ଆହୁରି କଠୋର ହେଲା ଡାକ୍ତରୀ ସଂଘ : ଶନିବାରଠୁ ଏକ ଘଣ୍ଟା ଓପିଡି ସେବା ବନ୍ଦ

ଭୁବନେଶ୍ବର/କଟକ: ରାଜ୍ୟରେ ଡାକ୍ତର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ରାଜ୍ୟରେ ଡାକ୍ତରମାନଙ୍କ ଧର୍ମଘଟ ଯୋଗୁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବା ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଧର୍ମଘଟକାରୀ ଡାକ୍ତରମାନଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ ଓ ଆଲୋଚନା ପାଇଁ ସରକାରଙ୍କ ଅପିଲ୍ ପରେ କୌଣସି ନିଷ୍କର୍ଷ ନବାହାରିବାରୁ ସରକାର କଠୋର ହୋଇଛନ୍ତି। ଆନ୍ଦୋଳନ ଯୋଗୁ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କର ଦରମା ବନ୍ଦ ଓ ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

ସରକାର କଠୋର ହେବା ପରେ ଆହୁରି କଠୋର ହେଲା ଡାକ୍ତରୀ ସଂଘ। ଆସନ୍ତାକାଲି (ଶନିବାର) ଠୁ ରାଜ୍ୟବ୍ୟାପୀ ଦିନ ୯ ରୁ ୧୦ ଓପିଡ଼ି ସେବା ବନ୍ଦ। ରାଜ୍ୟରେ ଡାକ୍ତରଙ୍କ ଧାରଣା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗର କଡା ଆଭିମୁଖ୍ୟକୁ ନେଇ ଏସସିବି ଜୁନିଅର୍ ଡାକ୍ତର ସଂଘର ପ୍ରତିକ୍ରିୟା ରଖିଛନ୍ତି ଜୁନିୟର ଡାକ୍ତର ସଙ୍ଘ ସଭାପତି ଚିନ୍ମୟ କୁମାର ପ୍ରଧାନ । ଦାବି ପୂରଣ ପାଇଁ ସରକାର ଆଲୋଚନାକୁ ନ ଆସିଲେ ଆସନ୍ତାକାଲି ଠାରୁ ଏକ ଘଣ୍ଟା ପାଇଁ ଓପିଡି ସେବା ବନ୍ଦ୍ ରଖିବାକୁ ଚେତାବନୀ ଦେଇଛି ସଂଘ । ୪୮ ଘଣ୍ଟା ଧରି ଡାକ୍ତର ସଂଘ କଳାବ୍ୟାଚ ପିନ୍ଧି ରୋଗୀ ସେବା ଜାରି ରଖିଥିଲା ବେଳେ ଦରମା ବନ୍ଦ ଓ ଚାକିରିରୁ ବହିଷ୍କାର ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ଦୁଇ ବର୍ଷ ଧରି ଡାକ୍ତର ମାନଙ୍କ ଦାବିକୁ ନେଇ ବାରମ୍ବାର ସରକାରଙ୍କୁ ସଚେତନ କରିବା ସତ୍ୱେ ସରକାର କର୍ଣ୍ଣପାତ କରୁ ନଥିବା ନେଇ ଅଭିଯୋଗ କରିଛନ୍ତି ଜୁନିୟର ଡାକ୍ତର ସଂଘ । ଯଦି ସରକାର ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗମୀ ଦିନରେ ଆହୁରି କଡା ଅଭିମୁଖ୍ୟ ଗ୍ରହଣ କରାଜିବ ବୋଲି କହିଛନ୍ତି ଜୁନିୟର ଡାକ୍ତର ସଂଘ ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମୋହନ ପଣ୍ଡା କହିଛନ୍ତି ‘‘ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରାଯାଉଛି । ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାରେ ଡାକ୍ତର କାର୍ଯ୍ୟରେ ଯୋଗ ଦେଲେଣି । ସରକାରଙ୍କ ନିୟମ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚିଠି କରାଯାଇଛି ’’।

  • Related Posts

    ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ ଉଦ୍ୟମ ନେଇ ସାମ୍ବାଦିକ ସଂଘର ବିରୋଧ

    ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ “ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ରହିଛି । ହେଲେ ଏବେ ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ କରିବାକୁ ମସୁଧା କରୁଛନ୍ତି । ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା…

    Continue reading
    ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦଘାଟିତ

    ଭୁବନେଶ୍ବର: ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଆୟୋଜିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଗୁରୁବାର ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସହଯୋଗ, ନବସୃଜନ ଓ ସ୍ଥାୟୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ