ଭୁବନେଶ୍ୱର:ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ପବନ ଓ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷକରି ଅକ୍ଟୋବର ୨୮ରୁ ୨୯ ତାରିଖ ମଧ୍ୟରେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ଆଶାତୀତ ଭାବେ ବୃଦ୍ଧି ପାଇ ସ୍ୱାଭାବିକଠାରୁ ଅଧିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ଆକଳନ କରିଛି । ଏହି ଆକଳନ ଅନୁଯାୟୀ, ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ଇନ୍ଦ୍ରାବତୀ, ବଂଶଧାରା, ନାଗାବଳୀ, ସାବେରୀ, ଋଷିକୁଲ୍ୟା, ଦୟା ଏବଂ ଭାର୍ଗବୀ ନଦୀର ଅବାହିକାରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିପାଇଁ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ସମେତ ଏକାଧିକ ଜିଲ୍ଲାର ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି।
୧୭ଟି ଜିଲ୍ଲାରେ ଜାରି ହେଲା ଆକସ୍ମିକ ବନ୍ୟା ସୂଚନା
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ନୂଆପଡ଼ା, ବଲାଙ୍ଗୀର ଓ ଝାରସୁଗୁଡ଼ା ଆଦି ୧୭ଟି ଜିଲ୍ଲାରେ ଆକସ୍ମିକ ବନ୍ୟା ନେଇ…



