ଆପଣ ଘରେ ପିନ୍ଧୁଛନ୍ତି କି ଚପଲ ? ଭୋଗିବେ ସାଙ୍ଘାତିକ ପରିଣାମ

ଆମେ ଅଧିକାଂଶ ସମୟରେ ଜୋତା ଚପଲ ଉପରେ ଧ୍ୟାନ ଦେଇ ନଥାଉ । ହେଲେ ଜୋତା ଚପଲ ମଧ୍ୟ ଆପଣଙ୍କୁ କାଙ୍ଗାଳ କରିଦେଇପାରେ । ଏଥିପ୍ରତି ଧ୍ୟାନ ରଖିବା ଜରୁରୀ । ଜାଣନ୍ତୁ ଜୋତା ଚପଲ ସମ୍ପର୍କରେ କିଛି ବାସ୍ତୁ ଟିପ୍ସ ।

ମା’ ଲକ୍ଷ୍ମୀ କ’ଣ ପାଇଁ ହୋଇଯାଆନ୍ତି ନାରାଜ

ହିନ୍ଦୁ ଶାସ୍ତ୍ର ଅନୁସାରେ ବାସ୍ତୁ ଶାସ୍ତ୍ରର ପ୍ରଭାବ ସିଧା ଆମର ଜୀବନ ଉପରେ ପଡ଼ିଥାଏ । ଘରର ଉତ୍ତର ପୂର୍ବ ଦିଗରେ ଜୋତା ଚପଲ ରଖିବା ବହୁତ ଅଶୁଭ ହୋଇଥାଏ । ଏହି ଦିଗ ସକରାତ୍ମକତା ଆଣିଥାଏ । ତେଣୁ ଏଠାରେ ଜୋତା ଚପଲ ରଖିଲେ ମା’ ଲକ୍ଷ୍ମୀ ନାରାଜ ହୋଇଥାନ୍ତି ।

ବେଡରୁମକୁ ଚପଲ ନେବା ଅଶୁଭ

ଆଜିକାଲି ଲୋକେ ବେଡରୁମକୁ ଜୋତା ଚପଲ ପିନ୍ଧିକରି ଯାଇଥାନ୍ତି । ଏମିତି କି ବେଡରୁମରେ ଚପଲ ମଧ୍ୟ ରଖିଥାନ୍ତି । ଫଳରେ ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ ।

ନୀଳ ରଂଗର ଜୋତା କରନ୍ତୁ ବ୍ୟବହାର

ଯେଉଁ ଲୋକଙ୍କ ଜୀବନରେ ଉନ୍ନତି ହେଉନାହିଁ, ଏମାନେ ଖାସ କରି ନୀଳ ରଂଗର ଜୋତା ବ୍ୟବହାର କରନ୍ତୁ । ସର୍ବଦା ସଫା ଓ ସୁନ୍ଦର ଜୋତା ପିନ୍ଧିବା ଦ୍ୱାରା କାର୍ଯ୍ୟ ଠିକ ଭାବେ ଚାଲିଥାଏ ଓ ସଫଳତା ମିଳିଥାଏ ।

ଅପରିସ୍କାର ଜୋତା ଚପଲ ପିନ୍ଧନ୍ତୁ ନାହିଁ

ଲୋକ ତରବରରେ ଅପରିସ୍କାର ଜୋତା ପିନ୍ଧି ଚାଲିଯାଇଥାନ୍ତି । ଯାହାକି ଆପଣଙ୍କ ପର୍ସନାଲଟି ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ମଧ୍ୟ ଧନହାନୀର କାରଣ ହୋଇଥାଏ । ତେଣୁ ସର୍ବଦା ଜୋତା ସଫା କରି ପିନ୍ଧି ଯିବା ଉଚିତ୍‌ ।

ହଳଦିଆ ରଂଗର ଜୋତା ପିନ୍ଧନ୍ତୁ ନାହିଁ

ଫେସନ ଯୁଗରେ ଲୋକେ ବିଭିନ୍ନ ରଂଗର ଜୋତା ପିନ୍ଧୁଛନ୍ତି । ଲୋକେ ବାସ୍ତୁ ପ୍ରତି ନଜର ଦିଅନ୍ତି ନାହିଁ । ଲୋକଙ୍କୁ ଏହା ମନେ ରଖିବା ଉଚିତ ଯେ ହଳଦିଆ ରଂଗର ଜୋତା ପିନ୍ଧିବା ଦ୍ୱାରା ଆପଣଙ୍କ ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ ।

  • Related Posts

    ଦୁଇ କିଡନୀ ନଷ୍ଟ, ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଚିନୁ ବାରିକ

    ଚିକିତ୍ସା ପାଇଁ ଆବଶ୍ୟକ ୭–୮ ଲକ୍ଷ ଟଙ୍କା, ସହଯୋଗ ପାଇଁ ଆକୁଳ ନିବେଦନ ନିମାପଡ଼ା: ମୁଁ ବଞ୍ଚିଲେ ମୋ ପରିବାର ବଞ୍ଚିବ। ଆପଣ ମାନେ ଚାହିଁଲେ ମୋ ଜୀବନ ରହିବ, ଏମିତି ଲୁହ ଛଳ ଛଳ ଆଖିରେ ଶଯ୍ୟା ଉପରେ ଶୋଇ…

    Continue reading
    ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

    ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ ସମ୍ମାନ ଶାରଳା ପୁରସ୍କାର ପାଇବେ। ତାଙ୍କର ପ୍ରତିଷ୍ଠିତ କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ