ଆସାମ ବନ୍ୟା: ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି

ଗୌହାଟୀ: ଆସାମରେ ବନ୍ୟାସ୍ଥିତି ଭୟଙ୍କର ହୋଇଛି । ଗତ ୨୪ ଘଣ୍ଟାରେ ଆଉ ୭ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ପ୍ରାୟ ସାଢ଼େ ୩ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି । ୭ ଜିଲ୍ଲା ଜଳମଗ୍ନ ରହିଛି । ସେଠାରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆସାମ ସରକାର ମୃତକଙ୍କ ପରିବାରକୁ ଦିଆଯିବାକୁ ଥିବା ଅନୁକମ୍ପା ରାଶିକୁ ୪ ଲକ୍ଷ ଟଙ୍କାରୁ ୯ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଥିସହ ସହାୟତା ରାଶି ପାଇବା ନିୟମ ମଧ୍ୟ କୋହଳ କରିଛନ୍ତି । ଏଥିସହ ୪ ଜିଲ୍ଲାର ସର୍ବାଧିକ ପ୍ରଭାବିତ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ।

ଆସାମ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟର ଶିବସାଗର, ଗୋଲାଘାଟ, ଜୋରହାଟ, ଚରାଇଦେବ, ନଙ୍ଗାବ, ସୋନିତପୁର, କାମରୁମ ମେଟ୍ରୋପଲିଟାନ ସମେତ ୭ ଜିଲ୍ଲା ବନ୍ୟାର ଶିକାର ହୋଇଛି । ଏହି ଜିଲ୍ଲାଗୁଡ଼ିକରେ ୬୨୨ ଗ୍ରାମ ପାଣିରେ ବୁଡ଼ିରହିଛି । ଚରାଇଦେବରେ ସର୍ବାଧିକ ୧.୪୨ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୪୫ ହଜାର ୩୪୧ ହେକ୍ଟର ଜମିରେ ଲାଗିଥିବା ଫସଲ ବନ୍ୟା ପାଣିରେ ବୁଡ଼ିଛି । ପ୍ରଭାବିତ ଅଞ୍ଚଳରେ ୮୧ କ୍ୟାମ୍ପ୍ ବନାଯାଇଛି । ସେଠାରେ ୩୨ ହଜାର ୪୭୭ ଲୋକ ଆଶ୍ରୟ ନେଇଛନ୍ତି । ଭାରତୀୟ ବାୟୁସେନା, ଏନ୍‌ଡିଆର୍‌ଏଫ୍, ଏସ୍‌ଡିଆର୍‌ଏଫ୍ ସମେତ ବିଭିନ୍ନ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

  • Related Posts

    ବନ୍ଦେ ଭାରତ ଟ୍ରେନରେ ଗଲା ଜୀବନ୍ତ ମାନବ ହୃତପିଣ୍ଡ

    ଅହମ୍ମଦାବାଦ: ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଏକ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ କରାଯାଇଛି । ଅଙ୍ଗ ପ୍ରତିରୋପଣ ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ସହ…

    Continue reading
    ପେରୁରେ ପ୍ଲେନ୍ କ୍ରାସ୍‌, ୧୩ ମୃତ

    ନୂଆଦିଲ୍ଲୀ: ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ହୁତୁ ହୁତ ହୋଇ ଜଳିଲା । ଚାଲିଗଲା ୧୩ ଜୀବନ । ପେରୁର ଦକ୍ଷଣ ଅଞ୍ଚଳ ନାଜକା ସହରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ