ଆଉ ଦୁର୍ନୀତିଖୋରଙ୍କୁ ଘଣ୍ଟ ଘୋଡ଼ାଯିବନାହିଁ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ସରକାରରେ ଦୀର୍ଘ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା । ପୂର୍ବରୁ ବିଭିନ୍ନ ପ୍ରକାର ଦୁର୍ନୀତି କରି ଅଧିକାରୀମାନେ ଅଚିନ୍ତାରେ ଥିଲେ । ଆଉ ଦୁର୍ନୀତିଖୋରଙ୍କୁ ଘଣ୍ଟ ଘୋଡ଼ାଯିବନାହିଁ । ସମସ୍ତଙ୍କ ତଦନ୍ତ କରାଯିବ । ୫-ଟି ନାମରେ ଅଧିକାରୀମାନେ ବ୍ୟାପକ ଟଙ୍କା ହେରଫେର କରିଛନ୍ତି । ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି ।  ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ଶୂନ୍ୟ ସହନଶୀଳତା ନୀତି ଉପରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟରେ ବିଜେପି ସରକାର ଆସିବାରେ ମାତ୍ର ୧୪୦ ଦିନ ହୋଇଛି । ହିତାଧିକାରୀ ଡିବିଟିରେ ଟଙ୍କା ପାଇବାରୁ ଆଉ ଦୁର୍ନୀତି ହୋଇପାରୁନାହିଁ ।  ୬ ମୁଖ୍ୟଯନ୍ତ୍ରୀଙ୍କୁ ଦୁର୍ନୀତି ପାଇଁ ଗିରଫ କରାଯାଇଛି । ୬ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ୨୩୩ଟି ପ୍ଲଟ, ୩୨ଟି କୋଠା, ପ୍ରାୟ ୬ କେଜି ସୁନା, ୧୦କୋଟି ବ୍ୟାଙ୍କ ଡିପୋଜିଟ ଓ ନଗଦ ୨୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଅନେକ ବଡ଼ ବଡ଼ ଅଧିକାରୀ ଗିରଫ ହୋଇ ଜେଲରେ ଅଛନ୍ତି । ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ବହୁତ କିଛି ବାକି ଅଛି । ଦୁର୍ନୀତି କରୁଥିବା ଅଧିକାରୀଙ୍କ ମନରେ ସବୁବେଳେ ଭୟ ରହିବ । ଏ ସରକାର କେତେବେଳେ ବି ବାନ୍ଧିପାରେ, ସବୁବେଳେ ମନେପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

  • Related Posts

    ବିଜେଡି ଭାଡ଼ି ଖାଲି ହେଉଛି :ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ଶ୍ରୀ ସାମନ୍ତରାୟ ପୁଣି ବିଜେଡି ଉପରେ…

    Continue reading
    ନାମାଙ୍କନ କଲେ ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ