ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ ; ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’

ଭିକ୍ଟୋରିଆ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ ହୋଇଛନ୍ତି। ସେସଲ୍ସ ରାଷ୍ଟ୍ରପତି ପାଟ୍ରିକ୍ ହାର୍ମିନି ରବିବାର ଏକ ସ୍ୱତନ୍ତ୍ର ଉତ୍ସବରେ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସବୁଜ ଶକ୍ତି କ୍ଷେତ୍ରରେ ନେତୃତ୍ୱ, ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ହିତରକ୍ଷା ପାଇଁ ପ୍ରୟାସ, ନୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ, ଜଳବାୟୁ ପରିବର୍ତ୍ତନର ସମାଧାନ, ସାମୁଦ୍ରିକ ସମ୍ପଦର ଦୀର୍ଘସ୍ଥାୟୀ ପରିଚାଳନା ଏବଂ ବିକାଶଶୀଳ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରଗୁଡ଼ିକର ବିକାଶମୂଳକ ଆକାଂକ୍ଷାକୁ ସମର୍ଥନ କରିବା କ୍ଷେତ୍ରରେ ମୋଦୀଙ୍କ ନିରନ୍ତର ପ୍ରତିବଦ୍ଧତାକୁ ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ପାଇଁ ସଂକଳ୍ପବଦ୍ଧ ସମସ୍ତ ରାଷ୍ଟ୍ରଙ୍କୁ
ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି ଯେ ଏହି ପୁରସ୍କାର ଦୁଇ ଦେଶ ମଧ୍ୟରେ ବିଶେଷ ବନ୍ଧୁତାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ। ନିକଟରେ ଭାରତ-ସେସଲ୍ସ କୂଟନୈତିକ ସମ୍ପର୍କ ୫୦ ବର୍ଷ ପୂରଣ କରିଛି। ଏହି ସମ୍ମାନ ଏକ ସବୁଜ ପୃଥିବୀ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ସ୍ୱୀକୃତି ଦିଏ। ଅନ୍ତର୍ଜାତୀୟ ସୌର ମେଣ୍ଟ, ମିଶନ ଲାଇଫ (ପରିବେଶ ପାଇଁ ଜୀବନଶୈଳୀ), ‘ଏକ ପେଡ଼ ମା କେ ନାମ’ (ମାଙ୍କ ନାମରେ ଗଛଟିଏ), ଏବଂ ଅନ୍ତର୍ଜାତୀୟ ବ୍ୟାଘ୍ର ମେଣ୍ଟ ଭଳି ପଦକ୍ଷେପରେ ମଧ୍ୟ ଏହା ସ୍ପଷ୍ଟ ହୋଇଥାଏ। ପୂର୍ବରୁ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନେକ ସମ୍ମାନ ମିଳିଛି। ଏଥିମଧ୍ୟରେ ଏଫଏଓର ଏଗ୍ରିକୋଲା ପଦକ, ସିଓଲ ଶାନ୍ତି ପୁରସ୍କାର ଏବଂ ଜାତିସଂଘ ‘ଚାମ୍ପିଅାନ୍ସ ଅଫ୍ ଦ ଆର୍ଥ’ ଆଦି ପ୍ରମୁଖ ସମ୍ମାନ ରହିଛି। ଏହି ସମ୍ମାନ ଭାରତ ମହାସାଗର କ୍ଷେତ୍ରରେ ଦକ୍ଷତା ନିର୍ମାଣ, ପରିବେଶ ସଂରକ୍ଷଣ, ଦୀର୍ଘସ୍ଥାୟୀ ବିକାଶ ପଦକ୍ଷେପ ଏବଂ ସହଭାଗୀ ପ୍ରାଥମିକତାକୁ ଆଗକୁ ବଢ଼ାଇବାରେ ଭାରତର ବର୍ଦ୍ଧିତ ଭୂମିକାକୁ ସେସଲ୍ସ କେତେ ଗୁରୁତ୍ୱ ଦିଏ ତାହା ପ୍ରତିଫଳିତ କରେ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ସେସଲ୍ସର ନ୍ୟାସନାଲ ଆସେମ୍ବ୍ଲିର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆସେମ୍ବ୍ଲିକୁ ରବିବାର ସମ୍ବୋଧନ କରିଛନ୍ତି। ସମ୍ବୋଧନ କାଳରେ ମୋଦୀ କହିଛନ୍ତି ଯେ ସେସଲ୍ସକୁ ଏକ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ନୁହେଁ; ବରଂ ଏକ ବିଶାଳ ମହାସାଗରୀୟ ଦେଶ ଭାବେ ଗଢ଼ିଉଠିଛି। ବ୍ଲୁ ଇକୋନୋମି ବିଶ୍ୱସ୍ତରୀୟ ଆଲୋଚନାର ଅଂଶ ହେବାର ବହୁ ପୂର୍ବରୁ, ସେସଲ୍ସ ଏହି ଦିଗରେ ପଥ ପ୍ରଦର୍ଶନ କରୁଥିଲା। ସାମୁଦ୍ରିକ ସ୍ୱାସ୍ଥ୍ୟ ପ୍ରଣାଳୀର ସୁରକ୍ଷା ହେଉ କିମ୍ବା ବ୍ଲୁ ବଣ୍ଡ୍ ଭଳି ଅଭିନବ ଚିନ୍ତାଧାରାକୁ ଆଗକୁ ବଢ଼ାଇବା ହେଉ, ଆପଣଙ୍କ ଦେଶ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ଆଲୋଚନାକୁ ରୂପ ଦେବାରେ ସାହାଯ୍ୟ କରିଛି। ଏକାଠି ମିଶି ଆମେ ମତ୍ସ୍ୟ ଚାଷ, ସାମୁଦ୍ରିକ ବିଜ୍ଞାନ, ଉପକୂଳ ପରିଚାଳନା, ଅକ୍ଷୟ ଶକ୍ତି ଏବଂ ସ୍ଥାୟୀ ପର୍ଯ୍ୟଟନ କ୍ଷେତ୍ରରେ ଅଂଶୀଦାରିତା ଗଠନ କରିପାରିବା।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ