ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦

ମେଲ୍‌ବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ବର୍ଷାରେ ଧୋଇଯିବା ପରେ ଏହା ୪ ମ୍ୟାଚ୍‌ର ଶୃଙ୍ଖଳା ହୋଇଯାଇଛି। ଶୁକ୍ରବାର ଉଭୟ ଦଳଙ୍କ ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବ ଟ୍ବେଣ୍ଟି୨୦ ମାନ୍ୟତାରେ ପ୍ରଥମ ୨ଟି ସ୍ଥାନରେ ଥିବାରୁ ଏହି ଶୃଙ୍ଖଳା ନିଶ୍ଚୟ ରୋଚକ ହେବ। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିବା ପରେ ସୂର୍ୟ୍ୟକୁମାର ଯାଦବ ଭାରତୀୟ ଟ୍ବେଣ୍ଟି୨୦ ଦଳର ଅଧିନାୟକ ଅଛନ୍ତି। ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜା ଏହି ଫର୍ମାଟରୁ ଅବସର ନେବାରୁ ଯୁବ ଖେଳାଳିକୁ ନେଇ ଭାରତୀୟ ଟ୍ବେଣ୍ଟି୨୦ ଦଳ ଗଠନ କରାଯାଇଛି। ଏହି ଖେଳାଳି ବିସ୍ଫୋରକ ଓ ନିର୍ଭିକ ବ୍ୟାଟିଂ କରି ଆସିଛନ୍ତି। ତେଣୁ ଭାରତୀୟ ଦଳର ଏହି ରଣନୀତିକୁ ‘ସ୍କାଏବଲ୍‌’ ନାମ ଦିଆଯାଇଛି। ଆସନ୍ତାବର୍ଷର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିବାକୁ ଭାରତ ଓ ଅଷ୍ଟ୍ରେଲିଆ ଫେଭରିଟ୍‌ ଥିବାରୁ ଏହି ମ୍ୟାଚ୍‌ର ୯୦ ହଜାରରୁ ଅଧିକ ସମସ୍ତ ଟିକଟ ବିକ୍ରି ହୋଇଯାଇଛି।
ବୁଧବାର ପ୍ରଥମ ଟ୍ବେଣ୍ଟି୨୦ ବର୍ଷା ଯୋଗୁଁ ବାତିଲ ହୋଇଥିଲେ ହେଁ ଏଥିରେ ମଧ୍ୟ ଆକ୍ରମଣାତ୍ମକ ଭାରତୀୟ ବ୍ୟାଟିଂର ଝଲକ ଦେଖିବାକୁ ମିଳିଥିଲା। ଭାରତ ୯.୪ ଓଭରରେ ୯୭ ରନ୍‌ କରି ପାରିଥିଲା। ସୂର୍ୟ୍ୟକୁମାର ଯାଦବ ଫର୍ମକୁ ଫେରିବା ପରି ଲାଗିଥିଲା। ଗତ ୧୪ଟି ଟ୍ବେଣ୍ଟି୨୦ରୁ ଅର୍ଦ୍ଧଶତକ ହାସଲ କରି ନଥିବା ସୂର୍ୟ୍ୟକୁମାର ୨୪ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୯ ରନ୍‌କରି ଅପରାଜିତ ଥିଲେ। ଶୁଭମନ ଗିଲ୍‌ ୨୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୭ ରନ୍‌କରି କ୍ରିଜ୍‌ରେ ଥିଲେ। ଶୁକ୍ରବାର ୨ୟ ମ୍ୟାଚ୍‌ରେ ଭାରତର ଏହି ରଣନୀତି ଅବ୍ୟାହତ ରହିବ। ଭାରତ ପରି ଅଷ୍ଟ୍ରେଲିଆ ଟ୍ବେଣ୍ଟି୨୦ ଦଳର ବ୍ୟାଟିଂ ଲାଇନ୍‌ ମଧ୍ୟ ମଜ୍‌ଭୁତ ରହିଛି। ଚଳିତବର୍ଷ ଗତ ୩ଟି ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତି ଅଷ୍ଟ୍ରେଲିଆ ତା’ର ବ୍ୟାଟିଂ ଶକ୍ତି ଦେଖାଇଛି। ଓପ୍‌ନିଂ ଯୋଡ଼ି ଟ୍ରାଭିସ୍ ହେଡ୍‌ ଓ ଅଧିନାୟକ ମିଚେଲ ମାର୍ଶ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ମଧ୍ୟକ୍ରମରେ ଜୋସ୍ ଇଙ୍ଗଲିସ୍, ମିଚେଲ ଓୱେନ, ଟିମ୍ ଡେଭିଡ୍‌, ମାର୍କସ ଷ୍ଟଇନିସ୍‌, ଜୋଶ୍‌ ଫିଲିପ୍‌ଙ୍କ ପରି ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନ ଅଛନ୍ତି। ତେବେ ତିନି ଭାରତୀୟ ସ୍ପିନର ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ମୁକାବିଲା କରିବା ସେମାନଙ୍କ ପାଇଁ ଆହ୍ବାନ ହୋଇପାରେ।

ବରୁଣ ଚକ୍ରବର୍ତ୍ତୀ ବିଶ୍ବର ୧ନଂ ଟ୍ବେଣ୍ଟି୨୦ ସ୍ପିନର ଥିଲେ ହେଁ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନଙ୍କୁ ଅଦ୍ୟାବଧି ବୋଲିଂ କରିନାହାନ୍ତି। ଆସେସ୍ ପ୍ରସ୍ତୁତି ପୂର୍ବରୁ ଜୋଶ୍‌ ହାଜେଲ୍‌ଉଡ୍‌ ଅନ୍ତିମ ମ୍ୟାଚ୍‌ ଖେଳିବେ। ଉଭୟ ଦଳ ଅପରିବର୍ତ୍ତିତ ଏକାଦଶ ନେଇ ଏହି ମ୍ୟାଚ୍‌ ଖେଳିବାର ସମ୍ଭାବନା ରହିଛି। ତଥାପି ପେସ୍‌ ବୋଲର ଜାଭିଏର ବାର୍ଟଲେଟ୍‌ଙ୍କ ସ୍ଥାନରେ ସନ୍ ଆବଟ୍‌ ଖେଳିପାରନ୍ତି। ଅର୍ଶଦୀପ ସିଂହଙ୍କୁ ଖେଳାଇବା ଉଚିତ ବୋଲି ଆଲୋଚନା ହେଉଛି। ଯଶପ୍ରୀତ ବୁମ୍‌ରା ନିଶ୍ଚିତ ଭାବେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନଙ୍କୁ ଅସୁବିଧାରେ ପକାଇବେ। ଆରମ୍ଭରୁ ଯଦି ସେ ମିଚେଲ ମାର୍ଶ ଓ ଟ୍ରାଭିସ୍ ହେଡ୍‌ଙ୍କୁ ଆଉଟ୍‌ କରିଦିଅନ୍ତି; ଭାରତ ବେଶ୍‌ ସୁବିଧାଜନକ ସ୍ଥିତିରେ ରହିବ। ଏହାପରେ ଅନଭିଜ୍ଞ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନଙ୍କୁ ଭାରତୀୟ ସ୍ପିନର ଚାପରେ ପକାଇ ପାରନ୍ତି। ଅଭିଷେକ ଶର୍ମା, ଶୁଭମନ ଗିଲ୍‌ ଓ ସୂର୍ୟ୍ୟକୁମାର ଯାଦବ ଅଧିକ ସମୟ ରହିଲେ ଅଷ୍ଟ୍ରେଲିଆକୁ ଚାପରେ ପକାଇ ପାରନ୍ତି। ମଧ୍ୟକ୍ରମରେ ଥିବା ତିଳକ ବର୍ମା, ସଞ୍ଜୁ ସାମ୍‌ସନ, ଶିବମ୍ ଦୁବେ, ରିଙ୍କୁ ସିଂହ ଗତ ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ୨୦୨୩ରେ ଅ‌ଷ୍ଟ୍ରେଲିଆକୁ ଶେଷଥର ଭାରତ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ପରାସ୍ତ କରିଥିଲା। ଏହାପରେ ଅଷ୍ଟ୍ରେଲିଆ କ୍ରମାଗତ ୮ଟି ଟ୍ବେଣ୍ଟି୨୦ ଶୃଙ୍ଖଳା ହାରିନାହିଁ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ