
ନୂଆପଡ଼ା: ଆସନ୍ତାକାଲି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚାର କାର୍ୟ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କୋମନାରେ ରୋଡ୍ ଶୋ’କରିବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଏହି ପ୍ରଚାରରେ ସାମିଲ ହେବେ। ପରେ ପଞ୍ଚମପୁରରେ ସାଧାରଣ ଏକ ସଭା କରିବେ ବିଷ୍ଣୁଦେବ।
ନୂଆପଡ଼ା ଉପନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର ଧରୁଛି । ନିର୍ବାଚନ ୧୧ ତାରିଖରେ ହେବାକୁ ଥିବାବେଳେ ୧୦ ରେ ସାଇନ ଡାଏ ଘୋଷଣା ହେବ । ଏହା ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବା ଲାଗି ଜୋରଦାର କସରତ କରିବାକୁ ପଡିବ । ଏଥର ଆଉ କେବଳ ତାରକା ପ୍ରଚାରକରେ କାମ ଚଳିବନାହିଁ । ମଇଦାନକୁ ଆସିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମାଳମାଳ ମନ୍ତ୍ରୀ । ସେହିପରି ବହୁ ହେଭିୱେଟ ସାଂସଦ, ବିଧାୟକ ଓ ବିଭିନ୍ନ ଦଳର ମୁଖପାତ୍ର ବି ସାମିଲ ହେବେ । ନିଜ ଦଳ ଓ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ବିରୋଧୀ ଦଳ ଓ ବିରୋଧୀ ପ୍ରାର୍ଥୀଙ୍କ ବାବଦରେ କରିବେ ଟୀକା ଟିପ୍ପଣୀ ।


