ଆଜି ସନ୍ଧ୍ୟାରେ ମୁଣ୍ଡଳୀକୁ ଆସିବ ବନ୍ୟା ଜଳ

ଭୁବନେଶ୍ବର: ମହାନଦୀରେ ଆସୁଛି ଛୋଟ ଧରଣର ବନ୍ୟା। ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପଶୁଥିଲା। ୨୪ଟି ଫାଟକରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀ ଅବବାହିକାରେ ଛୋଟ ବନ୍ୟାର ଆଶଙ୍କା ରହିଛି। ଆଜି ସନ୍ଧ୍ୟା ୬ଟାରେ ୫ଲକ୍ଷ ୫୦ ହଜାର କ୍ୟୁସେକ୍‌ ବନ୍ୟାଜଳ ମୁଣ୍ଡଳୀକୁ ଆସିବ। ବନ୍ୟାଜଳ ମୁଣ୍ଡଳୀରେ ଶୀର୍ଷ ଛୁଇଁବା ପରେ ତଳକୁ ଖସିବାର ସମ୍ଭାବନା ରହିଛି। ତେଣୁ ବିପଦ ଆସିବ ନାହିଁ। ତେଲ ନଦୀରେ ବି ବର୍ଷା ନାହିଁ। ରେଙ୍ଗାଲିର ଦୁଇଟି ଫାଟକ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି। ରେଙ୍ଗାଲି ଜଳ ଭଣ୍ଡାରକୁ ଜଳ ପ୍ରବେଶ କମୁଥିବାରୁ ଗୋଟିଏ ଫାଟକ ବନ୍ଦ କରି ଦିଆଯାଇଛି। କୌଣସି ନଦୀରେ ବନ୍ୟାନାହିଁ। ଗତକାଲି କେବଳ ୧୦ଟି ବ୍ଲକରେ ୫୦ ମି.ମି. ବର୍ଷା ହୋଇଛି। କୌଣସି ବ୍ଲକରେ ୧୦୦ମି.ମି. ବର୍ଷା ହୋଇନି। ଆଗାମୀ ୭ଦିନ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି।

୧୬ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲଗୁଡ଼ିକ ଦେଇ ପ୍ରତି ସେକେଣ୍ଡରେ ୨ଲକ୍ଷ ୯୪ ହଜାର ୯୩୮କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ପୂର୍ବାହ୍ଣରେ ୨୪ଟି ଫାଟକରେ ବନ୍ୟାଜଳ ନିଷ୍କାସନ ହେଉଥିଲା; କିନ୍ତୁ ଦୁଇଟି ପର୍ୟ୍ୟାୟରେ ୮ଟି ଫାଟକ ବନ୍ଦ କରି ଦିଆଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ମୁଣ୍ଡଳୀରେ ୪ଲକ୍ଷ ୩୬ ହଜାର ୮୦୩ କ୍ୟୁସେକ ପ୍ରବାହିତ ହେଉଥିବାବେଳେ ଖଇରମଳରେ ୫ଲକ୍ଷ ୩୪ହଜାର କ୍ୟୁସେକ୍‌ ଏବଂ ବରମୂଳରେ ୪ଲକ୍ଷ ୮୪ହଜାର ୫୦୦ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଥିଲା।

  • Related Posts

    ଜେଲ ଗଲେ ମହାକାଳପଡ଼ା ସରପଞ୍ଚ

    ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…

    Continue reading
    ୮ ପିତୃମାତୃହୀନ ପିଲାଙ୍କୁ “ଗ୍ରୀନ ପ୍ୟାସଜ” ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚ ଶିକ୍ଷା

    କୋଭିଡ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ଵଭାବିକ କରIଯାଇଥିଲା I ଚଳିତ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ