
ଅର୍ଣ୍ଣବ ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍। ରବି ଶଙ୍କରଙ୍କ ନେତୃତ୍ୱରେ ୮ ଜଣିଆ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଆଜି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଟିମ୍ ସହ କେନ୍ଦ୍ରୀୟ ଟିମର ବୈଠକ ହେବ।
ଏହାପରେ ଦୁଇଟି ଗ୍ରୁପରେ ବିଭକ୍ତ ହୋଇ କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବେ। ଏହି ଦୁଇ ଜିଲ୍ଲାରେ ବାତ୍ୟା ଯୋଗୁଁ ଅଧିକ କ୍ଷୟକ୍ଷତି ହୋଇଥିବାରୁ ଟିମ୍ ସ୍ଥିତି ଅନୁଧ୍ୟାନ କରିବ। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ଗସ୍ତକୁ ସମନ୍ୱୟ କରିବେ। ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ନେଇ ରାଜ୍ୟ ସରକାର ମଧ୍ୟ ପ୍ରାଥମିକ ଆକଳନ କରିଛନ୍ତି। କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ଆକଳନ ସହ ନିଜସ୍ୱ ଅନୁଧ୍ୟାନକୁ ତୁଳନା କରିବେ।




