ଅଯୋଧ୍ୟା ରାମ ମନ୍ଦିରରୁ ଚାନ୍ଦା ଚୋରି ମାମଲା, ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରୁ ଚାନ୍ଦା ଚୋରି ମାମଲା। ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ। କାହିଁକି ତୁରନ୍ତ ଶୁଣାଣି ଚାହୁଁଛନ୍ତି ବୋଲି ଯାଚିକା ଆବେଦନକାରୀଙ୍କୁ ଓଲଟା ପ୍ରଶ୍ନ କଲେ ସର୍ବୋଚ୍ଚ ଅଦାଲତ। ଛୁଟି ସରିବା ପରେ କୋର୍ଟ ଏହି ମାମଲାକୁ ତାଲିକାଭୁକ୍ତ କରିବେ ବୋଲି କହିଛନ୍ତି।

ଜଷ୍ଟିସ୍ ଏମ.ଏମ ସୁନ୍ଦରଶ ଏବଂ ଜଷ୍ଟିସ୍ ଶିଲ ନାଗୁଙ୍କ ପୀଠ ସମ୍ମୁଖରେ, ଆବେଦନକାରୀ ରାମ ମନ୍ଦିର ଚାନ୍ଦା ଚୋରି ଘଟଣାର ତଦନ୍ତ ପାଇଁ SIT ଗଠନ ଉପରେ ତୁରନ୍ତ ଶୁଣାଣି କରିବାକୁ ଆବେଦନ କରିଥିଲେ। ଏହା ଏକ ସଙ୍ଗୀନ ଅଭିଯୋଗ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ମାମଲା ପରିଚାଳନା ନେଇ ସନ୍ଦେହ ସୃଷ୍ଟି କରିଥିଲେ। ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର, ଉତ୍ତର ପ୍ରଦେଶ ସରକାର ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଜନସ୍ୱାର୍ଥର ସୁରକ୍ଷା ପାଇଁ ପ୍ରଭାବଶାଳୀ ତଦାରଖ, ଅଡିଟ୍ ଏବଂ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ହେଲେ ଛୁଟି ସରିବା ପରେ ଏହି ମାମଲାକୁ ତାଲିକାଭୁକ୍ତ କରାଯିବ ବୋଲି କୋର୍ଟ ସଫା ସଫା କହିଛନ୍ତି। ଜୁଲାଇ ୧୨ ତାରିଖ ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଅନୁମାନ କରାଯାଉଛି।

ସୂଚନା ଥାଉକି, ମନ୍ଦିର ଟ୍ରଷ୍ଟର ଅନୁରୋଧ କ୍ରମେ ଉତ୍ତର ପ୍ରଦେଶ ସରକାର ଜୁନ ୧୨ରେ ଏକ ଏସଆଇଟି କମିଟି ଗଠନ କରିଥିଲେ। ହେଲେ ଆବେଦନକାରୀଙ୍କ କହିବା କଥା ଏସଆଇଟି କମିଟି ଏଫଆଇଆର ରୁଜୁ ନକରି ଯାଞ୍ଚ ଆରମ୍ଭ କରିଛି। ତେଣୁ ତଦନ୍ତ କମିଟିର ନିରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ କୋର୍ଟ ମାମଲାର ମେରିଟ୍ ଉପରେ କୌଣସି ଟିପ୍ପଣୀ କରିନାହାଁନ୍ତି। କେବଳ ତତ୍କାଳ ଶୁଣାଣି କରିବାକୁ ମନା କରିଛନ୍ତି।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ