ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା ମୂଲ୍ୟ (ରିଟେଲ ପ୍ରାଇସ) ସ୍ଥିର କରାଯାଇଛି। ଗାଜେଟ ବିଜ୍ଞପ୍ତି ଅନୁଯାୟୀ, ହୃଦ୍‌ରୋଗ, ଡାଇବେଟିସ, ରକ୍ତଚାପ, ପାରାସିଟାମୋଲ, ଆଣ୍ଟିବାୟୋଟିକ, ମାନସିକ ସ୍ବାସ୍ଥ୍ୟ, ଜ୍ୱର, ଚିନ୍ତା (ଏଙ୍ଗ୍‌ଜାଇଟି), ଆଇରନ, ଫୋଲିକ ଏସିଡ, PCOS/ମହିଳାମାନଙ୍କ ପ୍ରଜନନ କ୍ଷମତା ବୃଦ୍ଧି ସହିତ ଜଡ଼ିତ ଔଷଧଗୁଡ଼ିକର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଆଜି ଅଗଷ୍ଟ ୧ରୁ କମ୍ପାନୀଗୁଡ଼ିକ ଉପରୋକ୍ତ ଔଷଧଗୁଡ଼ିକ ପାଇଁ ସ୍ଥିର କରାଯାଇଥିବା ମୂଲ୍ୟଠାରୁ ଅଧିକ ଦାମ ଆଦାୟ କରିପାରିବେ ନାହିଁ।

ଅନ୍ୟପକ୍ଷରେ, ଔଷଧ ଦରରେ ଜିଏସ୍ଟି (GST) କେବଳ ସେତେବେଳେ ଅଲଗା ଭାବେ ଯୋଡ଼ାଯାଇପାରିବ, ଯେତେବେଳେ ଦୋକାନୀ ସରକାରଙ୍କୁ ଜିଏସ୍ଟି ଦେଇଥିବେ। ନିୟମ ଉଲ୍ଲଂଘନ କଲେ ଦୋକାନୀଙ୍କୁ ଅଧିକ ଆଦାୟ କରାଯାଇଥିବା ଅର୍ଥ ସୁଧ ସହିତ ଫେରସ୍ତ କରିବାକୁ ପଡ଼ିବ।

  • Related Posts

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading
    ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ