ଉତ୍କଳ ବିଶ୍ୱବିଦ୍ୟାଳୟ: ବାଜିମାତ୍‌ କଲା ଏବିଭିପି

ଭୁବନେଶ୍ୱର: ବହୁ ବିଳମ୍ବରେ ହେଲେ ମଧ୍ୟ ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଗୁରୁବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି। କଡ଼ା ମୁକାବିଳା ମଧ୍ୟରେ ଏବିଭିପି ସଭାପତି ପଦ ହାତେଇଛି। ବିସିଜେଡି ଏବଂ NSUI ମଧ୍ୟ ବିଭିନ୍ନ ପଦପଦବୀ ହାତେଇବାରେ ସଫଳ ହୋଇଛି। ଦୀର୍ଘ ୯ବର୍ଷର ବ୍ୟବଧାନ ପରେ ବାଣୀବିହାରରେ ଛାତ୍ରୀଛାତ୍ରମାନେ ସେମାନଙ୍କ ନୂଆ ନେତା ପାଇଛନ୍ତି।

ରାଜ୍ୟରେ ଚଳିତ ବର୍ଷ ୧୩ ବିଶ୍ୱବିଦ୍ୟାଳୟ ଓ ୩୪୬ କଲେଜରେ ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷଧରି ଛାତ୍ର ସଂସଦ ନିର୍ବାଚନ ହୋଇ ନ ଥିବାରୁ ଚଳିତ ବର୍ଷ ନିର୍ବାଚନ ବହୁ ଚ୍ୟାଲେଞ୍ଜ ରହିଥିଲା। ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ବେଶ ଟକ୍କର ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ନିର୍ବାଚନ ଅଧିକାଂଶ ସ୍ଥାନରେ ଶୃଙ୍ଖଳାର ସହ ହୋଇଥିବା ବେଳେ କେତେକ ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା।

ଏପରି କି ଅଶାନ୍ତ ସ୍ଥିତି କାରଣରୁ ନିରାକାରପୁରର କେଭିଡିଏଭି କଲେଜରେ ନିର୍ବାଚନକୁ ବାତିଲ ମଧ୍ୟ କରାଯାଇଥିଲା। ବାଣୀବିହାର ସମେତ, ରମାଦେବୀ, ବିଜେବି, ଦେବରାୟ, ଭଳି କଲେଜରେ ଏବିଭିପି, ବିସିଜେଡି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱୀ ସ୍ଥିତି ଉପୁଜିଥିଲା। ମିଳିଥିବା ତଥ୍ୟ ଅନୁସାରେ ଏବିଭିପିର ପ୍ରାର୍ଥୀଙ୍କ ବିଜୟ ଆଗରେ ରହିଥିବା ବେଳେ ବିସିଜେଡି ଦ୍ୱିତୀୟ ସ୍ଥାନରେ ରହିଛି।

  • Related Posts

    କ୍ରେନ୍ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ

    ଗଞ୍ଜାମ: ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଦୁର୍ଘଟଣା। ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ କ୍ରେନ୍ ଖସି ପଡ଼ିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଗୁଣ୍ଟୁର ନିକଟରେ ଘଟିଛି। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ…

    Continue reading
    ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍

    କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍‌ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି