ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ନାମଲେଖା: ଆଜିଠୁ ଅନଲାଇନ ଆବେଦନ

ଭୁବନେଶ୍ବର: ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆଜିଠୁ ଅନଲାଇନ ଆବେଦନ ଆରମ୍ଭ ହେବ। ଦିନ ୧୧ଟାରୁ ସାମ୍ସ ୱେବ୍‌ସାଇଟ୍‌ରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ। ୧୭ ତାରିଖ ରାତି ୧୧ଟା ୪୫ ପର୍ୟ୍ୟନ୍ତ ଆବେଦନ କରାଯାଇପାରିବ। ଆବେଦନ ସମୟରେ ତ୍ରୁଟି ଥିଲେ ୧୮ ତାରିଖରେ ସଂଶୋଧନ ପାଇଁ ସୁଯୋଗ ଦିଆଯିବ। ପ୍ରଥମ ରାଉଣ୍ଡ ନାମଲେଖା ପାଇଁ ୨୨ରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ୨୩ରୁ ୨୬ ତାରିଖ ମଧ୍ୟରେ ନାମ ଲେଖାଇବେ। ସେପ୍ଟେମ୍ବର ୧ରେ ଦ୍ବିତୀୟ ରାଉଣ୍ଡ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ସେପ୍ଟେମ୍ବର ୨ରୁ ୪ ମଧ୍ୟରେ ନାମ ଲେଖାଇବେ। ସେପ୍ଟେମ୍ବର ୮ ତାରିଖରେ ତୃତୀୟ ରାଉଣ୍ଡ (ୱେଟିଂ ଲିଷ୍ଟ/ସ୍ପଟ୍) ନାମଲେଖା ପାଇଁ ମେଧା ଅନୁଯାୟୀ ୱେଟିଂ ରାଙ୍କ ତାଲିକା ପ୍ରକାଶ ପାଇବ। ୯ ତାରିଖରେ ନାମଲେଖା ପାଇଁ ଯୋଗ୍ୟ ଆବେଦନକାରୀଙ୍କ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଆବେଦନକାରୀ ସେପ୍ଟେମ୍ବର ୧୦ରୁ ୧୧ ତାରିଖ ମଧ୍ୟରେ ନାମ ଲେଖାଇବେ। ସେ‌େ‌ପ୍ଟମ୍ବର ୮ ତାରିଖରୁ ପାଠପଢ଼ା ଆରମ୍ଭ ହେବ।

  • Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନେଶ୍ୱର: ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ (RI) ସୁରଜବାଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା…

    Continue reading
    ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର

    ଭୁବନେଶ୍ବର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି ଚୟନକୁ ନେଇ ଆପତ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ