ଏସୀୟ ଟେବୁଲ ଟେନିସ ଚମ୍ପିଆନସିପ୍‌ ଉଦ୍‌ଯାପିତ

କଟକ : କଳିଙ୍ଗ ଷ୍ଟାଡ଼ିୟମ ଇଣ୍ଡୋର ଦୌଡ଼କୁଦ ହଲରେ ଚାଲିଥିବା ୨୮ତମ ଏସୀୟ ଦଳଗତ ଟେବୁଲଟେନିସ ଚମ୍ପିଆନସିପ୍‌ ଉଦଯାପିତ ହୋଇଯାଇଛି। ଏଥିରେ ଚୀନ ଉଭୟ ପୁରୁଷ ଓ ମହିଳାରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି।ପୁରୁଷ ବିଭାଗ ଫାଇନାଲରେ ଚୀନ ୩-୦ ଗେମରେ ହଂକଂକୁ ଓ ମହିଳାରେ ଚୀନ ୩-୦ ଗେମରେ ଜାପାନକୁ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ବୁଧବାର ମହିଳା ଦଳଗତ ଫାଇନାଲରେ ବିଶ୍ବର ଏକ ନମ୍ବର ଦଳ ଚୀନ ଓ ଜାପାନ ମଧ୍ୟରେ ଖେଳାଯାଇଥିଲା। ଚୀନ ୩-୦ ଗେମରେ ଜାପାନକୁ ପରାସ୍ତ କରି ଚମ୍ପିଆନ ହୋଇଛି। ଚୀନ ପକ୍ଷରୁ ପ୍ରଥମ ଗେମ୍‌କୁ ୱାଙ୍ଗ ମାନ୍‌ୟୁ ୧୦-୧୨,୧୧-୩, ୧୧-୬ ଓ ୧୧-୩ରେ ଜାପାନର ହାସିମୋଟୋ ହୋନାକୋଙ୍କୁ ପରାସ୍ତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ମାନ୍‌ୟୁ ପ୍ରଥମ ଗେମ୍‌କୁ ୧୦-୧୨ରେ ପରାଜିତ ହୋଇଥିବାବେଳେ କ୍ରମାଗତ ୩ଟି ଗେମ୍‌କୁ ୧୧-୩, ୧୧-୬ ଓ ୧୧-୩ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ଗେମ୍‌କୁ ଚୁଙ୍ଗ ୟାଙ୍ଗିସା ୧୧-୯,୧୧-୫ ଓ ୧୧-୭ରେ ଜାପାନର ହାରିମୋଟୋ ମିୱାଙ୍କୁ ପରାସ୍ତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ତୃତୀୟ ଗେମ୍‌କୁ କୁଇ ମୁନ ୮-୧୧, ୧୨-୧୦,୧୧-୬ ଓ ୧୧-୯ରେ ଜାପାନର ହାୟାତା ହିନାଙ୍କୁ ପରାସ୍ତ କରି ଦଳକୁ ୩-୦ରେ ବିଜୟୀ କରାଇଥିଲେ।

ପୁରୁଷ ଦଳଗତ ଫାଇନାଲରେ ଚୀନ ୩-୦ ଗେମରେ ହଂକଂକୁ ପରାସ୍ତ କରି ଟାଇଟଲ ବଜାୟ ରଖିଛି। ବିଶ୍ବର ଏକ ନମ୍ବର ଦଳ ଚୀନ ପକ୍ଷରୁ ପ୍ରଥମ ଗେମ୍‌କୁ ଲିଙ୍ଗ ସିଡଙ୍ଗ ୧୧-୮, ୧୧-୪ ଓ ୧୧-୪ରେ ହଂକଂର ୱାଙ୍ଗ ଚାଙ୍ଗ ଟିଙ୍ଗଙ୍କୁ ପରାସ୍ତ କରି ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟ ଗେମ୍‌କୁ ଚୀନର ୱାଙ୍ଗ ଚିକ୍ବିଙ୍ଗ ୩-୧ରେ ହଂକଂର ଚାନ ବାଇଡୋନଙ୍କୁ ପରାସ୍ତ କରିଥିଲେ। ଚିକ୍ବିଙ୍ଗ ପ୍ରଥମ ଗେମ୍‌କୁ ୧୨-୧୦, ଦ୍ବିତୀୟ ଗେମ୍‌କୁ ୧୧-୯ରେ ଜିତିଥିବାବେଳେ ତୃତୀୟ ଗେମ୍‌କୁ ଚିଙ୍ଗ ୧୧-୫ରେ ଜିତିଥିଲେ। ଚତୁର୍ଥ ଗେମ୍‌କୁ ଚିକ୍ବିଙ୍ଗ ୧୪-୧୨ରେ ଜିତି ଦଳକୁ ୨-୦​‌େ​‌ର ଆଗୁଆ କରିଥିଲେ। ୩ୟ ଗେମ୍‌କୁ ଚୀନର ଲିୟାଙ୍ଗ ଜାନକୁଙ୍ଗ ୧୩-୧୧, ୧୧-୬ ଓ ୧୨-୧୦ରେ ହଂକଂର ୱି କୋନ ଟୋଙ୍କୁ ପରାସ୍ତ କରି ଦଳକୁ ୩-୦ରେ ବିଜୟୀ କରାଇଥିଲେ। ଅତିଥି ଭାବେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି, କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ,ଭାରତୀୟ ଟେବୁଲଟେନିସ ମହାସଂଘର ସମ୍ପାଦକ କମହେଶ ମେହେଟା, କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦେଶକ ଡ. ୟେଦୁଲା ବିଜୟ, ଓଡ଼ିଶା ରାଜ୍ୟ ଟେବୁଲଟେନିସ ଆସୋସିଏସନ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା, ଆଇଏଏସ୍‌ ଦୀପଙ୍କର ମହାପାତ୍ର ଯୋଗ ଦେଇ କୃତି ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍ ୟୁନିୟନ, ଓଡ଼ିଶା ଟେବୁଲ ଟେନିସ୍ ଆସୋସିଏସନ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଗତ ୧୦ରୁ ଚାଲିଥିବା ଉକ୍ତ ପ୍ରତିଯୋଗିତାରେ ୨୨ଟି ଦେଶ ଅଂଶଗ୍ରହଣ କରିଥିଲେ। ଆୟୋଜକ ଭାରତୀୟ ପୁରୁଷରେ ୬ମ ଓ ମହିଳାରେ ୮ମ ସ୍ଥାନ ହାସଲ କରିଥିଲା।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ