ଆମ୍ବେଦକର କେବଳ ଏକ ନାମ ନୁହେଁ, ଏହା ଏକ ବିଚାରଧାରା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମ୍ବେଦକର କେବଳ ଏକ ନାମ ନୁହେଁ, ଏହାଏକ ବିଚାରଧାରା, ଯାହା ସମାନତାର ପଥ ପ୍ରଦର୍ଶନ କରେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଭୁବନେଶ୍ୱର ଖାରବେଳ ନଗର ଠାରେ ଆମ୍ବେଦକର ଭବନ ନିର୍ମାଣ ହେବ ଏବଂ ସାଧାରଣ ପ୍ରଶାସନ ବିଭାଗକୁ ଏହାର ଡିପିଆର ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ସମତା ଓ ନ୍ୟାୟ ଭିତ୍ତିକ ସମାଜ ଗଠନ ହିଁ ବାବା ସାହେବଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଅଭିଭାଷଣରେ ଆମ୍ବେଦକରଙ୍କ ଜୀବନ ସଂଘର୍ଷ ଓ ଶିକ୍ଷା ପ୍ରତି ତାଙ୍କର ନିଷ୍ଠାକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ବାବା ସାହେବ ସମାଜରେ ସମାନତା ଆଣିବା ପାଇଁ ଜୀବନଭରି ଲଢ଼େଇ କରିଥିଲେ। ଭାରତୀୟ ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଓ ନ୍ୟାୟ ଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ଆଜି ଡଃ ଆମ୍ବେଦକରଙ୍କ ପାଇଁ ସମ୍ଭବ ହୋଇଛି । ସମାଜର ସବୁଠାରୁ ପଛୁଆ ଲୋକଙ୍କ ଉନ୍ନତି ବିନା ସମୃଦ୍ଧ ଓଡିଶା ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

୧୯୯୦ରେ ଡକ୍ଟର ଆମ୍ବେଦକରଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଇଥିଲା, ଯେତେବେଳେ ସେ ସମୟର ସରକାରକୁ ଭାରତୀୟ ଜନତା ପାର୍ଟି ସମର୍ଥନ ଦେଇଥିଲା । ସମ୍ବିଧାନର ନିର୍ମାତା ଏବଂ ଦେଶର ଅଖଣ୍ଡତାର ନାୟକଙ୍କୁ ସେମାନେ ଭୁଲି ନ ଥିଲେ, ଜାଣିଶୁଣି ତାଙ୍କୁ ଅବହେଳିତ ଏବଂ ଅନାଦାର କରାଯାଇଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ୱ ନେବା ପରେ ଆମ୍ବେଦକରଙ୍କ କୀର୍ତ୍ତି ଓ ସମ୍ମାନକୁ ପୁନଃପ୍ରତିଷ୍ଠା କରାଯାଇଛି । ମୋଦୀଜୀ ଡ. ବାବା ସହେବଙ୍କ ଜୀବନୀ ସହିତ ଜଡିତ ୫ଟି ସ୍ଥାନକୁ ବିକଶିତ କରି ପଞ୍ଚତୀର୍ଥ ଭାବେ ନାମକରଣ କରିଛନ୍ତି । ମୋଦୀ ସରକାରଙ୍କ ଅନେକ ଯୋଜନା ଆମ୍ବେଦକରଙ୍କ ସ୍ୱପ୍ନର ଭାରତର ପରିକଳ୍ପନାକୁ ସାର୍ଥକ କରିଛି ବୋଲି ସେ କହିଥିଲେ ।

ଏହି ଅବସରରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ଆୟୋଜିତ କାର୍ୟ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ନିଆଳି ବିଧାୟକ ଛବି ମଲ୍ଲିକ, ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଟିଟିଲାଗଡ଼ ରାଜ୍ୟର ସବୁଠୁ ତତଲା ସହର

    ଭୁବନେଶ୍ୱର: ଜଳୁଛି ଓଡ଼ିଶା। ପଶ୍ଚିମରେ ଅସମ୍ଭାଳ ତାତି। ୪୦ ଡିଗ୍ରୀ ଉପରେ ୮ ସହର। ଗତକାଲି ୪୧.୭ ଡିଗ୍ରୀ ସହିତ ରାଜ୍ୟର ସବୁଠୁ ତତଲା ସହର ପାଲଟିଥିଲା ଟିଟିଲାଗଡ଼। ସେହିଭଳି ସମ୍ବଲପୁର ଏବଂ ହୀରାକୁଦରେ ୪୧.୫ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ…

    Continue reading
    OUSSSC ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି

    ଭୁବନେଶ୍ୱର: OUSSSC ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର। ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ବା OUSSSCର ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ନୂତନ ପଦବୀ ସୃଷ୍ଟି କରିବାକୁ ସରକାର ଅନୁମୋଦନ ଦେଇଛନ୍ତି। ସଚିବ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ