୨୦୨୬ ଶେଷ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ଖୋଲାଯିବା ୨୪ କ୍ୟାରେଟ୍ ସୁନାର ରାସ୍ତା । ଯଦି ଏହି ପ୍ରକଳ୍ପ ଯୋଜନା ଅନୁଯାୟୀ ଆଗକୁ ବଢ଼େ, ତେବେ ଏହା ବିଶ୍ୱର ଆଉ ଏକ ଆକର୍ଷଣୀୟ ପର୍ୟ୍ୟଟନସ୍ଥଳୀ ପାଲଟିପାରେ। ଦୁବାଇର ଡେଇରା ଅଞ୍ଚଳରେ ଥିବା ଗୋଲ୍ଡ ଡିଷ୍ଟ୍ରିକ୍ଟରେ ଏହି ୱାକ୍ୱେ ନିର୍ମାଣ କରାଯିବାର ଯୋଜନା ରହିଛି। ଡିଷ୍ଟ୍ରିକ୍ଟର କମର୍ସିଆଲ୍ ସେକ୍ଟରର ସିନିୟର ଡାଇରେକ୍ଟରଙ୍କ ସୂଚନା ଅନୁଯାୟୀ, ଏହା ନିଜ ଧରଣର ପ୍ରଥମ ଏବଂ ବିଶ୍ୱର ସବୁଠାରୁ ଲମ୍ବା ୱାକ୍ୱେ ହେବ। ଏହି ସୁନାର ରାସ୍ତାରେ ଚାଲିବା ସହ ପର୍ୟ୍ୟଟକମାନେ ଫଟୋ ଉଠାଇବା ଏବଂ ଏକ ନିଆରା ଅନୁଭୂତି ହାସଲ କରିବାର ସୁଯୋଗ ପାଇପାରିବେ। ତେବେ ଏହାର ପ୍ରକୃତ ଲମ୍ବ, ନିର୍ମାଣ ଖର୍ଚ୍ଚ ଏବଂ କେତେ ପରିମାଣର ସୁନା ବ୍ୟବହାର ହେବ, ସେନେଇ ଏଯାଏଁ ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ।
କୋଟିଆରେ ନଭେମ୍ବର ୫ରେ ନିର୍ବାଚନ ପାଇଁ ଆନ୍ଧ୍ରର ନିଷ୍ପତ୍ତି
ଭୁବନେଶ୍ୱର:କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ହୋଇ ନଥିବାବେଳେ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ କୋଟିଆ ପଞ୍ଚାୟତର ପ୍ରାୟ ୨୧ଟି ଗାଁରେ ନିର୍ବାଚନ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଆସନଗୁଡ଼ିକ ପାଇଁ ଆନ୍ଧ୍ରପ୍ରଦେଶର ଭୋଟର…




