ଉତ୍କଳ ବିଶ୍ବବିଦ୍ୟାଳୟରେ ଭାଙ୍ଗିଲା ବିଜେଡି ଗଡ଼

ଉତ୍କଳ ବିଶ୍ବବିଦ୍ୟାଳୟରେ ଭାଙ୍ଗିଲା ବିଜେଡି ଗଡ଼। ଲଗାତାର ଉତ୍କଳ କ୍ୟାମ୍ପସରେ ବିଜୟର ବାନା ଉଡ଼ାଉଥିବା ଛାତ୍ର ବିଜେଡିକୁ ଲାଗିଛି ଶକ୍ତ ଧକ୍କା। କୌଣସି ଗୋଟିଏ ବି ପଦବୀରେ ସଙ୍ଗଠନର ପ୍ରାର୍ଥୀ ବିଜୟୀ ହୋଇପାରି ନାହାନ୍ତି। ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଉତ୍କଳକୁ କବଜା କରିଛି ଏବିଭିପି। ୯ରୁ ୭ଟି ସିଟରେ ଏବିଭିପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଅଭିରାମ ମିଶ୍ର।
ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେଲେ ଆୟୂଶ୍ରୀ ପ୍ରଧାନ। ଉପସଭାପତି ସହ ୨ଟି ସିଟ୍ ଜିତିଛି ଏନଏସୟୁଆଇ। ପପୁ ରାଉତ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଜ୍ୟୋତିଶ୍ରୀ ସାହୁ ହେଲେ ଯୁଗ୍ମ ସାଧାରଣ ସମ୍ପାଦକ । ବିସିଜେଡି ଏଥର ଚିତ୍ ପଟାଙ୍ଗ ମାରିଛି। ଗୋଟିଏ ସମୟରେ ଶୀର୍ଷରେ ରହୁଥିବା ଛାତ୍ର ବିଜେଡି ଏଥର ତୃତୀୟ ସ୍ଥାନକୁ ଖସି ଆସିଛି। ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ଛାତ୍ର କଂଗ୍ରେସ ଦ୍ବିତୀୟ ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛି।

  • Related Posts

    ନିର୍ବାଚନ ଶେଷ ପରେ ଏହା କହିଲେ ମୋହନ

    ଭୁବନେଶ୍ୱର:ପୂର୍ବ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେଇଥିଲେ। କିନ୍ତୁ ଆମେ ଛାତ୍ର ସମାଜକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି,  ସଫଳତାର ସହ ନିର୍ବାଚନ ପରିଚାଳନା କରିଛୁ…

    Continue reading
    ଛାତ୍ର ସଂସଦ ନିର୍ବାଚନ; ABVPର ୧୪୨ ଏବଂ BCJDର ୧୨୧ ପ୍ରାର୍ଥୀ ବିଜୟୀ

    ଭୁବନେଶ୍ୱର,: ରମାଦେବୀ ବିଶ୍ୱବିଦ୍ୟାଳୟ ଗଣତିକୁ ନେଇ ଜୋରଦାର ହଙ୍ଗାମା । ସବୁଠି ପ୍ରତିବାଦ, ରାସ୍ତାରୋକ ଆଉ ମୁହାଁମୁହିଁ ସ୍ଥିତି । କ୍ୟାମ୍ପସ ଭିତର ବାହାର ପୁଲିସ ଛାଉଣୀ । ଘୋଷଣା ହୋଇଥିବା ୧୧ଟି ବିଶ୍ୱବିଦ୍ୟାଳୟରୁ ଏବିଭିପି ୬ଟିରେ ସଭାପତି ପଦ ଦଖଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି