ଆଜି ସାବିତ୍ରୀ ଅମାବାସ୍ୟା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିଥାନ୍ତି ପତ୍ନୀ । ଏଥିପାଇଁ ମହିଳାମାନଙ୍କୁ ଫଳ ପୂଜା କରି ଦିନତମାମ୍ ଉପବାସ ରହିବାକୁ ପଡିଥାଏ । ବ୍ରତ ପୂର୍ବରୁ ଶଙ୍ଖା, ସିନ୍ଦୁର, ବ୍ରତଠାରୁ ଆରମ୍ଭ କରି ସମସ୍ତ ପୂଜା ସାମଗ୍ରୀ ବଜାରରୁ କିଣିଛନ୍ତି । ସାବିତ୍ରୀ ବ୍ରତରେ ଭଳି ଭଳି ଫଳ ଓ ଶାଢ଼ିରମଧ୍ୟ ବେଶ୍ ଗୁରୁତ୍ୱ ରହିଛି । ତେଣୁ ପୂଜା ପୂର୍ବ ଦୁଇଦିନ ବଜାର ବେଶ୍ ସରଗରମ ରହିଥିଲା । ବିଶେଷକରି ସପିଙ୍ଗ୍ ମଲଗୁଡ଼ିକରେ ଶାଢ଼ି କିଣାକିଣି କରିବାକୁ ମହିଳାମାନଙ୍କ ଭିଡ଼ ଜମିଥିଲା । ସାବିତ୍ରୀମାନେ ଏକ ସଙ୍ଗେ ନିଜ ପାଇଁ ଶାଢ଼ି କିଣିବା ସହ ଶାଶୁ, ନଣନ୍ଦ ଓ ଯାଆଙ୍କ ପାଇଁ ମଧ୍ୟ କିଣିଥିଲେ ।ସେହିପରି ସାବିତ୍ରୀ ପାଇଁ ଫଳ ବଜାର ମଧ୍ୟ ଉଷ୍ମ ରହିଥିଲା । ଚଢ଼ା ଦର ସତ୍ତେ୍ୱ କେହି କିଣାକିଣିରେ ହେଳା କରିନଥିଲେ ।
ସାବିତ୍ରୀ ପାଇଁ ରାଜଧାନୀର ବିଭିନ୍ନ ସପିଙ୍ଗ ମଲରେ ଭିଡ଼ ପରିଲକ୍ଷିତ ହୋଇଛି । କିଏ ହସ୍ତତନ୍ତ ଶାଢ଼ି କିଣିଥିଲେ ତ ଆଉ କିଏ ଫ୍ୟାନ୍ସି । ସତ୍ୟବାନଙ୍କୁ ଧରି ସପିଙ୍ଗ ମଲରେ ପହଞ୍ଚିଥିଲେ ସାବିତ୍ରୀ, ଆଉ ମନକୁ ପାଇଲା ଭଳି ଶାଢ଼ି କିଣିଥିଲେ । ଖାଳି ନିଜ ପାଇଁ ନୁହେଁ, ପରିବାରର ଅନ୍ୟମାନଙ୍କ ପାଇଁ ମଧ୍ୟ କିଣିଥିଲେ । ତେଣୁ ଗୋଟିଏ ଗୋଟିଏ ଘରୁ ପାଖାପାଖି ୪ରୁ ୫ଖଣ୍ଡ ଶାଢ଼ି କିଣା ହୋଇଥିଲା । ସେହିପରି ଝିଅ ଘରକୁ ଭାର ପଠାଇବା ପାଇଁ ମା’ମାନେ ଶାଢ଼ି କିଣିବାକୁ ଆସିଥିଲେ ।ବିଶେଷକରି ସନ୍ଧ୍ୟା ସମୟରେ ମହିଳାମାନେ ସାବିତ୍ରୀ ସଜ ପାଇଁ ବଜାରକୁ ବହୁଳ ମାତ୍ରାରେ ଆସିଥିଲେ । ମହିଳାଙ୍କ ଆଗ୍ରହକୁ ଦେଖି ଦୋକାନୀମାନେ ହସ୍ତତନ୍ତର ସୂତା, ଟିସୁ ସିଲ୍କ, ଅର୍ଗେଞ୍ଜା ଭଳି ଶାଢି ଦେଖାଇ ଥିଲେ । ଖାଲି ଆକର୍ଷଣୀୟ ଶାଢ଼ି ନୁହେଁ, ପକେଟକୁ ସୁହାଇଲା ଭଳି ରିହାତି ମଧ୍ୟ ଦେଇଥିଲେ ।
ସାବିତ୍ରୀ ପାଇଁ ରାସ୍ତାକଡ଼ରେ ଶଙ୍ଖା, ସିନ୍ଦୂର, ଅଳତା, ଚୁଡ଼ି, ନାଲି ସୂତା, ମେହେନ୍ଦୀ ଭଳି ବିଭିନ୍ନ ପୂଜା ସାମଗ୍ରୀ ପସରା ମେଲିଥିଲା । ଯାହାର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସମସ୍ତ ପୂଜା ସାମଗ୍ରୀ ଥିବା ପ୍ୟାକେଟ୍ର ମୂଲ୍ୟ ୪୦ଟଙ୍କାରୁ ଆରମ୍ଭ, ଯାହାକୁ ଆଗୁଆ ମହିଳାମାନେ କିଣି ନେଇଥିଲେ ।

ଫଳ ବଜାର ସରଗରମ ଶୁକ୍ରବାର ସଂକ୍ରାନ୍ତି, ଶନିବାର ସାବିତ୍ରୀ । ତେଣୁ ଫଳ ବଜାର ସରଗରମ ଥିଲା । ସେଓରୁ ନେଇ ଲିଚୁ, କମଳା, ଅଙ୍ଗୁର ହେଉ କି କଦଳୀ । ଯାହାର ଦର ପଚାରିବ ସବୁ ୨୦୦ରୁ ୩୦୦ । କଦଳୀ ଡଜନେକୁ ୧୨୦ରୁ ୧୪୦ ଟଙ୍କା । ୫୦୦ ଟଙ୍କାରେ ବି ବ୍ୟାଗ ଭର୍ତ୍ତି ହେଉନି । ଅଢେଇଶହ ମାଗିଲେ ବି କଣ୍ଟା ଧରୁନି । ବାଧ୍ୟହୋଇ ୧ କିଗ୍ରା ଜାଗାରେ ୫ଶହ କିମ୍ବା ଅଢ଼େଇ ଶହ ଗ୍ରାମ୍ କିଣି ଫେରିଥିଲେ ଗ୍ରାହକ । ଭୁବନେଶ୍ୱର ୧ ନମ୍ବର ହାଟରୁ ନେଇ କଳ୍ପନା ରୋଡ୍, ୟୁନିଟ-୮, ନୂଆ ଏୟାରପୋର୍ଟ ରୋଡ୍, ଜୟଦେବ ବିହାର, ନୂଆପଲ୍ଲୀ, ଡମଣା, ପଟିଆ, ରସୁଲଗଡ଼ ଆଦି ସ୍ଥାନରେ ଛୋଟବଡ଼ ଫଳ ବଜାର ରହିଛି । ଗତ ଦୁଇଦିନ ହେବ ଏହି ସବୁ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବଜାରରେ ଚାରିପ୍ରକାର ସେଓ ଅଛି । ଭଲ କ୍ୱାଲିଟିର ସେଓର ଦାମ୍ ୩୫୦ରୁ ୪୦୦ଟଙ୍କା ରହିଛି ।

ଅନ୍ୟ ସେଓର ମୂଲ୍ୟ ୩୦୦, ୨୫୦ ଓ ୧୫୦ ଟଙ୍କା ଅଛି । ଡାଳିମ୍ବ କେଜି ୩ଶହରୁ ୩୫୦, ଅଙ୍ଗୁର କେଜି ୨୦୦ରୁ ୨୫୦, କମଳା ୨୦୦, ଆମ୍ବ ୧୫୦ରୁ ୨୦୦, ପଣସ ୧୫୦ ଟଙ୍କା ଅଛି । ଏଥିସହ ନଡ଼ିଆ ୩୦ରୁ ନେଇ ୮୦, ତାଳ ୫୦, ଖଜୁରୀ ୧୦୦ ଟଙ୍କାରେ ବିକ୍ରି ହେଉଥିଲା । ଏସବୁ ଫଳ ଓଡ଼ିଶା ବାହାରୁ ଆସୁଛି । ବେଙ୍ଗାଲୁରୁ, କେରଳ, ଆନ୍ଧ୍ରପ୍ରଦେଶ, ଚେନ୍ନାଇରୁ ଫଳ ଆସୁଥିବାରୁ ପରିବହନ ଖର୍ଚ୍ଚ ୧୦ରୁ ୨୦ ଟଙ୍କା ବଢିଯାଇଛି ବୋଲି ବେପାରୀମାନେ କହିଛନ୍ତି । ଜଣେ ଗ୍ରାହକ ସତ୍ୟନାରାୟଣ ସାହୁ କହିଛନ୍ତି, ଫଳ ଦର ଶୁଣିଲେ, କିଣିବାକୁ ଆଉ ମନ ମାନୁନି । ଓଷା ପାଇଁ ସବୁ ଫଳରୁ ଗୋଟିଏ ଗୋଟିଏ କିଣିବାକୁ ପଡ଼ୁଛି । ଯେଉଁଭଳି ଦର ବଢିଚାଲିଛି, ତାହା ମଧ୍ୟବିତ୍ତ ପରିବାର ଉପରେ ବଜ୍ରପାତ ଭଳି ଲାଗୁଛି । ଫଳ ଦୋକାନୀ ମନୋଜ ସାହୁ କୁହନ୍ତି, ସାବିତ୍ରୀ ପାଇଁ ଝିଅଘରକୁ ଭାର ଦେବାକୁ ଅନେକ ଲୋକ ସବୁପ୍ରକାର ଫଳଥିବା ଝୁଡ଼ି ବରାଦି ଦେଇଥିଲେ । ବାହାରୁ ଫଳ କିଣି ଆଣୁଥିବାରୁ ଉଚ୍ଚା ଦରରେ ବିକ୍ରି କରିବାକୁ ଆମେ ବାଧ୍ୟ ହେଉଛୁ ।

  • Related Posts

    ଚାକିରୀ ପାଇଁ : ଖାଲି ପାଦରେ ଶାଢ଼ୀ ପିନ୍ଧି ୧୬୦୦ ମିଟର ଦୌଡିଲେ ବିଧବା

    ସୋସିଆଲ ମିଡିଆରେ ଆଜି ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ପିନ୍ଧାଶାଢ଼ୀକୁ ଅଣ୍ଟାରେ ଖୋସି ଖାଲି ପାଦରେ ୮ ମିନିଟ୍‌ରେ ସେ ଦୌଡିଛନ୍ତି ୧୬୦୦ ମିଟର । କେବଳ ନିଜର ପେଟପାଟଣା ପାଇଁ । ଝାଡଖଣ୍ଡର ଜଣେ ବିଧବା ମହିଳା…

    Continue reading
    ରିଲିଜ୍‌ର ଦିନକ ପୂର୍ବରୁ ଦର୍ଶକ ଦେଖିପାରିବେ ‘ରାମାୟଣ’ ସିନେମା

    ଭାରତରେ ‘ରାମାୟଣ ପାର୍ଟ ୧’ର ଅଫିସିଆଲ୍‌ ରିଲିଜ୍‌ ନଭେମ୍ବର ୫ରେ ହେବ ଜଣାପଡ଼ିଥିବା ବେଳେ, ଦର୍ଶକ କିନ୍ତୁ ପେଡ୍‌ ପ୍ରିଭ୍ୟୁ ଜରିରଆରେ ନଭେମ୍ବର ୪ ତାରିଖ ବୁଧବାର ଠାରୁ ଏହି ସିନେମା ଦେଖିବାକୁ ପାଇବେ । ଅର୍ଥାତ୍‌ ଦର୍ଶକମାନେ ଟିକେଟ୍‌ ବୁକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ