ଆତଙ୍କୀ ମହମ୍ମଦ ଆସିଫ ଓରଫ ହାଶିମ ମୂସା ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର ଆତଙ୍କୀ ମହମ୍ମଦ ଆସିଫ ଓରଫ ହାଶିମ ମୂସା ନିହତ ହୋଇଛି। ତଲାସୀ ବେଳେ ସୁରକ୍ଷାବାହିନୀ ତା’ର ମୃତଦେହ ସହ ଯୁଦ୍ଧ ସାମଗ୍ରୀ ଜବତ କରିଛି।

ଶ୍ରୀନଗରସ୍ଥିତ ଚିନାର କର୍ପସ ପକ୍ଷରୁ ହାଶିମ ମୂସା ନିହତ ହୋଇଥିବା ନେଇ ସୂଚନା ଦିଆଯାଇଛି। ଚିନାର କର୍ପସ ଅନୁସାରେ, ବୁଧବାର ସକାଳେ ପାଲମେଦାନ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ତଲାସୀ ଅଭିଯାନ ଚାଲିଥିଲା। ଏହି ସମୟରେ ହାଶିମ ମୂସାର ମୃତଦେହ ଯୁଦ୍ଧ ସାମଗ୍ରୀ ସହ ଉଦ୍ଧାର କରାଯାଇଥିଲା।

ବିଶେଷ ଗୋଇନ୍ଦା ସୂଚନା ଆଧାରରେ ସେନା ଓ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ୟୁସମର୍ଗ ଅଞ୍ଚଳରେ ‘ଅପରେସନ କୋରାଗ’ ଆରମ୍ଭ କରିଥିଲେ। ତଲାସୀ ବେଳେ ଯବାନମାନେ ଅଞ୍ଚଳରେ ସନ୍ଦେହଜନକ ଗତିବିଧି ଦେଖିଥିଲେ। ସୁରକ୍ଷାବାହିନୀ ସନ୍ଦିଗ୍ଧମାନଙ୍କୁ ଚ୍ୟାଲେଞ୍ଜ କରିବା ପରେ ଆତଙ୍କୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ଏହାପରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଭୀଷଣ ଗୁଳିବିନିମୟ ହୋଇଥିଲା। ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ ହୋଇଥିଲା।

ହାଶିମ ମୂସାକୁ ୨୦୨୫ରେ ହୋଇଥିବା ପହଲଗାମ ଆତଙ୍କୀ ଆକ୍ରମଣର ପ୍ରମୁଖ ସନ୍ଦିଗ୍ଧଙ୍କ ମଧ୍ୟରେ ସାମିଲ କରାଯାଇଥିଲା। ପହଲଗାମରେ ହୋଇଥିବା ଏହି ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା।

ସୁରକ୍ଷାବାହିନୀ ପକ୍ଷରୁ ଅଞ୍ଚଳରେ ତଲାସୀ ଅଭିଯାନ ଏବେ ମଧ୍ୟ ଜାରି ରହିଛି। ଆଖପାଖ ଅଞ୍ଚଳରେ ଅନ୍ୟ କୌଣସି ଆତଙ୍କୀ ଲୁଚି ରହିଛି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି। ଏହା ସହିତ ଅଧିକ ଅସ୍ତ୍ରଶସ୍ତ୍ର କିମ୍ବା ଅନ୍ୟ ଯୁଦ୍ଧ ସାମଗ୍ରୀ ମିଳିବା ଆଶଙ୍କାରେ ମଧ୍ୟ ତଲାସୀ ଚାଲିଛି।

  • Related Posts

    ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ

    ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍‌ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ…

    Continue reading
    ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ