ଏସିଆ କପ୍‌: ପୁଣି ହାତ ମିଳାଇଲେ ନାହିଁ ସୂର୍ୟ୍ୟକୁମାର, ସଲ୍‌ମାନ

ଦୁବାଇ: ଚଳିତ ଏସିଆ କପ୍‌ରେ ଲିଗ୍ ମ୍ୟାଟ୍‌ର ପୁନରାବୃତ୍ତି ସୁପର-୪ ମ୍ୟାଟ୍‌ରେ ମଧ୍ୟ ଦେଖିବାକୁ ମିଳିଛି । ଗତ ରବିବାର ଲିଗ୍ ମ୍ୟାଟ୍‌ରେ ଭାରତୀୟ ଅଧୂନାୟକ ସୁର୍ୟ୍ୟକୁମାର ଯାଦବ ଓ ପାକିସ୍ତାନ ଅଧୂନାୟକ ସଲମାନ ଆଗା ଟସ୍ ବେଳେ ହାତ ମିଳାଇ ନ ଥିଲେ । ରବିବାର ସୁପର-୪ ମ୍ୟାଟ୍‌ରେ ଟସ୍ ଉପରେ ସମସ୍ତଙ୍କ ନଜର ଥିଲା। ଉଭୟ ଅଧ୍ୟାନାୟକ ହାତ ମିଳାଉଛନ୍ତି କି କି ନାହିଁ ଏହି ପ୍ରଶ୍ନ ସଭିଙ୍କ ମନରେ ଥିଲା । ହେଲେ ଏହି ମ୍ୟାଟ୍‌ରେ ମଧ୍ୟ ସୂର୍ୟ୍ୟକୁମାର ଓ ସଲ୍‌ମାନ ହାତ ମିଳାଇନଥିଲେ । ସୂର୍ୟ୍ୟ ଟସ୍ ଜିତିବା ପରେ ସିଧା ଭାଷ୍ୟକାର ରବି ଶାସ୍ତ୍ରୀଙ୍କ ପାଖକୁ ଯାଇ କଥା ହୋଇଥିଲେ। ସଲ୍‌ମାନ ତଳକୁ ଚାହିଁ ରହିଥିଲେ। ପରେ ସୂର୍ୟ୍ୟକୁମାର ସିଧା ଚାଲି ଯାଇଥିଲେ। ଦୁଇ ଅଧ୍ୟାନାୟକ ହାତ ମିଳାଇବା ଛାଡ଼ନ୍ତୁ; ପରସ୍ପରଙ୍କୁ ମଧ୍ୟ ଚାହିଁନଥିଲେ। ତେବେ ଲିଗ୍ ମ୍ୟାଚ୍ ପରି ମ୍ୟାଚ୍ ରେଫେରୀ ଆଣ୍ଡର୍‌ ପାଇକ୍ରଫ୍ଟ ହାତ ନ ମିଳାଇବାକୁ କହିଥିଲେ କି ନାହିଁ, ତାହା ଜଣା ପଡ଼ିନାହିଁ ।

ରବିବାର ସୁପର-୪ ମ୍ୟାଟ୍‌ରେ ପାକିସ୍ତାନକୁ ୬ ୱିକେଟ୍‌ରେ ଭାରତ ହରାଇବା ପରେ ଉଭୟ ଦଳର ଖେଳାଳି ପ୍ରଥମ ମ୍ୟାଚ୍ ପରି ପରସ୍ପରଙ୍କ ସହ ହାତ ମିଳାଇ ନଥିଲେ। ଚଳିତ ଏସିଆ କପ୍‌ରେ ହାତ ନ ମିଳାଇବା କ୍ରିକେଟ୍ ଦୁନିଆରେ ଚର୍ଚ୍ଚାର ବିଷୟ ହୋଇଛି। ରବିବାର ଟସ୍ ପରେ ଦୁଇ ଅଧୂନାୟକ ହାତ ମିଳାଇ ନଥିଲେ। ମ୍ୟାଚ ଶେଷ ପରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇନଥିଲେ । ହାତ ମିଶାଇବା ପାଇଁ ପାକିସ୍ତାନ ଖେଳାଳି ଭାରତୀୟ ଶିବିରକୁ ଯାଇଥିଲେ ମଧ୍ୟ ସେମାନଙ୍କୁ କେହି ଚାହିଁନଥିଲେ। ଟସ୍ ବେଳେ ସଲ୍‌ମାନ ଆଗାଙ୍କୁ ହାତ ନ ମିଳାଇବାକୁ କହିଥିବା ମ୍ୟାଚ ରେଫରୀ ଜିମ୍ବାୱେର ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ ଦାବି କରିଥିଲା । ପୁଣି ପାକିସ୍ତାନକୁ ହରାଇବା ପରେ ସୂର୍ୟ୍ୟକୁମାର ପହଲଗାଓଁ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ପ୍ରସଙ୍ଗ ଉଠାଇବାକୁ ପାକିସ୍ତାନ ଗ୍ରହଣ କରିପାରିନଥିଲା।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ