ଡଙ୍ଗା ଆଣିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ଜଣ ନାବାଳିକା

ଡଙ୍ଗା ଆଣିବା ପାଇଁ ପୋଖରୀକୁ ଯାଇ ବୁଡ଼ିଗଲେ ଦୁଇ ନାବାଳିକା। ଆଜି ମଧ୍ୟାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଘଟିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଆଜି ଥିଲା କାର୍ତ୍ତିକ ପୂର୍ଣ୍ଣିମା। ତେଣୁ ସକାଳେ ସକାଳେ ବସ୍ତା ଥାନା ପଣିଶାପଡା ଗାଁର ଦିଲ୍ଲୀପ କୁମାର ଦାସ ଓ ମାନସ ନନ୍ଦଙ୍କ ପରିବାର ଲୋକ ଘର ପାର୍ଶ୍ୱ ପୋଖରୀରେ ଡଙ୍ଗା ଭସାଇଥିଲେ। ପରିବାର ଲୋକଙ୍କ ସହ ସେମାନଙ୍କ ଦୁଇ କୁନି ଝିଅ ମଧ୍ୟ ଡଙ୍ଗା ଭସାଇଥିଲେ। ଡଙ୍ଗା ଭସା ପରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ହୋଇଯାଇଥିଲେ। ଆଉ ଦୁଇ ସାଙ୍ଗ(୩ ଓ ୫ ବର୍ଷ) ଘର ପାଖ ପୋଖରୀ ନିକଟରେ ଖେଳୁଥିଲେ।
ମଧ୍ୟାହ୍ନରେ ପରିବାର ଲୋକ ଦୁଇ ଝିଅଙ୍କୁ ଖୋଜା ଖୋଜି କରିଥିଲେ। ହେଲେ ପାଇନଥିଲେ। ଅପରାହ୍ନରେ ଗାଁ ଲୋକେ ପୋଖରୀରେ ଜାଲ ପକାଇ ଖୋଜିଥିଲେ। ସେତେବେଳେ ଦୁଇ ସାଙ୍ଗଙ୍କୁ ପାଇଥିଲେ। ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌କୁ ନେଇଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଡଙ୍ଗା ଆଣିବାକୁ ଯାଇଥିବା ପାଣିରେ ବୁଡି ଯାଇଥିବା ଅଭିଯୋଗ ହେଉଛି।

  • Related Posts

    ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା:ଅପରାଜିତା

    ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା। ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲ କୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଙ୍କ ସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ର…

    Continue reading
    ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ। ଉଲୁଣ୍ଡା ବ୍ଲକ ସାହାଣୀଡିହ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇ ନିଆଁକୁ ଆୟତ୍ତ କରିବା ପାଇଁ ବିନିକା ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି । ଫ୍ୟାକ୍ଟ୍ରିରେ ନିଆଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ