କ୍ୟାରିଅରର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା। ମୁଁ ବୁଝିପାରୁଛି ଯେ ମୁଁ ଜଣେ ଖେଳାଳି ଭାବରେ କେଉଁଠାରେ ପହଞ୍ଚିଛି। ମୁଁ ଆଜି ଯେଉଁଠାରେ ଅଛି ତାହା ଏକ ବିରାଟ ସଫଳତା। ମୁଁ କେବେ କଳ୍ପନା କରି ନଥିଲି ଯେ ମୁଁ ୨୦ବର୍ଷରୁ ଅଧିକ ସମୟ ପାଇଁ ଏତେ ଉଚ୍ଚ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବି। ୨୦୦୨ରେ ମୁଁ ଡେବ୍ୟୁ କରିଥିଲି ଏବଂ ଆଜି ୨୨ବର୍ଷ ପରେ, ମୁଁ ଅଲିମ୍ପିକ୍ସରେ ମୋ ଦେଶର ପ୍ରତିନିଧିତ୍ୱ କଲି। ଏହି ଐତିହାସିକ କ୍ୟାରିଅର ପାଇଁ ମୁଁ ବହୁତ ଗର୍ବିତ।

ରୋହନ ବୋପନ୍ନା ତାଙ୍କ ଦୀର୍ଘ ଟେନିସ୍ କ୍ୟାରିୟରରେ ଡବଲ୍ସ ପ୍ରତିଯୋଗିତାରେ ୬ଥର ଗ୍ରାଣ୍ଡସ୍ଲାମ ଫାଇନାଲିଷ୍ଟ ହୋଇଛନ୍ତି। ସେ ଦୁଇ ଥର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ହେବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି। ୨୦୧୭ରେ, ବୋପନ୍ନା, କାନାଡାର ଗେବ୍ରିଏଲା ଡାବ୍ରୋସ୍କିଙ୍କ ସହିତ ମିଶି ଫ୍ରେଞ୍ଚ ଓପନ୍ ମିଶ୍ରିତ ଡବଲ୍ସ ଟାଇଟଲ ଜିତିଥିଲେ। ୨୦୨୪ରେ, ସେ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କ ସହିତ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ ଜିତିଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ