ଓଏଏସ୍‌ ସଂଘକୁ ଆଶ୍ୱସ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୋଷୀ ଯେତେ ପ୍ରଭାବଶାଳୀ ହୋଇଥାଆନ୍ତୁ ନା, କାହିଁକି ତାଙ୍କୁ କଠୋର ଦଣ୍ଡ ଦିଆଯିବ । ଓଏଏସ୍‌ ଅଧିକାରୀଙ୍କୁ ଆକ୍ରମଣକାରୀ ଓ ଏହା ପଛରେ ଯେଉଁମାନେ ବି ରହିଛନ୍ତି ସମସ୍ତଙ୍କୁ ଜେଲ୍‌ରେ ପୂରାଇବୁ । ଆଇନ ଅନୁସାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବୁ, କାହାକୁ ଛାଡ଼ିବୁନି । ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ସଂଘର ପ୍ରତିନିଧି ଦଳକୁ ଏଭଳି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ରାତି ପ୍ରାୟ ୧୧ଟାରେ ଓଏଏସ୍‌ ସଂଘର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଘଟଣାରେ ପୁଲିସ ତ୍ୱରିତ୍‌ କାର୍ୟ୍ୟାନୁଷ୍ଠାନ ନେଇ ୩ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଖୋଜା ଚାଲିଛି । ଓଏଏସ୍‌ମାନେ ମଙ୍ଗଳବାରଠାରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ । ଏ ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଛୁଟିରେ ନ ଯିବାକୁ ଅନୁରୋଧ କରିଛନ୍ତି । ମୋ ଉପରେ ଆସ୍ଥା ରଖନ୍ତୁ । ମୁଁ ନିଶ୍ଚୟ ପଦକ୍ଷେପ ନେବି ବୋଲି ସଂଘକୁ କହିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇବି ଖୁରାନିଆ, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ୟ୍ୟ ଓ ପୁଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ଓଏଏସ୍‌ ସଂଘ ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଛି । ତେବେ ପ୍ରତି ଜିଲ୍ଲା ପ୍ରଶାସନିକ ସେବା ସଂଘ ଓ ରାଜ୍ୟ ପ୍ରଶାସନିକ ସେବା ସଂଘର ସଦସ୍ୟମାନେ ଏକାଠି ହୋଇ ଏହି ଘଟଣାର ନିନ୍ଦା କରନ୍ତୁ । ଏ ସମ୍ପର୍କରେ ପ୍ରସ୍ତାବ ପାରିତ କରି ରାଜ୍ୟ ସଂଘକୁ ପଠାଇବାକୁ ଓଏଏସ୍‌ ସଂଘ ପକ୍ଷରୁ ଅପିଲ୍‌ କରାଯାଇଛି ।
ସନ୍ଧ୍ୟାରେ ଓଏଏସ୍‌ ସଂଘର ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କୁ ଭେଟି ସମୂହ ଛୁଟି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ । ଓଏଏସ୍‌ ସଂଘ କହିଛି, କେବଳ ଏହି ଗୋଟିଏ ଘଟଣା ନୁହେଁ, ବର୍ଷେ ହେଲାଣି ସରକାରୀ ଅଧିକାରୀଙ୍କୁ ଅପମାନିତ କରିବାକୁ ଲଗାତର ଅପପ୍ରୟାସ ଚାଲିଛି । ଏଥିପାଇଁ ଅନେକ ମିଛ କାହାଣୀ ସୃଷ୍ଟି କରାଯାଉଛି । ଅଧିକାରୀମାନେ ଶାରୀରିକ ଆଘାତ ଓ ଅସଦାଚରଣ ସହିତ ମାନସିକ ଯନ୍ତ୍ରଣାକୁ ସାମ୍ନା କରୁଛନ୍ତି । ଏଭଳି ମାନସିକତା ଦୁର୍ଭାଗ୍ୟଜନକ ଓ ଗଭୀର ଚିନ୍ତାଜନକ । ରାଜ୍ୟରେ କାମ କରୁଥିବା ସବୁ ସରକାରୀ ଅଧିକାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଏହା ଭୟଙ୍କର ବିପଦ ସୃଷ୍ଟି କରୁଛି । କାର୍ୟ୍ୟରତ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣର ଅର୍ଥ ପ୍ରଶାସନିକ ଢାଞ୍ଚା ଉପରେ ସିଧାସଳଖ ଆକ୍ରମଣ ।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ