ଓଏଏସ୍‌ ବରିଷ୍ଠତା ବିବାଦ; ପ୍ରକାଶିତ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା କାର୍ଯ୍ୟକାରୀ କରିବା ଉପରେ ରୋକ୍‌

କଟକ: ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଗ୍ରୁପ୍-ଏ (ଜେବି) ଅଧିକାରୀଙ୍କ ମଧ୍ୟରେ ବହୁ ଦିନରୁ ଲାଗି ରହିଥିବା ବରିଷ୍ଠତା ବିବାଦ ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। କୋର୍ଟ ଏହି ମାମଲାରେ ପ୍ରକାଶିତ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା କାର୍ଯ୍ୟକାରୀ କରିବା ଉପରେ ରୋକ୍‌ ଲଗାଇଛନ୍ତି। ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ଏବଂ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକାଧିକ ରିଟ୍ ଆପିଲ୍‌ର ଶୁଣାଣି କରି ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷମାନଙ୍କୁ ନୋଟିସ୍ ଜାରି କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ୨୦୧୧ ମସିହାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପରୀକ୍ଷା ମାଧ୍ୟମରେ ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ବିଭିନ୍ନ ଆଇନଗତ ବିବାଦ କାରଣରୁ ୨୦୧୬ ମସିହାରେ ନିଯୁକ୍ତି ମିଳିଥିଲା; କିନ୍ତୁ ଏହି ମଧ୍ୟବର୍ତ୍ତୀ ସମୟରେ, ଅର୍ଥାତ୍ ୨୦୧୫ ମସିହାରେ ବିଭାଗୀୟ ପଦୋନ୍ନତି ମାଧ୍ୟମରେ କିଛି ଅଧିକାରୀ ଓଏଏସ୍‌ (ଗ୍ରୁପ୍-ଏ, ଜେବି) ପଦକୁ ପଦୋନ୍ନତି ପାଇଥିଲେ। ପରବର୍ତ୍ତୀ ସମୟରେ ସିଧାସଳଖ ନିଯୁକ୍ତିପ୍ରାପ୍ତ ଓ ପଦୋନ୍ନତିପ୍ରାପ୍ତ ଅଧିକାରୀଙ୍କ ମଧ୍ୟରେ କାହାକୁ ବରିଷ୍ଠତାରେ ଆଗରେ ରଖାଯିବ, ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସରକାର ପ୍ରକାଶ କରିଥିବା ଚୂଡ଼ାନ୍ତ ଗ୍ରେଡେସନ ତାଲିକାରେ ୨୦୧୬ରେ ନିଯୁକ୍ତି ପାଇଥିବା ସିଧାସଳଖ ନିଯୁକ୍ତିପ୍ରାପ୍ତ ଅଧିକାରୀମାନଙ୍କୁ ୨୦୧୫ରେ ପଦୋନ୍ନତି ପାଇଥିବା ଅଧିକାରୀଙ୍କଠାରୁ ଉପରେ ସ୍ଥାନ ଦିଆଯାଇଥିଲା। ଏହାକୁ ପଦୋନ୍ନତିପ୍ରାପ୍ତ ଅଧିକାରୀମାନେ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ବିଚାରପତି ଗ୍ରେଡେସନ ତାଲିକାକୁ ପୁନଃବିଚାର କରି ପଦୋନ୍ନତିପ୍ରାପ୍ତ ଅଧିକାରୀମାନଙ୍କୁ ସିଧାସଳଖ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କଠାରୁ ଉପରେ ସ୍ଥାନ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହି ଆଦେଶକୁ ଚାଲେଞ୍ଜ କରି ସିଧାସଳଖ ନିଯୁକ୍ତିପ୍ରାପ୍ତ ଅଧିକାରୀମାନେ ବର୍ତ୍ତମାନ ହାଇକୋର୍ଟଙ୍କ ଖଣ୍ଡପୀଠରେ ରିଟ୍‌ ଅପିଲ୍‌ ଦାଖଲ କରିଛନ୍ତି।
ଖଣ୍ଡପୀଠ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ମୁଖ୍ୟ ପ୍ରଶ୍ନ ହେଉଛି ‘ନିଯୁକ୍ତି ବର୍ଷ’ (ରିକ୍ରୁଟ୍‌ମେଣ୍ଟ ଇୟର)ର ବ୍ୟାଖ୍ୟା। ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଲେ ଅଧିକାରୀଙ୍କୁ ନିଯୁକ୍ତି ବିଜ୍ଞପ୍ତି ବର୍ଷରୁ କ୍ୟାଡରରେ ଗଣନା କରାଯିବ ନା କି ପ୍ରକୃତ ନିଯୁକ୍ତି ତାରିଖରୁ, ସେହି ପ୍ରସଙ୍ଗର ଆଇନଗତ ବ୍ୟାଖ୍ୟା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଅଦାଲତ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକାର କାର୍ଯ୍ୟକାରିତା ଉପରେ ରୋକ ଲଗାଇଛନ୍ତି। ଏହି ସମୟ ମଧ୍ୟରେ ଯଦି କୌଣସି ପଦକ୍ଷେପ ନିଆଯାଇଥାଏ, ତାହା ଏହି ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧୭ରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି। ଏହି ମାମଲାରେ ଆବେଦନକାରୀ ହେମବନ୍ତୀ ପାତ୍ର, ସିଦ୍ଧାର୍ଥ ଶଙ୍କରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ଓ ଓ କର୍ଣ୍ଣଦେବ ସମାଦାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ