ଏକ ଜଳ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ଆମ ସମସ୍ତଙ୍କ କର୍ତବ୍ୟ: ମନମୋହନ ସାମଲ

ଭୁବନେଶ୍ୱର,: ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ଆଜି ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଟିଟିଲାଗଡଠାରେ ପହଂଚିଥିଲେ । ଏକ ବିରାଟ ଶୋଭାଯାତ୍ରାରେ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ ଟିଟିଲାଗଡ ସହରର ୧୩୬ ନମ୍ବର ବୁଥ୍‌ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୬ ତମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମକୁ ଶୁଣିବା ସହ ୧୫ ନମ୍ବର ଓ୍‌ôାର୍ଡ ଅନ୍ତର୍ଗତ ୧୮୧ ନମ୍ବର ବୁଥ୍ କାର୍ଯ୍ୟକର୍ତାଙ୍କ ସହ ବୈଠକରେ ଯୋଗ ଦେଇ ସାଂଗଠନିକ ଏବଂ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା କରିଥିଲେ । ଟିଟିଲାଗଡ ସହର ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହି ଅବସରରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ଟିଟିଲାଗଡ ବିଧାୟକ ଶ୍ରୀ ନବୀନ ଜୈନ, ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ଶ୍ରୀବତ୍ସ ବେହେରା, ଏନ୍‌ଏସି ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜୁ ନାଏକଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ବର୍ଷା ଜଳ ସଂରକ୍ଷଣ ଆଜି ଜନ ଆନ୍ଦୋଳନରେ ପରିଣତ ହୋଇଛି । ବର୍ଷାର ପ୍ରତ୍ୟେକ ବୁନ୍ଦାକୁ ସଂରକ୍ଷଣ କରି ଭବିଷ୍ୟତ ପାଇଁ ଜଳ ସୁରକ୍ଷା ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ମୋଦିଜୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏହି ପ୍ରସଙ୍ଗ ଉଠାଇବା ପରେ ବର୍ଷାଜଳ ସଂଗ୍ରହ, ଭୂତଳ ଜଳ ପୁନର୍ଭରଣ ଏବଂ ଜଳ ସଂରକ୍ଷଣ ପାଇଁ ରାଜ୍ୟବାସୀଙ୍କୁ ଅଧିକ ପ୍ରେରଣା ଯୋଗାଇବ । ନିଜ ଘର, କାର୍ଯ୍ୟାଳୟ ଓ ରହୁଥିବା ପରିବେଶରେ ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନେଇ ଏକ ଜଳ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ଆମ ସମସ୍ତଙ୍କ କର୍ତବ୍ୟ ବୋଲି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ସାମଲ କହିଛନ୍ତି ।
ଏହା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ କଂଟାବାଞ୍ଜୀ ଗସ୍ତ କରିଥିଲେ । ଏକ ବିରାଟ ମୋଟର ସାଇକଲ ଶୋଭାଯାତ୍ରାରେ ସ୍ୱାଗତ କରି ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ପାଛୋଟି ଆଣିଥିଲେ । କଂଟାବାଞ୍ଜୀଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ହରିବନ୍ଧୁ ମେହେର, ଉପାଧ୍ୟକ୍ଷ ଯାଜ୍ଞସେନୀ ହାତୀ, ସମିତି ସଭ୍ୟ ତୁନାମଣି ମହାନନ୍ଦ, ତରୁଣୀ ଗହୀର, ଦୁଷ୍ମନ୍ତ ନାଗ, ଭୁମିସୁତା ବାଗ, ଜଲମ ପ୍ରଧାନୀ, ଭୀମସେନ ବାଗ, ସୁମିତ୍ରା ମାଝୀ, ଦିଲୀପ ଭୋଇ, କସ୍ତୁରୀ ତାଣ୍ଡି, ପୁଷ୍ପାଞ୍ଜଳୀ ଧରୁଆ, ଜୋତ୍ସାମୟୀ ରଣା, ତୁରେଇକେଲା ବ୍ଲକ ଅଧ୍ୟକ୍ଷା ପୁଜା ବେହେରାଙ୍କ ସମେତ ସମିତି ସଭ୍ୟ କବିତା ପୁଟେଲ, ପିତା ସମର୍ଥ, ପଦ୍ମା ଭୋଇ, ଗୁଲାପି ମହାନନ୍ଦ, ସୁନିତା ଧାରୁଆ, କୁମାରୀ ମହାନନ୍ଦ, ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡାପଦର, ଜୁରାବନ୍ଧ, ଠେମରା, ବଲଧା, ଅର୍ଶତୁଲା, ବିରପାଲି, ଭୁଷଲାଡ, ଚନ୍ଦ୍ରତାରା, ଗନ୍ଧାରିଆ, ଜାମଖୁଂଟା, ଝଲପ, କାନସିଲ, କପିଲଭଟ୍ଟା, ଖଇରା, ଅଲାଣ୍ଡ ସରପଂଚଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସମସ୍ତ ନୂତନ ସଦସ୍ୟ ଓ ସଦସ୍ୟାଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଟୋପି ଓ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।
ବିଶେଷ ଜନସଂପର୍କ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ବୁଦ୍ଧିଜୀବୀ ଉଦ୍ଧବ ଗିବେଲାଙ୍କୁ ସାକ୍ଷାତ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, କଂଟାବାଞ୍ଜୀ ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ଟିଟିଲାଗଡ ବିଧାୟକ ଶ୍ରୀ ନବୀନ ଜୈନ, ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ଶ୍ରୀବତ୍ସ ବେହେରାଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ