ଆଜାଦ ନଗରରୁ ବହୁ ନେତୃତ୍ୱ ଓ କର୍ମକର୍ତ୍ତାଙ୍କ ବିଜେପିରେ ଯୋଗଦାନ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନକଲ୍ୟାଣକାରୀ ନୀତି, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରବାଦୀ ବିଚାରଧାରା ଏବଂ ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାରଙ୍କ ବିକାଶମୂଳକ କାର୍ଯ୍ୟଧାରା ପ୍ରତି ଆସ୍ଥା ପ୍ରକଟ କରି ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ-୬୭ ଅନ୍ତର୍ଗତ ଆଜାଦ ନଗରରୁ ମୁସଲିମ ସମ୍ପ୍ରଦାୟର ବହୁ ନେତୃତ୍ୱ ଓ କର୍ମକର୍ତ୍ତା ଡଃ. ଏସ୍‌.କେ. ମୁକୁନ୍ଦ ତୁଲ୍ଲାହ, ଏସ୍‌.କେ. ଲିଆକତ ତୁଲ୍ଲାହ,ଏସ୍‌.କେ. ନିଚମତ ତୁଲ୍ଲାହ, ଏସ୍‌.କେ. ଅହମତ ତୁଲ୍ଲାହ,ଏସ୍‌.କେ. ଜହୁର ଅଲ୍ଲୀ,ଏସ୍‌.କେ. ହାୟତ ତୁଲ୍ଲାହ, ଏସ୍‌.କେ. ନୂର ଅଲ୍ଲୀ,ଏସ୍‌.କେ. ନୂର ଉଲ୍ଲାହ,ଏସ୍‌.କେ. ସଫିଆ ଉଲ୍ଲାହ, ଏସ୍‌.କେ. ହସମତ ତୁଲ୍ଲାହ,ଏସ୍‌.କେ. କରମତ ତୁଲ୍ଲାହ,ଏସ୍‌.କେ. ଚାନ୍ଦ ତୁଲ୍ଲାହ, ଏସ୍‌.କେ. ରଜାକ ଅଲ୍ଲୀ,ଏସ୍‌.କେ. ସବିର ଉଦ୍ଦିନ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।

ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ ନବାଗତ ସମସ୍ତ ନେତୃତ୍ୱ ଓ କର୍ମକର୍ତ୍ତାଙ୍କୁ ବିଜେପି ପରିବାର ପକ୍ଷରୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଛି। ସେମାନଙ୍କ ଯୋଗଦାନ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ, ଜନସେବା ଓ ସମସ୍ତଙ୍କ ସହଭାଗିତାର ଧାରାକୁ ଆହୁରି ଗତିଶୀଳ କରିବ। ଶ୍ରୀ ସିଂ କହିଛନ୍ତି, ବିଜେପି ହେଉଛି ସମସ୍ତଙ୍କ ବିଶ୍ୱାସ ଓ ବିକାଶର ଏକ ପରିବାର। ଆଜାଦ ନଗରରୁ ଆଜି ଯେଉଁ ନେତୃତ୍ୱ ଓ କର୍ମକର୍ତ୍ତାମାନେ ବିଜେପିରେ ସାମିଲ ହୋଇଛନ୍ତି, ସେମାନଙ୍କ ଯୋଗଦାନ ଆମ ସଂଗଠନକୁ ଆହୁରି ମଜବୁତ କରିବ। ଆସନ୍ତୁ, ଦଳମତ ଓ ଭେଦଭାବରୁ ଊର୍ଦ୍ଧ୍ୱରେ ରହି ଏକାଠି ହୋଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜୀଙ୍କ ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବା ସହ ଓଡ଼ିଶାର ବିକାଶ ଯାତ୍ରାକୁ ଆହୁରି ମଜବୁତ କରିବା।ନବାଗତ ନେତୃତ୍ୱ ଓ କର୍ମକର୍ତ୍ତାଙ୍କ ଯୋଗଦାନ ଏକାମ୍ର ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସଶକ୍ତ କରିବା ସହ ଜନସେବା ଓ ବିକାଶ କାର୍ଯ୍ୟକୁ ନୂତନ ଗତି ଦେବ ବୋଲି ଶ୍ରୀ ସିଂ ଆଶାବ୍ୟକ୍ତ କରିଛନ୍ତି।

ଆଜିର ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ସରୋଜ କୁମାର କର, ସ୍ଥାନୀୟ କର୍ପୋରେଟର ମଧୁସ୍ମିତା ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ତାପସ ଦଳେଇ, ଭୀମେଶ୍ୱର ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ, ବିଜେପି ନେତା ସୁରେନ୍ଦ୍ର ପ୍ରଧାନ,ସୁଭାଷିନୀ ପୃଷ୍ଟି, ତୃପ୍ତିମୟୀ ମକଦମଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

  • Related Posts

    ଆଜି ନୂଆ ଟିମ୍ ଘୋଷଣା କରିପାରନ୍ତି ନୀତିନ ନବୀନ

    ନୂଆଦିଲ୍ଲୀ : ବିଜେପିର ସଙ୍ଗଠନରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଚୂଡାନ୍ତ କରିସାରିଛନ୍ତି । କେବଳ ଔପଚାରିକ ଘୋଷଣାକୁ ବାକି ଅଛି । କୁହାଯାଉଛି କି ସୋମବାର…

    Continue reading
    ଜାତୀୟ ପ୍ରତୀକ ଓ ଗାନ ପ୍ରତି ଅବମାନନା ଓ ବାଧା ସୃଷ୍ଟି କରି ଦଣ୍ଡନୀୟ ଅପରାଧ କରଛନ୍ତି ସୋନିଆ: ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖ ଦିନ ସମଗ୍ର ଦେଶବାସୀ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହ ପାଳନ ଅବସରରେ ବନ୍ଦେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ