ଆସାମରେ ବନ୍ୟା ସଙ୍କଟ ; ୨୪ ଘଣ୍ଟାରେ ୨୧ ମୃତ

ନୂଆଦିଲ୍ଲୀ: ଉବୁଟୁବୁ ଆସାମ । ଯେଉଁଆଡ଼େ ଚାହିଁଲେ ପାଣି ଆଉ ପାଣି । ଚାଷ ଜମି, ରାସ୍ତାଘାଟରେ ଆଣ୍ଟାଏ ଲେଖାଏଁ ପାଣି ଚାଲୁଛି । ଆସାମରେ ବନ୍ୟା ପରିସ୍ଥିତି ଖରାପ ହେବାରେ ଲାଗିଛି । ପୂର୍ବୋତ୍ତର ରାଜ୍ୟର ଅନେକ ଜିଲ୍ଲାରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି । ଯେଉଁଥିରେ ଶିବସାଗର ଜିଲ୍ଲାରେ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ୧୬ଟି ଜିଲ୍ଲାର ୫.୬୪ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି, ଯେତେବେଳେ ୮୭୨ଟି ଗାଁ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । ହଜାର ହଜାର ପରିବାର ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ, ଏନଡିଆରଏଫ୍ ଏବଂ ଏସଡିଆରଏଫ ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ଜଳସ୍ତର ବୃଦ୍ଧି ପାଇବା ଚିନ୍ତା ବଢ଼ାଇ ଦେଇଛି ।

୧୬ଟି ଜିଲ୍ଲାରେ ବନ୍ୟା ପ୍ରଭାବ- ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହେଉଛି । ଶିବସାଗର, ଦିବ୍ରୁଗଡ଼, ଜୋରହାଟ, ଗୋଲାଘାଟ, ଚରାଇଦେଓ, ଧେମାଜି, ତିନସୁକିଆ, ନାଗାଓଁ, ବିଶ୍ୱନାଥ, କାମରୂପ ଏବଂ କାର୍ବି ଆଙ୍ଗଲଙ୍ଗ ସମେତ ଅନେକ ଜିଲ୍ଲା ପ୍ରଭାବିତ ହୋଇଛି । ୧୬ ଜିଲ୍ଲାରେ ୫ ଲକ୍ଷ ୬୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଗାଁ ଏବଂ ଚାଷ ଜମିରେ ବନ୍ୟାଜଳ ପଶିବାରୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଅନେକ ଅଞ୍ଚଳରେ ରାସ୍ତା ସଂଯୋଗ ମଧ୍ୟ ପ୍ରଭାବିତ ହୋଇଛି । ୮୨୭ଟି ଗାଁ ଜଳମଗ୍ନ ହୋଇଛି ।
ଅପରେସନ୍ ୱାଟର ରିଲିଫ୍ ଆରମ୍ଭ- ବନ୍ୟାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥିମଧ୍ୟରୁ କେବଳ ଶିବସାଗର ଜିଲ୍ଲାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଶାସନ ପ୍ରଭାବିତ ପରିବାରକୁ ସହାୟତା ଯୋଗାଇବା ପାଇଁ କାର୍ଯ୍ୟ କରୁଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ସହିତ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି । ବନ୍ୟାର ପ୍ରଭାବ ଗ୍ରାମାଞ୍ଚଳ ଉପରେ ସବୁଠାରୁ ଅଧିକ ପଡ଼ିଛି । ସାରା ରାଜ୍ୟରେ ୮୭୨ଟି ଗାଁ ଜଳମଗ୍ନ ହୋଇଛି। ଏହା ବ୍ୟତୀତ, ୨୪,୦୦୦ ହେକ୍ଟରରୁ ଅଧିକ ଚାଷ ଜମି ବୁଡ଼ି ଯାଇଛି। ଧାନ ଏବଂ ଅନ୍ୟାନ୍ୟ ଫସଲ କ୍ଷତିଗ୍ରସ୍ତ ହୋଇଛି, ଯାହା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଆସାମରେ ଗମ୍ଭୀର ବନ୍ୟା ପରିସ୍ଥିତି ମଧ୍ୟରେ, ରାଜ୍ୟ ପ୍ରଶାସନର ଅନୁରୋଧରେ ଭାରତୀୟ ସେନା “ଅପରେସନ୍ ୱାର୍ଟର ରିଲିଫ୍ -୩” ଆରମ୍ଭ କରିଛି । ଶିବସାଗର, ଜୋରହାଟ ଏବଂ ଚରାଇଦେଓ ଜିଲ୍ଲାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ସେନା ୩ଟି ସ୍ୱତନ୍ତ୍ର ବନ୍ୟା ରିଲିଫ୍ ଦଳକୁ ନିୟୋଜିତ କରିଛି । ବ୍ରହ୍ମପୁତ୍ର ସମେତ ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜଧାନୀ ଗୌହାଟୀରେ ବନ୍ୟା ଏବଂ ଜଳବନ୍ଦୀ ଜାରି ରହିଛି ।

  • Related Posts

    ଯୌନ ଉତ୍ପୀଡ଼ନ ମାମଲା: ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ

    ମୁମ୍ୱାଇ: ଚର୍ଚ୍ଚିତ ତରୁଣ ତେଜପାଲ ମାମଲାରେ ବମ୍ବେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ୨୦୨୧ ମସିହାରେ ନିମ୍ନ ଅଦାଲତ ତାଙ୍କୁ ଯେଉଁ ଦୋଷମୁକ୍ତ କରିଥିଲେ, ସେହି ରାୟକୁ ହାଇକୋର୍ଟ ପୂରାପୂରି ଓଲଟାଇ ଦେଇଛନ୍ତି ଏବଂ ତାଙ୍କୁ ଦୋଷୀ ସାବ୍ୟସ୍ତ…

    Continue reading
    ଲୋକସଭାରେ ‘ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ ୨୦୨୬’ ଅନୁମୋଦିତ

    ନୂଆଦିଲ୍ଲୀ: ଲୋକସଭାରେ ‘ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ ୨୦୨୬’ ଅନୁମୋଦିତ । ଡିଜିଟାଲ ରେକର୍ଡକୁ ମିଳିଲା କୋର୍ଟରେ ଆଇନଗତ ମାନ୍ୟତା । ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏକ ବଡ଼ ଏବଂ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି । ବୁଧବାର ଦିନ ଲୋକସଭାରେ ‘ବ୍ୟାଙ୍କର୍ସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ