ଅଭିଯୁକ୍ତକୁ ବିବାହ ବେଦୀରୁ ଉଠାଇ ଆଣିଲା ପୁଲିସ

ନିମାପଡ଼ା:ଏକାଧିକ ଅପରାଧ ଘଟାଇବା ମହଙ୍ଗା ପଡ଼ିଛି। ଯୁବକ ଜଣକ ବିବାହ କରିବା ପାଇଁ ବର ବେଶରେ ବିବାହ ବେଦୀରେ ବସି ଥିବା ବେଳେ ଗତ ବୁଧବାର ରାତିରେ ଚାରିଛକ ପୋଲିସ୍ ପହଂଚି ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଚାରିଛକ ଅଂଚଳ ଓରପଟ ଗ୍ରାମର ପ୍ରକାଶ କାଣ୍ଡି। ଉକ୍ତ ଘଟଣା ଚାରିଛକ ଅଂଚଳରେ ବେଶ୍ ଚର୍ଚ୍ଚା ବିଷୟ ପାଲଟିଛି । ଖବରରୁ ପ୍ରକାଶ,ଗତ ଶନିବାର ରାତିରେ ଚାରିଛକ ଥାନା ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ବିଲସାହି ଗ୍ରାମର ଯୁବକ ଜ୍ୟୋତିରଞ୍ଜନ ବେହେରାଙ୍କୁ ଓରପଟ ଗ୍ରାମର ପ୍ରକାଶ କାଣ୍ଡି ମରଣାନ୍ତକ ଆକ୍ରମଣ କରି ଥିବା ନେଇ ଚାରିଛକ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ୯୯/୨୦୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଥିଲା। ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏଥିରେ ବ୍ୟବହୃତ ଗାଡ଼ି ଟିକୁ ଜବତ କରିଥିବା ବେଳେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ସେହିପରି ଗତ ବର୍ଷ ଅକ୍ଟୋବର ମାସ ୧ ତାରିଖରେ ଚାରିଛକ ବଜାରରେ ଜଣେ ମହିଳାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୧୨୧/୨୫ରେ ମାମଲା ରୁଜୁ କରି ପ୍ରକାଶ କାଣ୍ଡିକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ଚାରିଛକ ପୋଲିସ ଓରପଟରେ ଅଭିଯୁକ୍ତ ପ୍ରକାଶ ବର ବେଶରେ ବେଦୀରେ ବସି ବିବାହ କରୁଥିବା ବେଳେ ପୁଲିସ ତାକୁ ସେଠାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
(ବସନ୍ତ ନାୟକ)

  • Related Posts

    ପୋଲିସ ଇନୋଭେଟିଭ୍ ଢଙ୍ଗରେ ଅପରାଧ ନିୟନ୍ତ୍ରଣ କରିବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୧୪।୦୫।୨୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ରାଜ୍ୟ ପ୍ରଶାସନ, ପୋଲିସ ଉଚ୍ଚ ପଦାଧିକାରୀ ଏବଂ ଜିଲ୍ଲାପାଳ ଓ ଏସ୍.ପିମାନଙ୍କ ସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସମୟରେ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ…

    Continue reading
    ଡେଲାଙ୍ଗରେ ବୋମାମାଡ଼,ଜଣେ ଆହତ

    ଡେଲାଙ୍ଗ: ପୁରୀ ଡେଲାଙ୍ଗରେ ବୋମାମାଡ଼। ବେଆଇନି ଖଣି ଖୋଳା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଛି। ଏଥିରେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଡେଲାଙ୍ଗ ଥାନା ହରିପୁର କଲେଜ ନିକଟରେ ଘଟିଛି ଏହି ଘଟଣା। ଏଥିରେ ଜଣେ ଯୁବକ ସାମାନ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ