ଏମ୍‌ଏଲ୍‌ସି ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନକୁ ନେଇ ମୋଦିଙ୍କ କଟାକ୍ଷ

ନୂଆଦିଲ୍ଲୀ: ବାଲଟ୍ ପେପରରେ ନିର୍ବାଚନ ହେବା ସତ୍ତ୍ୱେ ବିଧାନ ପରିଷଦ (ଏମ୍‌ଏଲ୍‌ସି) ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନକୁ ନେଇ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଭିଏମ୍‌ ବଦଳରେ ବାଲଟ୍ ପେପରରେ ନିର୍ବାଚନ କରାଇବାକୁ ବିରୋଧୀ ଦଳଗୁଡ଼ିକ ଦାବି କରୁଥିବାବେଳେ ଏହି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୋଦି।୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ହୋଇଥିବା ଦ୍ୱିବାର୍ଷିକ ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସ ଗୋଟିଏ ବି ଆସନ ଜିତିପାରିନାହିଁ। ଅନ୍ୟପଟେ ଉତ୍ତରପ୍ରଦେଶରେ ବିଜେପି ୫ଟି ଏବଂ ସମାଜବାଦୀ ପାର୍ଟି ୩ଟି ବିଧାନ ପରିଷଦ ଆସନ ଜିତିଛନ୍ତି। ବୁଧବାର ଏହି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିବାବେଳେ କେତେକ ଆସନରେ ଗଣତି ଜାରି ରହିଥିଲା।ଏକ୍ସରେ ଏକ ପୋଷ୍ଟ କରି ମୋଦି କହିଛନ୍ତି, “୪ଟି ବଡ଼ ରାଜ୍ୟ; ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ କର୍ଣ୍ଣାଟକର ୨୮ଟି ଆସନରେ ଏମ୍‌ଏଲ୍‌ସି ନିର୍ବାଚନ ହୋଇଛି। ନିର୍ବାଚନ ବାଲଟ୍ ପେପରରେ ହୋଇଛି। ତେବେ କଂଗ୍ରେସ କେତୋଟି ଆସନ ଜିତିଛି, ଅନୁମାନ କରନ୍ତୁ।”ମଙ୍ଗଳବାରଠାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ଅକ୍ଟୋବର ୨୩ରେ ଉତ୍ତରପ୍ରଦେଶର ୬ଟି ଶିକ୍ଷକ ଏବଂ ୫ଟି ସ୍ନାତକ ନିର୍ବାଚନମଣ୍ଡଳୀ, ବିହାରର ୪ଟି, କର୍ଣ୍ଣାଟକର ୨ଟି ଏବଂ ମହାରାଷ୍ଟ୍ରର ୩ଟି ସ୍ନାତକ ଓ ୨ଟି ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ମତଦାନ ହୋଇଥିଲା।ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଶାସକ ମହାୟୁତି ମେଣ୍ଟ ୩ଟି ଆସନରେ ଆଗୁଆ ଥିବାବେଳେ ବିରୋଧୀ ଏନ୍‌ସିପି (ଶରଦଚନ୍ଦ୍ର ପୱାର) ୨ଟି ଆସନରେ ଆଗୁଆ ଥିଲା।ବିହାରରେ ଜନ ସୁରାଜ ପାର୍ଟି ଖାତା ଖୋଲିଛି। ବିଜେପି, ଜେଡି(ୟୁ), ଆର୍‌ଜେଡି ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି।କର୍ଣ୍ଣାଟକରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଦଳ ୪ଟି ଯାକ ଆସନ ହରାଇଛି। ବିରୋଧୀ ଜେଡି(ଏସ୍‌) ଶାସକ କଂଗ୍ରେସଠାରୁ ଗୋଟିଏ ଆସନ ଛଡ଼ାଇ ନେଇଥିବାବେଳେ ଏହାର ସହଯୋଗୀ ବିଜେପି ୩ଟି ଆସନ ବଜାୟ ରଖିଛି। ଇଭିଏମ୍‌ ବଦଳରେ ବାଲଟ୍ ପେପର ବ୍ୟବହାର କରି ନିର୍ବାଚନ କରାଇବାକୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଦାବି କରିଆସୁଛନ୍ତି।

  • Related Posts

    ଶୁକ୍ରବାର ପିଏମ୍‌-କିଷାନର ୨୪ତମ କିସ୍ତି

    ନୂଆଦିଲ୍ଲୀ: ଶୁକ୍ରବାରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୪ତମ କିସ୍ତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବାନସକଣ୍ଟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ କିସ୍ତି ବାବଦ ଅର୍ଥ ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ଏହି କିସ୍ତିରେ…

    Continue reading
    ଟାଟା ଗ୍ରୁପ୍‌ ପ୍ରସଙ୍ଗ ; ରାହୁଲ-ସୀତାରମଣ ମୁହାଁମୁହିଁ

    ନୂଆଦିଲ୍ଲୀ : ଟାଟା ଗ୍ରୁପ୍‌ରେ ନେତୃତ୍ବକୁ ନେଇ ଦେଖା ଦେଇଥିବା ବିବାଦରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଟାଟା ଗ୍ରୁପ୍‌ରେ ଦେଖା ଦେଇଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା