ଆରମ୍ଭ ହେଲା କଟକ ବାଲିଯାତ୍ରା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ପ୍ରସିଦ୍ଧ ଓ ଉତ୍ସାହରେ ଭରପୁର ବାଲିଯାତ୍ରା ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ଏହି ବାଲିଯାତ୍ରା। ଏହାକୁ ବାଦ ଦେଇ ଓଡ଼ିଶାରେ ନୌବାଣିଜ୍ୟ ଇତିହାସ ସମ୍ପର୍କରେ ଚିନ୍ତା ମଧ୍ୟ କରାଯାଇ ପାରିବ ନାହିଁ ।ସେ କହିଥିଲେ ଯେ କଟକ ବାଲିଯାତ୍ରା ହେଉଛି ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ। କଟକର ବାଲିଯାତ୍ରା ସମଗ୍ର ଭରତ ବର୍ଷର ସବୁଠାରୁ ବଡ ଓ ଶ୍ରେଷ୍ଠ ବାଣିଜ୍ୟିକ ଏବଂ ସାଂସ୍କୃତିକ ମେଳା।ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ସହିତ ଧାର୍ମିକ ଭାବନା ସହିତ ଓତପ୍ରୋତ ଭାବେ ଜଡ଼ିତ ବୋଲି ପ୍ରକାଶ କରି ସେ କହିଲେ ଯେ ଧାର୍ମିକ, ଐତିହାସିକ, ସାଂସ୍କୃତିକ ଓ ପାରମ୍ପରିକ- ସବୁ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟ ରହିଛି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ବ୍ୟବସାୟ ହେବ ଏବଂ ରେକର୍ଡ ସଂଖ୍ୟକ ଲୋକେ ବୁଲି ଆସିବେ। ଜିଲ୍ଲା ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି।ଓଡିଶାର ବିକାଶ ଏବେ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ସେ ମତ ଦେଇ ସେ କହିଲେ ଯେ, ଏବେ ଓଡିଶାରେ ହଜାର ହଜାର କୋଟି ଟଙ୍କାର ଭିତ୍ତିଭୂମି ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି। ରେଳ ଓ ସଡକ ପାଇଁ ବ୍ୟାପକ ପୁଞ୍ଜି ବିନିଯୋଗ ହୋଇଛି। ବିମାନପଥରେ ମଧ୍ୟ ବ୍ୟାପକ ସୁଯୋଗର ସୃଷ୍ଟି ହେଉଛି। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆଜି ବିମାନ ଚାଳନରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କଟକ ବାଲିଯାତ୍ରା ହେଉଛି ଆମ ଓଡିଶାର ସବୁଠାରୁ ପ୍ରସିଦ୍ଧ ଉତ୍ସବ ମାନଙ୍କ ମଧ୍ୟରେ ଅନ୍ୟତମ। କଟକ ସହରର ଗର୍ବ ଓ ଗୌରବ। ହଜାର ବର୍ଷର ସହର ହେଉଛି କଟକ। କଟକର ପ୍ରତିଟି ମାଟି କଣିକାରେ ଭରି ରହିଛି ଗୌରବମୟ ଐତିହ୍ୟର ବାସ୍ନା। ଏ ସହର ହେଉଛି ସ୍ନେହ ଶ୍ରଦ୍ଧା ଓ ଭାଇଚାରାର ସହର। ଆଧୁନିକତାର ଚାକଚକ୍ୟରେ କଟକସହରବାସୀ ଯାହାଙ୍କୁ ଶ୍ରଦ୍ଧାରେ ‘କଟକିଆ’ ବୋଲି କୁହାଯାଏ ଏହି ଭାଇଚାରାକୁ ଉଜ୍ଜୀବିତ କରି ରଖିଛନ୍ତି, ଯାହା ଆଜିକାଲି ଦେଖିବାକୁ ମିଳେନାହିଁ। ସେ କହିଥିଲେ ଯେ, ହଜାରେ ବର୍ଷର ବିଶ୍ଵ ପ୍ରସିଦ୍ଧ ‘ବାଲି ଯାତ୍ରା’ କୁ ସେ ଅନେକ ଥର ଆସିଛନ୍ତି। କିନ୍ତୁ, ରାଜ୍ୟର ଶାସନ ମୁଖ୍ୟ ଭାବେ ସାମିଲ ହୋଇଥିବାରୁ ସେ ବହୁତ ଖୁସି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ପୂର୍ବନାମ କଳିଙ୍ଗ । କଳିଙ୍ଗର ମହାନ ନୌବାଣିଜ୍ୟ ପରମ୍ପରା ବେଶ୍ ପ୍ରାଚୀନ । ଯାହାର ନୌବାଣିଜ୍ୟିକ ଇତିହାସ ଏ ମାଟିର ବୀର ସାଧବପୁଅମାନଙ୍କର ଦୁଃସାହସିକ ଜଳଯାତ୍ରା ସହ ପୃଥ‌ିବୀର ବିଭିନ୍ନ ଭୂଖଣ୍ଡ ସହ ବାଣିଜ୍ୟିକ ସମ୍ପର୍କକୁ ଉନ୍ମୋଚନ କରେ । କଳିଙ୍ଗର ସାହସୀ ସାଧବମାନେ ସାମୁଦ୍ରିକ ଝଡଝଞ୍ଜାକୁ ଭୃକ୍ଷେପ ନ କରି ସାତ ସମୁଦ୍ର ତେର ନଈ ପାର ହୋଇ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ଭିଏତନାମ ପ୍ରଭୃତି ଦ୍ବୀପ ଓ ଦେଶମାନଙ୍କୁ ଯାଇ ବେପାର ବଣିଜ କରୁଥିଲେ । ଆପଣମାନେ ଜାଣି ଖୁସି ହେବେ ଯେ ଏହି ସବୁ ଦେଶରେ ଆଜି ମଧ୍ୟ ଓଡିଆ ସଂସ୍କୃତି ଏବଂ ପରମ୍ପରାର ଝଲକ ଦେଖିବାକୁ ମିଳେ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆମେ ଏକ ନୂତନ ଯୁଗରେ ପ୍ରବେଶ କରିଛୁ। ସମୟର ସହିତ ତାଳଦେଇ ଆମେ ବିକାଶ ପଥରେ ଅଗ୍ରସର ହେଉଛୁ। ଗତ ପ୍ରାୟ ସତୁରୀ ବର୍ଷ ହେବ ଓଡିଶା ଏକ ଅବହେଳିତ, ପଛୁଆ ରାଜ୍ୟ ଭାବେ ଦେଶରେ ଜଣାଶୁଣା ଥିଲା। ଗତ ୨୪ ବର୍ଷରେ ବିକାଶ ନାଁ ରେ ଯେଉଁ ଭେଳିକି ଦେଖା ଯାଇଥିଲା, ତାହାର ଗୁମର ଗୋଟିଏ ପରେ ଗୋଟିଏ ଫିଟିବାକୁ ଲାଗିଲାଣି। ଆଧୁନିକ ଓଡିଶାର ରାଜନୈତିକ ଇତିହାସରେ ଜୁନ ୧୨ ତାରିଖ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। କାରଣ ଏହିଦିନ ଏକ ଲୋକାଭିମୁଖୀ ସରକାର, ଲୋକଙ୍କ ସରକାର ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ରାଜ୍ୟର ସାଧାରଣ ଜନତାଙ୍କ ସେବାରେ ଉତ୍ସର୍ଗୀକୃତ। ଆମ ସରକାର ବିକାଶ ସହିତ ଓଡିଆ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ କାର୍ୟ୍ୟ କରିବାକୁ ବଦ୍ଧପରିକର।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ