ଆଜି ସିଂହଦ୍ୱାରେ ପହଞ୍ଚିବ ତିନି ରଥ

ପୁରୀ: ଆଜି ପ୍ରତିପଦା ତଥା ଶ୍ରୀମନ୍ଦିରରେ ଉଭା ଯାତ୍ରା । ରଥଖଳାକୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ ହେବ । ପରେ ସିଂହଦ୍ୱାରରେ ପହଞ୍ଚିବ ତିନି ରଥ । ଏଣୁ ଶ୍ରୀନହର ସମ୍ମୁଖ ବଡ଼ଦାଣ୍ଡରେ ପ୍ରସ୍ତୁତ ରହିଛି ତିନି ରଥ । ଏଣୁ ରଥତ୍ରୟକୁ ସୁସଜ୍ଜିତ କରିଛନ୍ତି ନିର୍ମାଣକାରୀ ।

ଉଭା ଯାତ୍ରା ଅବସରରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିଲା ପରେ ରଥଖଳାରୁ ତିନିରଥକୁ ଟଣାଯାଇ ସିଂହଦ୍ୱାରଠାରେ ପହଞ୍ଚାଯିବ । ଆଗକୁ ପଟା ପଡ଼ି ରଥରେ ଚକା ରଖାଯିବ । ରଥଯାତ୍ରା ଅବସରରେ ଚକାବେଦିରେ ଠାକୁରେ ବସିବେ । ଉଭା ଯାତ୍ରାର ପ୍ରଶାସନିକ ନୀତି ନୀର୍ଘଣ୍ଟ ଅନୁସାରେ ଠାକୁରଙ୍କ ବନକଲାଗି ସାରି ଦତ୍ତ ବାହାରିବା ପରେ ମଙ୍ଗଳ ଆଳତି ବଢ଼ି ଯଥାବିଧି ନୀତି ହୋଇ ଗୋପାଳବଲ୍ଲଭ ଓ ସକାଳ ଧୂପ ଭୋଗ ସମ୍ପନ୍ନ ହେବ । ପୂର୍ବାହ୍ନ ସାଢ଼େ ୧୧ଟାରେ ରଥ ଆଜ୍ଞାମାଳ ରଥଖଳାକୁ ବିଜେ ହେବ । ପରେ ନୀତି ଆଗେଇ ସନ୍ଧ୍ୟା ୬ଟାରେ ଧ୍ୱଜା ଆଜ୍ଞାମାଳ ବିଜେ ହେବ । ଅଙ୍କୁରାରୋପଣ ସାଢ଼େ ୬ଟାରେ ହୋଇ ପୁନଃ ନୀତି ଆଗେଇ ସାଢ଼େ ୯ଟାରେ ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ ନୀତି ହେବ । ପରେ ବାହୁଟ କଣ୍ଟ ଓ ସେନାପଟା ଲାଗି ୧୦ଟା ୪୫ରୁ ୫ଟା ମଧ୍ୟରେ ହେବାକୁ ପ୍ରଶାସନିକ ସମୟ ଧାର୍ଯ୍ୟ ହୋଇଛି।

  • Related Posts

    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading
    ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ମାମଲାର ଆଜି ଶୁଣାଣି

    ଆଜି ହାଇକୋର୍ଟରେ ‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ଗତକାଲି ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏଜି ପୀତାମ୍ବର ଆଚାର୍ଯ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ